ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କୋରାପୁଟର ଭାରପ୍ରାପ୍ତ କୁଳପତି ଭାବେ ଦାୟିତ୍ବ ଗ୍ରହଣ କଲେ ପ୍ରଫେସର ଏନ୍ ସି ପଣ୍ଡା ..

ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କୋରାପୁଟର ଭାରପ୍ରାପ୍ତ କୁଳପତି ଭାବେ ଦାୟିତ୍ବ ଗ୍ରହଣ କଲେ ପ୍ରଫେସର ଏନ୍ ସି ପଣ୍ଡା । ଏନେଇ ଓଡିଶାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟ ଜନସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ତା:୦୧/୦୫/୨୦୨୫ ରିଖରେ ଏକ ପ୍ରେସ୍ ବିଜ୍ଞପ୍ତି ସୂଚନା ଦେଇଛନ୍ତି। ବିଶିଷ୍ଟ ସଂସ୍କୃତ ପଣ୍ଡିତ ତଥା ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଶିକ୍ଷାବିତ୍ ପ୍ରଫେସର ନରସିଂହ ଚରଣ ପଣ୍ଡା ଗତ ୩୦.୦୪.୨୦୨୫ ତାରିଖରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ଦ୍ବାରା ଜାରି ହୋଇଥୁବ ଏକ ପତ୍ର କ୍ରମେ ଏବଂ ୨୦୨୫ ମଇ ୦୧ ତାରିଖରେ ବିଶ୍ବବିଦ୍ୟାଳୟ ରେଜିଷ୍ଟ୍ରାରଙ୍କ ଦ୍ବାରା ଜାରି ଏକ ସରକାରୀ ଆଦେଶ ପରେ ଆଜି ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ (ସିୟୁଓ)ର ଭାରପ୍ରାପ୍ତ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।
ନୂଆ କୁଳପତି ଦାୟିତ୍ୱ ଗ୍ରହଣ କରିବା ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବର୍ତମାନ ସିୟୁଓର ସବୁଠାରୁ ବରିଷ୍ଠ ପ୍ରଫେସର ତଥା ସମସ୍ତ ସ୍କୁଲର ଡିନ୍ ପ୍ରଫେସର ପଣ୍ଡା ଏହି ପଦବୀରେ କାର୍ଯ୍ୟ କରିବେ। କୁଳପତି ପଦରୁ ପ୍ରଫେସର ଚକ୍ରଧର ତ୍ରିପାଠୀ ଇସ୍ତଫା ଦେବା ପରେ ତାଙ୍କୁ ଏହି ନିଯୁକ୍ତି ଦିଆଯାଇଛି । ତାଙ୍କ ଇସ୍ତଫାକୁ ଭାରତର ମହାମହିମ ରାଷ୍ଟ୍ରପତି ଗ୍ରହଣ କରିଛନ୍ତି।
ପ୍ରଫେସର ତ୍ରିପାଠୀ ସେପ୍ଟେମ୍ବର ୨୬, ୨୦୨୨ ରେ ସିୟୁଓରେ କୁଳପତି ଭାବେ ଯୋଗ ଦେଇଥିଲେ। ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଫେସର ପଣ୍ଡା ବିଶ୍ବବିଦ୍ୟାଳୟ ସମୁଦାୟକୁ ସମ୍ବୋଧିତ କରି କହିଥିଲେ, ଏହା ବିଶ୍ବବିଦ୍ୟାଳୟ ପାଇଁ ଏକ ଆହ୍ବାନପୂର୍ଣ୍ଣ ସମୟ ଏବଂ ସାମୂହିକ ପ୍ରୟାସ ଦ୍ବାରା ହିଁ ଆମେ ଆଗକୁ ବଢ଼ିପାରିବା। ବିଶ୍ୱବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ, ଅଧିକାରୀ, କର୍ମଚାରୀ, ଗବେଷକ, ଛାତ୍ର-ଛାତ୍ରୀ ଓ ସମସ୍ତ ଅଂଶୀଦାରଙ୍କ ଠାରୁ ଆନ୍ତରିକ ସମର୍ଥନ ପାଇଁ ସେ ଆହ୍ବାନ ଦେଇଥିଲେ ବୋଲି ବିଶ୍ବବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଏକ ପ୍ରେସ ଇସ୍ତାହାରରେ ସୂଚନା ଦେଇଛନ୍ତି ।
ପ୍ରଫେସର ପଣ୍ଡା ୨୩ ଜାନୁଆରୀ ୨୦୨୩ରେ ସଂସ୍କୃତ ବିଭାଗରେ ନିୟମିତ ପ୍ରଫେସର ଭାବେ ସିୟୁଓରେ ଯୋଗ ଦେଇଥିଲେ।ସିୟୁଓରେ ସେ କୁଳପତି ଆଇ/ସି,ରେଜିଷ୍ଟ୍ରାର ଆଇ/ସି,ଫାଇନାନ୍ସ ଅଫିସର ଆଇ/ସି ଏବଂ ଆଇକ୍ୟୁଏସି ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ଏହା ପୂର୍ବରୁ ସେ ପଞ୍ଜାବର ହୋସିଆରପୁରସ୍ଥିତ ପଞ୍ଜାବ ବିଶ୍ବବିଦ୍ୟାଳୟର ସଂସ୍କୃତ ଓ ଇଣ୍ଡୋଲୋଜିକାଲ ଷ୍ଟୁଡିଜ୍ ବିଭାଗ ସହ ଜଡ଼ିତ ଥିଲେ। ତାଙ୍କର ଶିକ୍ଷାଗତ ଯାତ୍ରା ତିନି ଦଶନ୍ଧିରୁ ଅଧିକ ସମୟ ଧରି ଚାଲିଛି ଏବଂ ଏଥୁରେ ସମ୍ମାନଜନକ ଅନ୍ତର୍ଜାତୀୟ କାର୍ଯ୍ୟକାଳ ଅନ୍ତର୍ଭୁକ୍ତ, ଯେପରିକି ଥାଇଲାଣ୍ଡର ବ୍ୟାଙ୍କକ୍ ସ୍ଥିତ ସିଲପାକୋର୍ଡ଼ ବିଶ୍ବବିଦ୍ୟାଳୟ ଏବଂ ମରିସସର ମହାତ୍ମା ଗାନ୍ଧୀ ଇନଷ୍ଟିଚ୍ୟୁଟରେ ଆଇସିସିଆର ଚେୟାର ଭିଜିଟିଂ ପ୍ରଫେସର (ସଂସ୍କୃତ ) ଭାବରେ କାର୍ଯ୍ୟ କରିବା । ସେ ବାରଣାସୀର ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ର (ଆଇଜିଏନସିଏ)ରେ ରିସର୍ଜ ଅଫିସର ଭାବରେ କାର୍ଯ୍ୟ କରିଛନ୍ତି ଏବଂ କଳାତତ୍ତ୍ବକୋସା ସମେତ ଅନେକ ବିଶେଷ ପୁସ୍ତକର ସମ୍ପାଦନା କରିଛନ୍ତି । ଜଣେ ଦକ୍ଷ ଲେଖକ ଓ ସମ୍ପାଦକ ପ୍ରଫେସର ପଣ୍ଡା ୨୮ଟି ପୁସ୍ତକ ଓ ୧୪୫ ଟି ଗବେଷଣା ଲେଖା ପ୍ରକାଶ କରିବା ସହ ବିଶ୍ୱ ଶ୍ୱରନନ୍ଦ, ଇଣ୍ଡୋଲୋଜିକାଲ ଜର୍ଣ୍ଣାଲ (ୟୁଜିସି-କେୟାର ତାଲିକାଭୁକ୍ତ) ଏବଂ ସିଲପାକୋଣ୍ଣ ବିଶ୍ବବିଦ୍ୟାଳୟ ଦ୍ବାରା ପ୍ରକାଶିତ ଅନୁର୍ଜାତୀୟ ଇଣ୍ଡୋଲୋଜି ଓ କଲ୍ସର ପତ୍ରିକା ‘ଥାଇ ପ୍ରଜ୍ଞା’ ଭଳି ପ୍ରତିଷ୍ଠିତ ପତ୍ରିକାର ସମ୍ପାଦନା କରିଛନ୍ତି ।
ତାଙ୍କର ଏହି କାର୍ଯ୍ୟ ଉଭୟ ଭାରତ ଓ ବିଦେଶର ପ୍ରତିଷ୍ଠିତ ପତ୍ରିକାରେ ବ୍ୟାପକ ଭାବରେ ପ୍ରକାଶିତ ହୋଇଛି । ସେ ବିଶ୍ବର ଅନେକ ଶିକ୍ଷାନୁଷ୍ଠାନର ସଂପାଦକୀୟ ଏବଂ ଉପଦେଷ୍ଟା ବୋର୍ଡରେ କାର୍ଯ୍ୟ କରୁଛନ୍ତି । ତାଙ୍କର ଶିକ୍ଷାଗତ ଅବଦାନ ତାଙ୍କୁ ସଂସ୍କୃତି ମହାମହପାଧ୍ୟାୟ ପୁରସ୍କାର (୨୦୨୪) ଏବଂ ବାଗଦେବୀ ସମ୍ମାନ (୨୦୨୫) ସମେତ ଅନେକ ସମ୍ମାନ ପ୍ରଦାନ କରିଛି ଅଭିଜ୍ଞ ଓ ଦୂରଦର୍ଶୀ ନେତୃତ୍ବରେ ପ୍ରଫେସର ପଣ୍ଡାଙ୍କ ନିଯୁକ୍ତିକୁ ସିୟୁଓର ଏକାଡେମିକ ମିଶନର ସଫଳତା କ୍ରମାଗତ ଭାବେ ବିକାଶ ପଥରେ ଆଗେଇବା ବୋଲି ବିବେଚନା କରାଯାଉଛି ବୋଲି ଡ. ଫଗୁନାଥ ଭୋଇ, ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି ।
ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ