ଖଣି ଅଞ୍ଚଳରେ ସ୍ଲରୀ ପାଇପ ଲାଇନ୍ ଯୋଗେ ଲୁହାପଥର ପରିବହନ କୁ ତୀବ୍ର ବିରୋଧ*

“ଜଳସେଚନ ନାମରେ ଶିଳ୍ପ ପ୍ରୋତ୍ସାହନ? କାନପୁର ପ୍ରକଳ୍ପ ଉପରେ ଟ୍ରକ୍ ମାଲିକ ସଂଘ ରଖିଲେ ପ୍ରଶ୍ନଚିହ୍ନ”
ଯୋଡା – କେନ୍ଦୁଝର ଜିଲ୍ଲା ର ସମସ୍ତ ଟ୍ରକ୍ ମାଲିକ ସଂଘ କୁ ଗଠିତ କୋର କମିଟି ପକ୍ଷରୁ ପାଇପ ଯୋଗେ ଲୁହା ପଥର ପ୍ରବାହ ମାଧ୍ୟମରେ ପରିବହନ କୁ ବିରୋଧ କରାଯାଇ ପାଇପ ଖୋଳା ଯାଉଥିବା ସ୍ଥାନ ଗୁଡିକରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ।ଏହି କୋର କମିଟିରେଗୁଆଲି,ଭଦ୍ରାସାହି,ବଡ଼ବିଲ,ଯୋଡା,କେନ୍ଦୁଝର ର ସମେତ ଆଞ୍ଚଳିକ ଟ୍ରକ୍ ମାଲିକ ସଙ୍ଘକୁ ନେଇ କମିଟି ଗଠନ କରାଯାଇ ଏହାର ତୀବ୍ର ବିରୋଧ କରାଯାଇଛି । ମଙ୍ଗଳବାର ଦିନ ପୂର୍ବାହ୍ନ ୧୧ ଟା ବେଳେ କୋର କମିଟି ର କର୍ମକର୍ତ୍ତା ଙ୍କ ସହିତ ଶତାଧିକ ଟ୍ରକ୍ ମାଲିକ ସ୍ଲରି ପାଇପ ଲାଇନ୍ ଖୋଳା ଯାଉଥିବା କଳାପାହାଡ଼ ଛକ ଠାରୁ କାନପୁର ବୃହତ୍ ଜଳ ସେଚନ ପ୍ରକଳ୍ପ ପର୍ଯ୍ୟନ୍ତ ସ୍ଥାନ ମାନଙ୍କରେ ହେଉଥିବା ପାଇପ ଲାଇନ୍ ଖୋଳା କାର୍ଯ୍ୟ କୁ ତୀବ୍ର ବିରୋଧ କରି ପାଇପ ଖୋଳା କାର୍ଯ୍ୟ କୁ ବନ୍ଦ କରିଛନ୍ତି ।ଏହି ବିରୋଧ ରେ କୋର କମିଟି ର କର୍ମକର୍ତ୍ତା ପଦ୍ମଲୋଚନ ସାହୁ,ପ୍ରଦୀପ କୁମାର ବାରିକ,ମ।ତ।ପ୍ରସ।ଦ ଜୟସ୍ୱାଲ,ସୁଶାନ୍ତ ବାରିକ,ମନୋଜ କୁମାର ମହାନ୍ତ,ରାଜେନ୍ଦ୍ର ବାରିକ,ବିକାଶ ସେରୋଉଗି,,ଚନ୍ଦ୍ରଗୁପ୍ତ ପ୍ରସାଦ, କୁଶ ଅ।ପଟ୍ଟ,ସୁନିଲ ଦତ୍ତ,ପୁରୁଷୋତ୍ତମ ବାରିକ,ଦେବାଶିଷ ପଟ୍ଟନାୟକ,ପ୍ରମୁଖ ଙ୍କ ସମେତ ଶତାଧିକ ଟ୍ରକ୍ ମାଲିକ ବିରୋଧ ରେ ଅଂଶ ଗ୍ରହଣ କରିଥିଲେ ।କୋର କମିଟି ସଂଯୋଜକ ଦେବାଶିଷ ପଟ୍ଟନାୟକ କହିଥିଲେ ଯେ,ବହୁ ପ୍ରତିକ୍ଷିତ କାନପୁର ଡ୍ୟ।ମ ପ୍ରୋଜେକ୍ଟ ୪ଦଶନ୍ଧି ଧରି ନିର୍ମାଣ ଚାଲିଛି,ଏହାର ରିଜର୍ଭର ପଏଣ୍ଟ ନିକଟରୁ ଇନ୍ଟେକ ୱେଲ ନିର୍ମାଣ କରି ଡ୍ୟ।ମ ର ଉପର ମୁଣ୍ଡରୁ ଏକାଧିକ ଶିଳ୍ପ ଓ ଖଣି କମ୍ପାନୀ ଶିଳ୍ପ ପାଇଁ ଜଳ ନେବେ ।
ବୈତରଣୀ ନଦୀ ର ଏହି ବୃହତ୍ ଜଳ ସେଚନ ପ୍ରକଳ୍ପ ଚାଷୀ ଙ୍କ ପାଇଁ ନା ଶିଳ୍ପ ପାଇଁ ,ଏହାର ପ୍ରଶ୍ନ ଉଠାଇଥିଲେ ।କୋର କମିଟି ର ସୁଶାନ୍ତ ବାରିକ କହିଛନ୍ତି ଯେ,ରାଜ୍ୟ ର ଦ୍ଵିତୀୟ ବୃହତ୍ତମ ନଦୀବନ୍ଧ ଯୋଜନା କାନପୁର ରେ ଶିଳ୍ପ କୁ ଜଳ ଯୋଗାଇଲେ ଚାଷୀ ଙ୍କ ଅବସ୍ଥା ସୋଚୋନୀୟ ହେବ ।ଏହାର ଉଦାହରଣ ଦେଇ ବାରିକ କହିଥିଲେ ଯେ,ଲକ୍ଷାଧିକ ଚାଷୀ ନିର୍ଭର କରୁଥିବା କାନପୁର ଡ୍ୟ।ମ ର ପାଣି ଚାଷୀ ଙ୍କ ନିକଟକୁ ପହଞ୍ଚିବା ପୂର୍ବରୁ ଜଳ ସେଚନ ପ୍ରକଳ୍ପ ର ରିଜର୍ଭର ରୁ ଦୁଇଟି ଶିଳ୍ପ ସଂସ୍ଥା ସ୍ଲରୀ ପାଇପ ପାଇଁ ଜଳ ଶୋଷି ନେଉଛନ୍ତି ।ଏହାଦ୍ବାରା ଚାଷ ପ୍ରଭାବିତ ହେବା ସହିତ ଖଣି ଅଞ୍ଚଳ ର ମୁଖ୍ୟ ବେଉସା ସାଜିଥିବା ପରିବହନ ମଧ୍ୟ ପ୍ରଭାବିତ ହେବ ।କମିଟି ର ଅନ୍ୟତମ ସଦସ୍ୟ ତଥା କେନ୍ଦୁଝର ଜିଲ୍ଲା ଟ୍ରକ୍ ମାଲିକ ସଂଘ୍ ସଭାପତି ପଦ୍ମଲୋଚନ ସାହୁ କହିଛନ୍ତି ଯେ, ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବେ ଟ୍ରକ୍ ଓ ପରିବହନ ବ୍ୟବସାୟ ରେ ରାଜ୍ୟ ର ଦୁଇ ଲକ୍ଷ ଲୋକ ଜୀବନ ଜୀବିକାନିର୍ବାହ କରୁଛନ୍ତି ।ପାଇପ ଲାଇନ୍ ଜରିଆରେ ଖଣିଜ ପରିବହନ ହେଲେ ଅଞ୍ଚଳ ରେ ବେକାର ସମସ୍ୟା ସହିତ ଉତ୍କଟ ଜଳାଭାବ ଦେଖା ଦେବ ।ଏଥିରେ ସୁଧାର ଆଣିବା ପାଇଁ ରାଜ୍ୟ ମୁଖ୍ୟ ମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ଏବଂ କେନ୍ଦୁଝର ସାଂସଦ ମଧ୍ୟ ଜାତୀୟ ସ୍ତରରେ ପ୍ରଶ୍ନ କରନ୍ତୁ ବୋଲି ପଦ୍ମଲୋଚନ ସାହୁ କହିଥିଲେ ।ଏହି ବିରୋଧରେ ସାମିଲ ହୋଇଥିବା କୋର କମିଟି ସଦସ୍ୟ ଦୁଷ୍ମନ୍ତ କୁମାର ସେଠୀ, ସୟେବ ଖାନ,ରବୀନ୍ଦ୍ର ବାରିକ, ମୋନ ବାରିକ,ଗୋବିନ୍ଦ ଖିଲାର,ମହମ୍ମଦ ସାକିଲ,ମହମ୍ମଦ ଖୁର୍ଶିଦ୍,ନରେନ୍ଦ୍ର ଗିରି,ମନୋରଞ୍ଜନ ଦାସ,ପ୍ରମୁଖ ଙ୍କ ସମେତ ଶତାଧିକ ଟ୍ରକ୍ ମାଲିକ ମତ ଦେଇଥିଲେ ଯେ,ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ବେରୋଜଗାର ଥିବାରୁ ଋଣ ଗ୍ରସ୍ତ ହୋଇ ଟ୍ରକ୍ ବ୍ୟବସାୟ କୁ ନିଜ ର ବ୍ୟବସାୟ ଭାବେ ଆପଣେଇ ଥିଲେ ।କିଛି ହାତ ଗଣତି ଶିଳ୍ପସଂସ୍ଥା ଙ୍କ ପାଇଁ ଏହି ବ୍ୟବସାୟ ମଧ୍ୟ ଉଜୁଡ଼ି ବାକୁ ବସିଛି।ଏଥିରେ ସୁଧାର ନ କରାଗଲେ ଆଗାମୀ ଦିନରେ ଆନ୍ଦୋଳନ।ତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି କହିଥିଲେ ।ସେମାନେ କହିଥିଲେ ଯେ,ପୁଞ୍ଜିପତି ବ୍ୟବସାୟ କୁ ମନଇଚ୍ଛା ଜଳ ଟାଣିବା ପାଇଁ ଅନୁମତି ଦିଆ ଯାଉଛି।ଯାହାକି ଚାଷୀ ଏବଂ ଟ୍ରକ୍ ମାଲିକ ଙ୍କ ମଧ୍ୟରେ ଏକ ପୁଞ୍ଜିଭୂତ ଅସନ୍ତୋଷ ଦେଖା ଦେଇଛି ।ସୂଚନାଯୋଗ୍ୟ ଯେ,ଗୋଟିଏ ପକ୍ଷରେ ଟ୍ରକ୍ ମାଲିକ ସ୍ଲରୀ ପାଇପ ଲାଇନ୍ କୁ ବିରୋଧ କରୁଥିବା ବେଳେ ଗତ ୫ ଦିନ ଧରି ବୈତରଣୀ ନଦୀ ରେ ଜଳ ସଙ୍କଟ ଦେଖା ଦେଇଥିବାରୁ ଚାଷୀ ଆନ୍ଦୋଳନ ମୁଣ୍ଡ ଟେକିଛି ।ଚାଷୀ ମାନେ ଏହି ଅଭିଯୋଗ ନେଇ ଜିଲ୍ଲା ପ୍ରଶାସନ ର ଦ୍ବାରସ୍ଥ ହୋଇଛନ୍ତି ।ଆସନ୍ତା ୧୧ ତାରିଖରେ ଜିଲ୍ଲା ସଂସ୍କୃତି ଭବନ ରେ ଏକସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ ।ଏଥିରେ ସମସ୍ତ ବିଧାୟକ,ସାଂସଦ, ବୁଦ୍ଧିଜୀବୀ,ସାମ୍ବାଦିକ,ସାମାଜିକ ଅନୁଷ୍ଠାନ ,ମହାନଦୀ ବଞ୍ଚାଅ ଅଭିଯାନ ର ସକ୍ରିୟ ସଦସ୍ୟ ଙ୍କ ସମେତ ନମାମି ଗଙ୍ଗେ ର ସଦସ୍ୟ ମାନେ ଅଂଶ ଗ୍ରହଣ କରିବା ପାଇଁ କୋର କମିଟି ପକ୍ଷରୁ ନିବେଦନ କରାଯିବ ବୋଲି କୋର କମିଟି ପକ୍ଷରୁ ସୂଚନା ଦିଆ ଯାଇଛି।
କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ୍ ।