July 1, 2025
Home » ଗଣତନ୍ତ୍ର ପାଇଁ ମାତୃଭାଷାରେ ଶାସନର ଆବଶ୍ୟକ‌ତା

ଗଣତନ୍ତ୍ର ପାଇଁ ମାତୃଭାଷାରେ ଶାସନର ଆବଶ୍ୟକ‌ତା

0
WhatsApp Image 2025-03-23 at 12.56.16 PM

ଭୁବନେଶ୍ବର : ଓଡ଼ିଆରେ ଓଡ଼ିଶାର ଶାସନ ପାଇଁ ଭାଷା ଆନ୍ଦୋଳନର ଦୀର୍ଘ ଦିନର ଆନ୍ଦୋଳନ ଫଳରେ ଓଡ଼ିଆ ଭାଷା ସରକାରୀ ଭାଷା ହେବା ପାଇଁ ପଥ ପରିସ୍କାର ହୋଇଥିଲା | ପରବର୍ତ୍ତୀ ସମୟରେ ଭାଷା ଆନ୍ଦୋଳନ ଓଡିଶା , ଓଡ଼ିଆ ଭାଷାର ସୁରକ୍ଷା ସହିତ ଓଡ଼ିଶାର
ସମସ୍ତ ଦେଶୀଆ ଭାଷା ଗୁଡିକର ସୁରକ୍ଷା ପାଇଁ କାମ ଆରମ୍ଭ କରିଥିଲା | ଏପରିକି ଓଡ଼ିଶୀ ସଙ୍ଗୀତର ଶାସ୍ତ୍ରୀୟତା ପାଇଁ ମଧ୍ୟ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଅଛି | ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ନେଇ “ଓଡ଼ିଶା” ଭୂଖଣ୍ଡ ହୋଇଥିବାବେଳେ ଓଡ଼ିଶାରେ ଅନ୍ୟ ଦେଶିଆ ଭାଷା ଗୁଡିକର
ସୁରକ୍ଷା ମଧ୍ଯ ଆମର ପ୍ରଥମ କର୍ଭବ୍ୟ ହେବା ଆବଶ୍ୟକ | ”ଭାଷା ଆନ୍ଦୋଳନ, ଓଡିଶା” ଏବେ “ଶବ୍ଦସ୍ପର୍ଶ” ତରଫରୁ “ଓଡ଼ିଆରେ ଓଡ଼ିଶାର ଶାସନ ପାଇଁ ଓଡ଼ିଆ ଜାତିର ଅଭିଯାନ” ପରିପ୍ରେକ୍ଷୀରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ, ଓଡ଼ିଶା ସରକାର ଏବଂ ଉତ୍କଳ ସାମ୍ୱାଦିକ ସଂଘ
ସହ‌ଯୋଗରେ “ଗଣତନ୍ତ୍ର ପାଇଁ ମାତୃଭାଷାରେ ଶାସନର ଆବଶ୍ୟକତା” ବିଷୟ ଉପରେ ଉତ୍କଳ ସାମ୍ବାଦିକ ସଂଘ ସମ୍ମିଳନୀ କକ୍ଷରେ ଏକ ସାରଗର୍ଭକ ଆଲୋଚନା ହୋଇଥିଲା | ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟତା ପ୍ରଦାନ ପାଇଁ ମାନ୍ୟବର ମନ୍ତ୍ରୀଙ୍କ ନିକଟରେ ରଖୁବା ପୂର୍ବରୁ ସେ ସମ୍ପର୍କିତ
ନଥ୍ ଏବଂ ପଦ୍ଧତିକୁ ବ୍ୟପାକ ଭାବେ କାର୍ଯ୍ୟ କରିବା ଆଲୋଚନରେ ବକ୍ତା ମାନେ ଆଲୋଚନା କରିଥିଲେ | ଗଣତନ୍ତ୍ରରେ ମାତୃଭାଷାର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ତାହା ତୁରନ୍ତ ସରକାର ପଦକ୍ଷେପ ନିଅନ୍ତୁ ବୋଲି ମତପ୍ରକାଶ ପାଇଥିଲା | ବିଛିର୍ଣ୍ଣାଞ୍ଚଳ ରେ ଥ‌ିବା ଓଡ଼ିଆ
ଭାଷାଭାଷୀ ଅଞ୍ଚଳକୁ ଓଡ଼ିଶାରେ ମିଶାଇବା ବା ସେମାନଙ୍କ ସହ ସୁସମ୍ପର୍କ ରଖ୍ ଓଡ଼ିଶା ସହ ସେମାନଙ୍କର ସମ୍ପର୍କ ଓ ପରମ୍ପରା ସହ ସେମାନଙ୍କର ସୁଖ ଦୁଃଖର ସାଥ୍‌ ହୋଇ ରହିବା ପାଇଁ ପଦକ୍ଷେପ ନେବା ଜରୁରୀ ବୋଲି ମତ ପ୍ରକାଶ ପାଇଥିଲା | ବିଶେଷକରି ମହାରାଷ୍ଟ୍ରର ସରକାର
ସରକାରୀ କାର୍ଯ୍ୟରେ ଲେଖୁବା କହିବା ନିଜ ମାତୃଭାଷାକୁ ପ୍ରାଥମିକତା ଦେଇଥିବାବେଳେ ମାଡ୍ରାସ ଉଚ୍ଚ ନ୍ୟାୟାଳୟ ମଧ୍ଯ ସମାନ କଥା କହିଛନ୍ତି | ଅର୍ଥାତ ଆମର ପ୍ରଥମ ଭାଷାଭିଭିକ ରା ରାଜ୍ୟରେ କାହିଁକି ମାତୃଭାଷାରେ ସରକାରୀ କାର୍ଯ୍ୟ ହୋଇ ପାରିବ ନାହିଁ ବୋଲି ସମସ୍ତ ବକ୍ତାମାନେ ମତ
ପ୍ରକାଶ କରିଥିଲେ | ଏପରିକି ଓଡ଼ିଶା ଭୂଖ ଭୂଖଣ୍ଡ ଗଠନ ପାଇଁ ଯେଉଁ ସ୍ବର ଗୁଞ୍ଜରିତ ହୋଇ ସମଗ୍ର ରାଜ୍ୟରେ ନୂତନ ଜାଗରଣ ସୃଷ୍ଟି ହୋଇଥିଲା ସେହି ସଂଗୀତକୁ ସମସ୍ତେ ସମ୍ମାନ ଦେବା ଆମର ପ୍ରଥମ ପ୍ରଥମ କାର୍ଭବ୍ୟ , ଯାହାକି ଆମେ ଆମ ପୂର୍ବଜକୁ ସମ୍ମାନ ଦେଉଛେ ନିଶ୍ଚୟ | ତେଣୁ ସମସ୍ତେ ବନ୍ଦେ ଉତ୍କଳ ଜନନୀ କୁ ସମ୍ମାନ ଦେବା ବିଧେୟ | ଏହି ପରିପ୍ରେକ୍ଷୀରେ ଭାଷା ଆନ୍ଦୋଳନ ଓଡିଶା ତାର ଆଗାମୀ ଦିନର କାର୍ଯ୍ୟକ୍ରମ ଗୁଡିକ ସ୍ଥିରୀକୃତ କରିଥିଲା | ଏହି ଉ ଉତ୍ସବରେ ଭାଷା ଆନ୍ଦୋଳନ ଓଡ଼ିଶାର ସଭାପତି (ଶାସ୍ତ୍ରୀୟ କମିଟି )ଜାନକୀଷ ବଡ଼ପଣ୍ଡା ସଭାପତିତ୍ବ
କରିଥିବାବେଳେ ମୁଖ୍ୟ ଅତିଥ୍ ଭାବରେ ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୁତି ଭୂଷଣ କର ଯୋଗଦେଇ ଭାଷା ପାଇଁ ଗଣ ଓ ଗଣମାଧ୍ଯମର ଭୂମିକା ଉପରେ ବେଶ ଗୁରୁତ୍ବ ଦେଇଥିଲେ ଯାହାକି ଭାଷା ଆନ୍ଦୋଳନ ଓଡ଼ିଶାର ମନ୍ତ୍ର ଭାବେ ପରିଚିତ ଥିଲା | ସମ୍ମାନିତ ଅତିଥ୍ ଭାବରେ
ସମ୍ବଲପୁର ଭାଷା ଆନ୍ଦୋଳନର ଆନ୍ଦୋଳନର ଅଧ୍ଯକ୍ଷ ଡ଼ ଗିରିଜା ଶଙ୍କର ଶର୍ମା,ପ୍ରଗତିବାଦୀର ପରିଚାଳନା ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ ଓଡ଼ିଆ ଭାଷା ପାଇଁ ଭାଷା ଆନ୍ଦୋ ନ୍ଦୋଳନର ଅବଦାନକୁ ଓଡିଶାବାସୀ ଭୁଲିପାରିବେ ନାହିଁ ଆଗାମୀ ଦିନରେ ଭାଷା ଆନ୍ଦୋଳନର ଉଦ୍ୟମ ନିଶ୍ଚୟ ଓଡ଼ିଶାର ସମସ୍ତ ଭାଷା ଗୋଟିଏ ରଜ୍ଜୁରେ କେବଳ । କେବଳ ଭାଷା ଆନ୍ଦୋଳନ , ଓଡିଶା ବାନ୍ଧି ପାରିବ ବୋଲି ସ୍ପଷ୍ଟ ଭାବେ କହିଥିଲେ | ଅନ୍ୟମାନଙ୍କ ମଧ୍ୟରେ ବିଶ୍ବରାଜ ନାୟକ ,ସାଗର ଶତପଥୀ ,ଡମ୍ବୁରଧର ହରଣସିଂହ,ଜଗନ୍ନାଥ ପରିଛା,ଅମରେନ୍ଦ୍ର ମହାପାତ୍ର, ରବୀନ୍ଦ୍ର ବିଶ୍ୱାଳ , ହୀରାଲାଲ ନାୟକ , ଲିଙ୍ଗରାଜ ସାହୁ ,ଅଂଶୁମାନ ଦାସ,ଅରବିନ୍ଦ ତ୍ରିପାଠୀ , ରମେଶ ମହାପାତ୍ର , ନଗେନ ନାୟକ ପ୍ରମୁଖ ଯୋଗଦେଇ ମତ ରଖୁଥୁଲେ | ଭାଷା ଆନ୍ଦୋଳନ ଓଡ଼ିଶାର ଆବାହକ ପବିତ୍ର ମହାରଥା ଭାଷା ଆନ୍ଦୋଳନର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ | ଭାଷା ଆନ୍ଦୋଳନ ଓଡ଼ିଶାର ଉପସଭାପତି ସାରଦା ପ୍ରସାଦ ମହାପାତ୍ର ଧ ଧନ୍ୟବାଦ ଅର୍ପଣ କରିଥିଲେ |

Leave a Reply

Your email address will not be published. Required fields are marked *