July 2, 2025
Home » ଜିଲା ରେଡକ୍ରସ ପକ୍ଷରୁ ଫୁଲବାଣୀ ଠାରେ ତିନି ଦିନିଆ ଫାଷ୍ଟ ଏଡ ତାଲିମ ଶିବିର ଉଦଯାପିତ।

ଜିଲା ରେଡକ୍ରସ ପକ୍ଷରୁ ଫୁଲବାଣୀ ଠାରେ ତିନି ଦିନିଆ ଫାଷ୍ଟ ଏଡ ତାଲିମ ଶିବିର ଉଦଯାପିତ।

0
WhatsApp Image 2025-05-24 at 5.18.58 AM

ଜିଲା ପଞ୍ଚାୟତ ସମ୍ବଳ କେନ୍ଦ୍ର ଠାରେ ରେଡକ୍ରସ କନ୍ଧମାଳ ପକ୍ଷରୁ ଫାଷ୍ଟ ଏଡ ବା ପ୍ରାଥମିକ ଚିକିତ୍ସା ସମ୍ପର୍କରେ ଏକ ତିନିଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରାକୃତିକ ବିପର୍ଯ୍ୟୟ ଦୈବୀ ଦୁର୍ବୀପାକରେ ଆହତ କିମ୍ବା ହଠାତ ଅସୁସ୍ଥ ବ୍ୟକ୍ତି ଙ୍କୁ ଡାକ୍ତରୀ ଚିକିତ୍ସା ପୂର୍ବରୁ ଆଞ୍ଚଳିକ ସଂସାଧନକୁ ନେଇ ତୁରନ୍ତ ଯେଉଁ ପ୍ରାଥମିକ ଉପଚାର ବା ଚିକିତ୍ସା ଦିଆଯାଏ ସେ ସମ୍ପର୍କରେ ବ୍ୟାପକ ଭାବେ ତାଲିମ ପ୍ରଦାନ କରାଯାଇଛି। ଶରୀରର ମୁଖ୍ୟ ଅଙ୍ଗ ପ୍ରତ୍ୟଙ୍ଗ କୁ କାର୍ଯ୍ୟକ୍ଷମ ରଖି ଜୀବନ ରକ୍ଷା ଓ ଭିନ୍ନକ୍ଷମ ହେବାରୁ ରକ୍ଷା କରିବା ଏହାର ମୁଖ୍ୟ ଉଦ୍ଧେଶ୍ୟ।ଏହି ପ୍ରାଥମିକ ଉପଚାର ଫଳରେ ଆହତ ବ୍ୟକ୍ତିର ସ୍ୱାସ୍ଥ୍ୟ ଅବସ୍ଥାରେ ଅଧିକ କ୍ଷତି ଘଟିବାରୁ ରୋକାଯାଇପାରିବ। ପ୍ରାଥମିକ ଉପଚାର ବା ଚିକିତ୍ସା ଉପରେ ସଠିକ ଞାନ ଆହରଣ ପରେ କୌଣସି କ୍ଷେତ୍ରରେ ଜଣେ ବ୍ୟକ୍ତି ଫାଷ୍ଟ ଏଡ ଦେବା ଆବଶ୍ୟକ।ସଡକ ଦୁର୍ଘଟଣା ରେ ଆହତ ବ୍ୟକ୍ତିଙ୍କୁ ପ୍ରାଥମିକ ଉପଚାର ଦେଇ କିପରି ପରିବହନ କରି ଡାକ୍ତରଖାନାରେ ପହଞ୍ଚାଇବେ,ଜରୁରୀ କାଳୀନ ଫୋନ ନମ୍ବର ୧୧୨ରୁ କିପରି ଫୋନ କରିବେ,କଣ ସୂଚନା ଦେବେ, ଦୁର୍ଘଟଣା ସମ୍ପର୍କରେ ଉଦ୍ଧାରକାରୀ କୁ ପୋଲିସ କିପରି ହଇରାଣ ନ କରି ସହଯୋଗ କରିବ ସେ ସମ୍ପର୍କରେ ସୂଚନା ଦେଇଥିଲେ। ଗୁରୁତର ସଂଞାଥିବା, ସଂଞାହୀନ,ଶ୍ୱାସ କ୍ରିୟା ଥିବା ଓ ନଥିବା ଆହତକୁ କିପରି ଆରାମ ଦାୟକ ଅବସ୍ଥାକୁ ଫେରାଇ ଆଣିବେ ସେ ସମ୍ପର୍କରେ ତାଲିମ ଦେଇଥିଲେ।ସିପିଆର କିପରି ଦେବେ ,ଚେତାଥିବା ଆହତ କିମ୍ବା ଉପସ୍ଥିତ ଜନ ସାଧାରଣଙ୍କ ଅନୁମତି ନେଇ ଜଣେ ପ୍ରାଥମିକ ଚିକିତ୍ସା ପ୍ରଦାନ କାରୀ କିଭଳି ତତକ୍ଷଣାତ ଉପଚାର ଦେବେ ଯାହା ଫଳରେ କମ କଷ୍ଟରେ ନିରାପଦରେ ଅଧିକ କ୍ଷତି ଗ୍ରସ୍ତ ନ ହୋଇ ଡାକରୀ ଚିକିତ୍ସାପାଇଁ ବା ଦକ୍ଷ ଆମ୍ବୁଲାନ୍ସ ଟିମକୁ ହସ୍ତାନ୍ତର କରାଯାଇପାରିବ। ହୃଦଘାତ,ବ୍ରେନଷ୍ଟ୍ରୋକ,ଶ୍ୱାସ ନଳୀ ବା ଖାଦ୍ୟନଳୀ ଅବରୋଧ,ନାକ କାନରୁ ରକ୍ତ ସ୍ରାବ, ହାତ କଟିଯିବା,ସାପକାମୁଡା,ଅଂଶୁଘାତ, ଅଂଶୁକ୍ଲାନ୍ତି,ଅସ୍ଥିଭଗ୍ନ,ମେରୁଦଣ୍ଡ ଫ୍ୟାକ୍ଚର,ଅଗ୍ରବାହୁ ଭାଙ୍ଗିବା ,ପିଚାହାଡ ଫ୍ୟାକ୍ଚର, ପାଣିରେ ବୁଡିଯିବା,ବିଦ୍ୟୁତ ମାରିବା,ବଜ୍ର ମାରିବା,ମୁର୍ଛା ଯିବା, ଅପସ୍ମାର,ପୋଡାଜଳା,ନିଆଁରେ ଆହତ,ଏସିଡ ଆହତ,ଗ୍ୟାସ ଲିକ,ବିଷ ଖାଇବା ଇତ୍ୟାଦି ସମ୍ପର୍କରେ ପ୍ରାଥମିକ ଉପଚାର ପାଇଁ ତାଲିମ ପ୍ରଦାନ କରାଯାଇଥିଲା।ତାଲିମଦାତା ଭାବେ
ଜାତୀୟ ସ୍ତରୀୟ ତାଲିମ ଦାତା ଡଃ ବିକାଶ ପ୍ରସାଦ ଓ ସୁମନ ଦ୍ୱିବେଦୀ ଯୋଗ ଦେଇ ତାଲିମ ପ୍ରଦାନ କରିଥିଲେ। ଜିଲା ରେଡକ୍ରସ ଅଧିକାରୀ ରଞନ କୁମାର ମାର୍ଥା ଓ ସହକର୍ମୀଙ୍କ ସହଯୋଗରେ ଏହି ତାଲିମ ୩ଦିନ ଅନୁଷ୍ଠିତ ହୋଇଥିଲା।ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକ ତାଲିମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୩୦ଜଣ ସ୍ୱଛାସେବୀ ଏହି ତାଲିମ ଶିବିରରେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *