July 1, 2025
Home » ଜିଲ୍ଲା ସ୍ତରୀୟ “ଶିଶୁ ପାଇଁ ଦିନଟିଏ” ତ୍ରୟ ମାସିକ ବୈଠକ ଏବଂ ଶିଶୁ ଓ କିଶୋର ଶ୍ରମିକ ନିରାକରଣ ଓ ନିୟନ୍ତ୍ରଣ ସଚେତନତା ବୈଠକ

ଜିଲ୍ଲା ସ୍ତରୀୟ “ଶିଶୁ ପାଇଁ ଦିନଟିଏ” ତ୍ରୟ ମାସିକ ବୈଠକ ଏବଂ ଶିଶୁ ଓ କିଶୋର ଶ୍ରମିକ ନିରାକରଣ ଓ ନିୟନ୍ତ୍ରଣ ସଚେତନତା ବୈଠକ

0
WhatsApp Image 2025-06-21 at 7.08.58 AM

ତିର୍ତୋଲ: ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଜିଲ୍ଲା ବାଲ୍ୟ ବିବାହ ନିରୋଧ ଟାସ୍କ ଫୋର୍ସ,ଶିଶୁ ଶ୍ରମିକ ନିରୋଧ ଟାସ୍କ ଫୋର୍ସ, ଜଏଣ୍ଟ ଆକ୍ସନ ପ୍ଳାନ ଅନ ପ୍ରିଭେନସନ ଅଫ ଡ୍ରଗ ଆଣ୍ଡ ସବଷ୍ଟାନସ ଆବ୍ୟୁଜ, ଅବୈଧ ଚାଲାଣ, ଶିଶୁ ମଙ୍ଗଳ ସମିତି, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଏବଂ ଶିଶୁ ଯତ୍ନ ଅନୁଷ୍ଠାନ,ଚାଇଲ୍ଡ ଲାଇନ ସେବା 1098 ର ମିଳିତ ତ୍ରୟ ମାସିକ ବୈଠକ ସହ ଆୟୋଜିତ ହୋଇଯାଇଛି । ‘ଶିଶୁ ପାଇଁ ଦିନଟିଏ ‘ ତ୍ରୟ ମାସିକ ବୈଠକ ଏବଂ ଶିଶୁ ଓ କିଶୋର ଶ୍ରମିକ ନିରାକରଣ ଓ ନିୟନ୍ତ୍ରଣ ପାଇଁ ଏକ ସଚେତନତା ବୈଠକ। ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସଭାରେ ସମ୍ମାନନୀୟ ଅତିଥି ଭାବେ ଉପସ୍ଥିତ ହୋଇ ସଭାପତି, ଜିଲ୍ଲା ପରିଷଦ, ଶ୍ରୀ ମନୋଜ କୁମାର ଭୋଇ ସଭାରେ ଆଲୋଚିତ ବିଭିନ୍ନ ଦିଗ ପ୍ରତି ତାଙ୍କ ମନ୍ତବ୍ୟ ରଖିଥିଲେ ଓ ସେ କହିଥିଲେ ଶିଶୁ ଟିଏ କିପରି ତାର ମୌଳିକ ଅଧିକାର ଓ ସୁବିଧା ପାଇପାରିବ ଆମେ ନିଶ୍ଚିତ ସେ ଦିଗ ପ୍ରତି କାର୍ଯ୍ୟ କରିବା । ବୈଠକ ରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ କହିଲେ ଯେ,ଶିଶୁ ଶ୍ରମିକ ପ୍ରଥା କୁ ଏକ ସମାଜିକ ବ୍ୟାଧି ରୂପେ ଅଭିହିତ କରିବା ସହ ଏହାର ନିରାକରଣ ଦିଗରେ ସମସ୍ତଙ୍କ ର ଦାୟିତ୍ଵ ରହିଛି । ସମାଜ ର ପ୍ରତ୍ୟେକ ବ୍ୟକ୍ତି ଏଥିପ୍ରତି ସଜାଗ ହେବା ସହ ଶ୍ରମ ବିଭାଗ ଏଥିପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ବୈଠକରେ ପୋଷ୍ୟ ସନ୍ତାନ ଗ୍ରହଣ ତଥା ଶିଶୁ ସୁରକ୍ଷା ନିମନ୍ତେ ତୃଣମୂଳ ସ୍ତରରେ ବିଭିନ୍ନ ଗ୍ରାଣ୍ଟ ଓ ଏହାର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ସେହିପରି ବିଦ୍ୟାଳୟ ପରିସରର 100 ଗଜ ଦୂରତା ମଧ୍ୟରେ କୌଣସି ନିଶା ଦ୍ରବ୍ଯ ବିକ୍ରୟ ଏକ ଦଣ୍ଡନୀୟ ଅପରାଧ ଏବଂ ଏଥିପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଅବକାରୀ ବିଭାଗ କୁ ନିର୍ଦ୍ଦେଶ ଦେଇଥିଲେ। ଔଷଧ ଦୋକାନ ରେ ସି ସି ଟିଭି ଲଗାଇବା, ବିଭିନ୍ନ ପୋଷ୍ଟର ମାଧ୍ୟମରେ ସଚେତନତା ସୃଷ୍ଟି କରିବା ଦିଗରେ ଜିଲ୍ଲାପାଳ ଗୁରୁତ୍ଵ ଦେଇଥିଲେ । ଅନ୍ୟପଟେ ବଜାର କମିଟି ସମ୍ପାଦକ ଙ୍କୁ କୌଣସି ଦୋକାନ ରେ ଶିଶୁ ଶ୍ରମିକ ନିୟୋଜିତ ନ କରିବା ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ପଞ୍ଚାୟତ ସ୍ତରରେ ମଧ୍ୟ ଏହି କାର୍ଯ୍ୟକ୍ରମ କୁ ପ୍ରୋତ୍ସାହନ ଦେଇ ସମାଜକୁ ଶିଶୁ ଶ୍ରମିକ ଓ ଅବୈଧ ଚାଲାଣ ମୁକ୍ତ କରିବା ପାଇଁ ଜିଲ୍ଲାପାଳ ମତ ଦେଇଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଯଶୋଦା ଯୋଜନା ର ସୁବିଧା ଓ ସୁଯୋଗ ବିଷୟରେ ଆଲୋଚନା କରାଯାଇଥିଲା । ଏହି ଯୋଜନରେ ଶିଶୁ ମାନଙ୍କ ପାଇଁ ବିଭିନ୍ନ ସହାୟତା ର ବ୍ୟବସ୍ଥା ରହିଛି । ଜଗତସିଂହପୁର ଜିଲ୍ଲାରେ ସର୍ବମୋଟ ୫୯୯ ଗ୍ରାମ ବାଲ୍ୟ ବିବାହ ମୁକ୍ତ ଅଛନ୍ତି ଏବଂ ଏହା କିପରି ଅଧିକ ସଫଳ ହେବ ସେ ପ୍ରତି କାର୍ଯ୍ୟ କରାଯାଉଛି ବୋଲି ଆଲୋଚନା ହୋଇଥିଲା । ଏହି ସଭାର ମୁଖ୍ୟ ଆଭିମୁଖ୍ୟ “ଶିଶୁ ଶ୍ରମିକ ମୁକ୍ତ” ଜଗତସିଂହପୁର ଆମ ସଂକଳ୍ପ ପାଇଁ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଶିବ ନାରାୟଣ ସାହୁ ବକ୍ତବ୍ୟ ରଖିଥିଲେ ଏବଂ ପ୍ରତ୍ୟେକ ନାଗରିକ ଶିଶୁ ଶ୍ରମିକ କୁ ବିରୋଧ କରିବା ପାଇଁ ଶପଥ ନେବା ଉଚିତ୍ ବୋଲି ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ପ୍ରକାଶ ଥାଉକି, ବର୍ତ୍ତମାନ ଶ୍ରମ ବିଭାଗ ପକ୍ଷରୁ ୧୨ ଜୁନ୍ ରୁ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ କାର୍ଯ୍ୟକ୍ରମ ଚାଲୁରହିଛି ଏବଂ ଏହା ୨୬ ଜୁନ୍ ଯାଏଁ ଚାଲୁ ରହିବ। ଜିଲ୍ଲା ଶ୍ରମ ବିଭାଗ ସୂଚନା ଅନୁଯାୟୀ ୨୦୨୪-୨୫ ବର୍ଷ ରେ ୧୫୨ ଟି ଶିଶୁ ଶ୍ରମିକ ବିରୋଧ ଉପରେ ଯାଞ୍ଚ କରାଯାଇଛି ଓ ୩ ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ୨ ଜଣଙ୍କ ବିରୁଦ୍ଧରେ ମକଦ୍ଦମା ମଧ୍ୟ କରାଯାଇଛି । ଏହାଛଡ଼ା ବୈଠକରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ କାହ୍ନୁଚରଣ ରାଉତ ଶିଶୁ ସୁରକ୍ଷା ବିଭାଗ ର ବ୍ୟବସ୍ଥା ବିଷୟ ରେ ସୂଚନା ଦେଇଥିଲେ। ବିଭିନ୍ନ ଶିଶୁ ସୁରକ୍ଷା ଓ ଶିଶୁ ମଙ୍ଗଳ କାର୍ଯ୍ୟାଳୟ ରେ ଥିବା ଶିଶୁ ମାନଙ୍କୁ ଶିକ୍ଷା ର ସମସ୍ତ ବ୍ୟବସ୍ଥା ସହିତ ମନୋରଞ୍ଜନ କାର୍ଯ୍ୟକ୍ରମ, ଭୋକେସନାଲ ଟ୍ରେନିଂ, କୋ କରିକୁଲାର କାର୍ଯ୍ୟକ୍ରମ, ୱର୍କସପ ଆୟୋଜନ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ବୈଠକରେ ଜିଲ୍ଲାପାଳ ସି ଡି ପି ଓ ମାନଙ୍କୁ ଗ୍ରାମ ପଞ୍ଚାୟତ ସ୍ତରରେ ଏହାର ସମୀକ୍ଷା ବୈଠକ କରିବା ସହ ପ୍ରତ୍ୟକ୍ଷ ଭାବେ ସମସ୍ତ ସମସ୍ୟା ଗୁଡ଼ିକୁ ବୁଝି ଏହାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବିଦ୍ୟାଳୟ ରୁ ଡ୍ରପ୍ଆଉଟ୍ ଚିହ୍ନଟ,ଉଚ୍ଚ ଶିକ୍ଷା ପାଇଁ ଗ୍ରୀନ ପ୍ୟାସେଜ , ଅଦ୍ଵିକ୍ ଆପ ଇତ୍ୟାଦି ବିଭିନ୍ନ ଦିଗ ଉପରେ ଜିଲ୍ଲାପାଳ ଉପସ୍ଥିତ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ।ଏହି ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ ବେହେରା,ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା , କିଶୋର ନ୍ୟାୟ ପରିଷଦର କର୍ମକର୍ତ୍ତା,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ,ଜିଲ୍ଲା ଶ୍ରମ ବିଭାଗର ଅଧିକାରୀ,ଜିଲ୍ଲାର ସମସ୍ତ ସି ଡି ପି ଓ ,ଅବକାରୀ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ଶିକ୍ଷା ବିଭାଗ ଓ ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତ୍ତା ,କିଶୋର ନ୍ୟାୟ ପରିଷଦର ସଦସ୍ୟ,ଏବଂ ବିଭିନ୍ନ ବିଭାଗର ଅଧିକାରୀ ମାନେ ଅଂଶଗ୍ରହଣ କରିଥିଲେ।

ଶ୍ରୀବତ୍ସ ପାଢ଼ୀଙ୍କ ରିପୋର୍ଟ, ଇ ପି ଏ ନିୟୁଜୁ

Leave a Reply

Your email address will not be published. Required fields are marked *