July 5, 2025
Home » ଟାଙ୍ଗରା ଭୁମି ରେ ଫଳିଲା ସୁନା ର ଫସଲ

ଟାଙ୍ଗରା ଭୁମି ରେ ଫଳିଲା ସୁନା ର ଫସଲ

0
WhatsApp Image 2025-02-18 at 2.23.12 PM (1)

ସୁବର୍ଣ୍ଣପୁର ଜିଳ୍ଲା ବୀରମହାରାଜପୁର ବ୍ଳକ ଖଣ୍ଡହତା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜାନକପୁର ଗାଁ ର ସାଧାରଣ ଏକ ଚାଷି ପରିବାର ର ପୁଅ କାଲିନ୍ଦି ଚରଣ କର୍ଣ୍ଣ, ପରିବାର ରେ ଥିବା ପୈତୃକ ସମ୍ପତ୍ତି ଭାବରେ ଏଣେ ତେଣେ ଥିବା ୧୫ ଏକ ଚାଷ ଜମି ରୁୁ ଅଧିକ ଥିଲା ଟାଙ୍ଗରା ଭୂମି ସେଥିମଧରୁ ଏକା ସ୍ଥାନ ରେ ଥିବା ୫ ଏକର ଜମି ଯାହାକି ସମ୍ପୂର୍ଣ୍ଣ ଟାଙ୍ଗର ଏବଂ ରୁଗୁଡି ମିଶ୍ରିତ ଜମି ରହିଥିଲା । କିନ୍ତୁ ଉକ୍ତ ଜମି ରେ ବର୍ତ୍ତମାନ କାଲିନ୍ଦି ସୁନା ଫସଳ ଫଲେଇଥିବା ଦେଖୀବାକୁ ମିଲିଛି ।
ଗତ କରୋନା ମାହାମାରୀ ସମୟରେ ଘରକୁ ବାହାରି ବାକୁ ମନା ଥିବା ବେଳେ ସାରା ଦେଶ ରେ ଲକଡାଉନ ରାହିଥିବା ବେଳେ ଘରେ ଘରେ ବସି ବସି କଣ କରାଯିବ ଭାବି କାଲିନ୍ଦି ନିଜ ପୈତୃକ ସମ୍ପତ୍ତି ଏକ ସ୍ଥାନ ରେ ଥିବା ଉକ୍ତ ୫ ଏକର ପରିମିତ ଜମି ରେ କିଛି କରିବାକୁ ମନ ବଲେଇଲେ । ଉକ୍ତ ସ୍ଥାନକୁ ଦୈନିକ ସକାଳୁ ସକାଳୁ କୁରାଢ଼ି , ଟାଙ୍ଗିଆ ଧରି କାଲିନ୍ଦି ଯାଇ ଥିବା ଅନାବାଦି ବୁଦା, କାମ କୁ ଆସୁ ନ ଥିବା ଗଛ କୁ କାଟୁଥିବା ଦେଖି ଗାଁ ସାହିତ ଆଖ ପାଖ ଲୋକେ କାଲିନ୍ଦି ଙ୍କ କାର୍ଯ୍ୟ କୁ ଦେଖି ତାତ୍ସଳ୍ୟ କରିବା କୁ ଲାଗୁଥିଲେ । କିନ୍ତୁ କାଲିନ୍ଦି ହାର ନ ମାନି କାହା କଥା କୁ ଭୃକ୍ଷେପ ନ କରି ଉକ୍ତ ଜମି ଉପରେ କିଛି କିଛି କାମ କରିବା ରେ ଲାଗିଲେ କିନ୍ତୁ ଦେଖିଲେ ଟାଙ୍ଗରା ଭୂମି ସାଙ୍ଗକୁ ରୁଗୁଡିଆ ମାଟି ହୋଇଥିବା ରୁ ମାଟି କିଛି ହେବ ନାହିଁ ଭାବି ଉକ୍ତ ସ୍ଥାନରେ ପୁର୍ବରୁ ଘରେ ଥିବା ଦେଶୀ ଗାଈ ଏବଂ ଶଙ୍କର ଜାତୀୟ ଗାଈ କୁ ନେଇ ସେଠାରେ ଗୁହାଳ କରି ନିଜେ ଗାଇ ର ଯତ୍ନ ନେଇ ସୋସାଇଟି କୁ କ୍ଷିର ଦେଲେ ଏବଂ କିଛି ନୁଆ କରିବାକୁ ଚିନ୍ତା କଲେ ଏବଂ କାଲିନ୍ଦି ଙ୍କ ଦୃଢ ଇଛା ଶକ୍ତି କୁ ଦେଖି ତାଙ୍କ ଅନ୍ୟ ଭାଇ ମାନେ ସାହଯୋଗ କରିବାକୁ ଆଗେଇ ଆସିଲେ । କିନ୍ତୁ ଉକ୍ତ ଟାଙ୍ଗରା ଜମି କୁ ଚାଷ ଉପଯୋଗୀ କରିବାକୁ କାଲିନ୍ଦି ଙ୍କୁ ଅର୍ଥ ର ଆବଶ୍ୟକ ଥିବା ବେଳେ କୈାଣସି ସରକାରି ସହାୟତା ବିନା ପ୍ରଥମେ ନିଜେ ଉକ୍ତ ଟାଙ୍ଗରା ଜମି ର କିଛି ଅଂଶ ରୁ ମାଟି ଖୋଲି ନିଜ କାନ୍ଧ ରେ ଅନ୍ୟତ୍ର ନେଇ ପକେଇ ସେଠାରେ ଚାଷ ଉପଯୋଗି ମାଟି ଭର୍ତି କରିଥିଲେ । ପରେ ପରେ ପାଣି ର ସୁବିଧା ପାଇଁ ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ବିଭାଗ ତରଫରୁ ଏକ ଫାର୍ମ ପଣ୍ଡ କରିବା ପାଇଁ ସରକାରି ସହାୟତା ସହିତ ନିଜ ଅର୍ଥ କୁ ଲଗେଇ ଏକ ଗଭିର ପୋଖରି ଖନନ କରିଥିଲେ ଯାହା କି କାଲିନ୍ଦିଙ୍କ ଭାଗ୍ୟ ପରିବର୍ତନ କରିଥିଲା । ଉକ୍ତ ପୋଖରୀ ଖୋଲିବା ପରେ ପାଣି ର ଅଭାବ କିଛି କାଂଶ ରେ ଦୁର ହୋଇଥିଲା ସେଠାରୁ ଆଉ କାଲନ୍ଦି ପଛ କୁ ଫେରି ନ ଥିଲେ । ପଶୁପାଳନ ବିଭାଗ ତରଫରୁ ଏକ ଛୋଟ କୁକୁଡା ଫାର୍ମ, ଉଦ୍ୟାନ ବିଭାଗ ତରଫରୁ ଏକ ପିଆଜ ଘର ପରେ ଆଉ ବିନା ସରକାରୀ ସହାୟତା ରେ ଏବେ ଉକ୍ତ ଟାଙ୍ଗରା ଭୂମି ଏବେ ଶସ୍ୟ ଶ୍ୟାମଳା ହୋଇଥିବା ଦେଖିବାକୁ ମିଲିଛି । କାଲିନ୍ଦି ଙ୍କ ପ୍ରଚେଷ୍ଠା ରେ ମରୁଭୁମି ରେ ଫସଲ ଫଳେଇଥିବା ଜାଣିବାକୁ ପାଇଁ ବୀରମହାରାଜପୁର କୃଷି ବିଭାଗ ର ଗ୍ରାମ୍ୟ କୃଷି କର୍ମଚାରି ଓ ଅନ୍ୟ କଷି ଅଧିକାରି ତାଙ୍କ ପାଖରେ ପହି ଥିଲେ ଏବଂ ଉକ୍ତ ସ୍ଥାନରେ ତାଙ୍କ ପରାମର୍ଶରେ ସମ୍ପୁର୍ଣ୍ଣ ରୁପେ ଜୈବିକ ପ୍ରଣାଳୀ ରେ ଚାଷ ଆରମ୍ଭ କରିଥିଲେ । ସେଠାରେ ଏବେ ପ୍ରାୟ ଅଧା ଏକର ରୁ ଉର୍ଦ୍ଧ୍ୱ ସ୍ଥାନରେ ଲଙ୍କା ଚାଷ ହୋଇ ଥିବା ବେଳେ ଆଲୁ, କୋବି, ପିଆଜ, ଟମାଟର , କଦଳୀ , ଶଙ୍କର ଜାତୀୟ ବିଭିନ୍ନ ପ୍ରକାର ବୁର କୋଲି, ନିଜ ପାଖରେ ଥିବା ଗାଈ ମାନଙ୍କ ପାଇଁ ଘାସ ଚାଷ (ନାପିଅର), ମାଛ ଚାଷ, ୧୦ ରୁ ଉର୍ଦ୍ଧ୍ୱ ଶଙ୍କର ଜାତୀୟ ଗୋ-ପାଳନ, ବତକ, ଦେଶି କୁକଡା ଚାଷ କରୁଥିବା ବେଳେ ତରଭୁଜ ଚାଷ ପାଇଁ ବର୍ତ୍ତମାନ ଜମି ପ୍ରସ୍ତୁତି ଚାଲିଛି ଏବଂ ତାଙ୍କ ଫାର୍ମ କୁ ଲାଗି ରହିଥିବା କିଛି ଅନ୍ୟ ଲୋକ ଙ୍କ ପଡିଆ ଅନୁର୍ବର ଜମି କୁ ଠିକା ସୁତ୍ର ରେ ନେଇ ଜମି ପ୍ରସ୍ତୁତ କରି ଧାନ ଚାଷ ତାହା ବି ସମ୍ପୁର୍ଣ୍ଣ ଜୈବିକ ପଦ୍ଧିତି କରିଛନ୍ତି । ତାଙ୍କ କୈାଣସି ଫସଳରେ ଯଦି ରୋଗ ପୋକ ଲାଗେ ତେବେ ସେ କୈାଣସି କିନାସକ ବ୍ୟବହାର କରନ୍ତି ନାହିଁ ସେ ଗୋ-ମୁତ୍ର ଏବଂ ଲିମ୍ବ ସାହାଜ୍ୟ ରୋଗ ପୋକ ଦମନ କରି ଚାଷ କରି ସଫଳ ହୋିଛନ୍ତି . । କାଲିନ୍ଦି ନିଜେ ସ୍ୱାବଲମ୍ବି ହେବା ସହିତ ଅନ୍ୟ କିଛି ଲୋକଙ୍କୁ ନିୟମିତ ଭାବେ ରୋଜଗାର ଦେଇ ପାରିଛନ୍ତି ଏହା ସାହିତ କାଲିନ୍ଦି ଏବେ ଉକ୍ତ ଫାର୍ମ ରୁ ପ୍ରାୟ ବାର୍ଷିକ ୧୦ ରୁ ୧୨ ଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତି । କାଲିନ୍ଦି ଙ୍କ ଜୈବିକ ତଥା ଉନ୍ନତ ପ୍ରଣାଳୀ ର ଚାଷ ପାଇଁ ତାଙ୍କୁ କୃଷି ଓଡିଶା ୨୦୨୫ ସୁବର୍ଣ୍ଣପୁର ଜିଳ୍ଲା ପାଇଁ ଭୂବନେଶ୍ୱର ଠାରେ କୃୃଷି ଓଡିଶା ସମ୍ମାନ ରେ ସମ୍ମାନିତ କରିଛନ୍ତି ରାଜ୍ୟ ସରକାର । କାଲିନ୍ଦି ଚଳିତ ବାର୍ଷ ଜିଳ୍ଲା ସ୍ତରୀୟ କୃୃଷି ଯନ୍ତ୍ରପାତି ମେଳା ରେ ଶଙ୍କର ଜାତୀୟ ବୁର କୋଲି ଚାଷ କରି ଉକ୍ତ ମେଲା ରେ ୬ କୁଇଣ୍ଟାଲ ରୁ ଉର୍ଦ୍ଧ୍ୱ କୋଲି ବିକ୍ରି କରିଥିଲେ । ଏହି ଜିଳ୍ଲା ସ୍ତରିୟ ମେଲାରେ ସମ୍ମାନିତ ହୋଇଥିଲେ । କାଲିନ୍ଦି ନିଜ ଚାଷ ର ଉନ୍ନତି ଏବଂ ଜୈବିକ ପ୍ରଣାଳୀ ବିଭୀନ୍ନ ସହାୟତା ପାଇଁ କୃଷି ବିଭାଗ ଅଧିକାରୀ ମାନଙ୍କ ସାହିତ ଯୋଗାଯୋଗ ରେ ରହିଥିବା କହିଥିଲେ ।
ବିରେନ୍ଦ୍ର ସିଂ ବରିହା, ଜିଳ୍ଲା କୃଷି ଅଧିକାରୀ- ଆମ ବିଭାଗ କୁ ୨୦୨୪-୨୫ ଆର୍ଥୀକ ବାର୍ଷ ରେ ୧୦୦୦ ହେକ୍ରର ଚାଷ ଜମି ରେ ସମ୍ପୁର୍ଣ୍ଣ ରୁପେ ଜୈବିକ ପ୍ରଣାଳୀ ରେ ଚାଷ କରିବାକୁ ନିଷ୍ପତ୍ତି ନିଆଯାଇଛି । କାଲିନ୍ଦି ଦୀର୍ଘ ୫ ବର୍ଷ ହେବ ବିନା ରସାୟନିକ ସାର ବ୍ୟବହାର କରି ଚାଷ କରି ସଫଳ ହୋଇଛନ୍ତି । ଆମ ବିଭାଗ ତରଫରୁ ଚାଷୀ ମାନଙ୍କୁ ତାଙ୍କ ଫାର୍ମ କୁ ନେଇ ଚାଷୀ ମାନଙ୍କୁ ତାଳିମ ଦେବାର ବ୍ୟବସ୍ଥା ମଧ୍ୟ କରାଯାଇଛି । କାଲିନ୍ଦି ସବୁ ସମୟରେ ଆମ ବିଭାଗ ସହିତ ଜଡିତ ଥିବା ସହିତ ଆମେ ମଧ୍ୟ କାଲିନ୍ଦି ଙ୍କୁ ସାହାର୍ଯ୍ୟ କରିଥାଉ ।
ଯେ କୈାଣସି ଜମି ରେ ଚାଷ ହୋଇ ପାରିବ କେବଳ ଇଛା ଶକ୍ତି ଦରକାର, କାଲିନ୍ଦି ଟାଙ୍ଗରା ଭୁଇଁ ରେ ବହୁ ପରିଶ୍ରମ ବଳରେ ଚାଷ କରି ସଫଳତା ପାଇଛନ୍ତି । ଯଦି ତାଙ୍କ ପ୍ରଚେଷ୍ଟା କୁ କୃଷି ଓ ଆନୁସାଙ୍ଗିକ କୃଷି ବିଭାଗ ତରଫରୁ ସଠିକ ସହଯୋଗ କରାଯାଏ ତେବେ ସେ ସଫଳତା ପାଇବା ସହ ଜୈବିକ ପ୍ରଣାଳୀ ରେ ଚାଷ ହୋଇଥିବା ଫସଳ ବ୍ୟବହାର କରି ଆମେ ମଧ୍ୟ ନିରୋଗ ରହିବା ଏହା ସମସ୍ତ ଚାଷି ମାନଙ୍କ ପ୍ରତି କାଲିନ୍ଦି ଆଜି ଉଦାହରଣ ସୃଷ୍ଟି କରିପାରିଛନ୍ତି ।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *