ଡିଆଇଇଟି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଥିବା ଶାରୀରିକ, ମାନସିକ ଯୌନ ନିର୍ଯାତନା ଅଭିଯୋଗକୁ ନେଇ ଚାରି ଜଣିଆ ଦଳ ତଦନ୍ତ ଆରମ୍ଭ

ଜିଲ୍ଲାପାଳ ମନୋଜ ସତ୍ୟଦାନ ମହାଜନ ନିର୍ଦ୍ଦେଶ କ୍ରମେ ଡିଆଇଇଟି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଥିବା ଶାରୀରିକ, ମାନସିକ ଯୌନ ନିର୍ଯାତନା ଅଭିଯୋଗକୁ ନେଇ ଗୁଣପୁର ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ରାୟଗଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲି ଶିଶୁ ସୁରକ୍ଷା ଅଧିକାରୀଙ୍କ ସମେତ ଚାରି ଜଣିଆ କମିଟି ଗଠିତ ହୋଇ ଶୁକ୍ରବାର ଦିନ ଡିଆଇଇଟି ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ଏଥିସହ ବିଷମକଟକ ତହସିଲଦାର ସମେତ ଉପସ୍ତିତି ରହି ସାରା ଦିନ ଅନୁଷ୍ଠାନ ଛାତ୍ରଛାତ୍ରୀଙ୍କୁ ଦୁଇଟି ଗ୍ରୁପରେ ଭାଗ କରି ସମସ୍ତ ଅଭିଯୋଗଗୁଡିକ ପଚାରି ବୁଝିବା ପରେ ଅନୁଷ୍ଠାନର ସମସ୍ତ କର୍ମଚାରୀଙ୍କୁ ପଚାରି ବୁଝିବା ସହ ଅଧକ୍ଷ ଶରତ ଚନ୍ଦ୍ର ସେଠଙ୍କୁ ମଧ୍ୟ ତାଙ୍କ ନାମରେ ଆସିଥିବା ଅଭିଯୋଗ ସମ୍ପର୍କରେ ବୁଝିଥିଲେ । ସମସ୍ତ ତଥ୍ୟଭିତିକ ପ୍ରମାଣ ସହ ସମସ୍ତ ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କୁ ତଦନ୍ତ ଟିମ୍ ହସ୍ତଗତ କରିବା ପରେ ତାହା ନେଇ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ସୂଚିତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଛନ୍ତି ଜିଲ୍ଲାପାଳ ଶ୍ରୀ ମହାଜନ ।
ସୂଚନା ମୁତାବକ ରାୟଗଡ଼ା ଜିଲ୍ଲା ବିଷମକଟକସ୍ଥିତ ଡିଆଇଇଟି ର ଅଧ୍ୟକ୍ଷ ଶରତ ଚନ୍ଦ୍ର ସେଠଙ୍କ ନାମରେ ଗୁରୁବାର ଦିନ ଅନୁଷ୍ଠାନର ୫୦ରୁ ଅଧିକ ଛାତ୍ରଛାତ୍ରୀ ରାୟଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ଶାରୀରିକ, ମାନସିକ ଯୌନ ନିର୍ଯାତନା ଦେଉଥିବା ନେଇ ଏକ ସଙ୍ଗିନୀ ଅଭିଯୋଗ କରିଥିଲେ । ନୂଆ ଅଧ୍ୟକ୍ଷ ଆସିବା ପରଠାରୁ ବାଳିକା ହଷ୍ଟେଲ ଓ ଶୌଚଳୟ ସାମ୍ନାରେ ସିସିଟିଭି ଲଗାଇବା ସହ ଦିନା ଅନୁମତିରେ ରାତିରେ ବାଳିକା ହଷ୍ଟେଲକୁ ଆସି ନାନାପ୍ରକାର ଛାତ୍ରୀଙ୍କୁ ନିର୍ଯାତନା କରୁଛନ୍ତି । ପିଲାମାନଙ୍କୁ ଅଶ୍ଳୀଳ ଭାଷାରେ ଗାଲିଗୁଳଜ କରିବା,ତାଙ୍କର ଗୋଡ଼ ଘସିବାକୁ କହିବା,ମୋବାଇଲକୁ ଅଶ୍ଳୀଳ ବାର୍ତା ପଠାଇବା,ଭଳି ୨୧ଟି ଅଭିଯୋଗ କରିଛନ୍ତି । ଏତଦବ୍ୟତୀତ ଶିକ୍ଷାର୍ଥୀଙ୍କୁ ଅଧ୍ୟକ୍ଷା ତାଙ୍କ ପାଇଁ ରୋଷେଇ କରିବାକୁ କହୁଛନ୍ତି । ପିଲାମାନଙ୍କୁ ଅନୁଷ୍ଠାନର ଅଧ୍ୟକ୍ଷଙ୍କ ଏପରି ନ୍ୟୁନ ସ୍ତର ଖରାପ ଆଚରଣତା ମଧ୍ୟରେ ସମସ୍ତ ଛାତ୍ରଛାତ୍ରୀ ଅସୁରକ୍ଷିତ ମନେ କରୁଛନ୍ତି । ସମସ୍ତ ପିଲାମାନଙ୍କୁ ଜିଲ୍ଲାପାଳଙ୍କ ଚିନ୍ତନ କକ୍ଷକୁ ଡାକି ଜିଲ୍ଲାପାଳ ସମସ୍ତ ବିଷୟରେ ଆଲୋଚନା କରିଥିଲେ । ଆଲୋଚନା ସମୟରେ ଜିଲ୍ଲା ଶିକ୍ଷା ଅଧିକାରୀ,ଡିସିପିଓ,ଜିଲ୍ଲା ସମାଜ ମଙ୍ଗଳ ଆଧିକାରୀ ରହି ସମସ୍ତ ଆଲୋଚନା କରିଥିଲେ । ସମସ୍ତ ଅଭିଯୋଗର ତହନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଥିବା କହିଥିଲେ ଶିକ୍ଷାର୍ଥିମାନେ ।
ଅପରପକ୍ଷରେ ଅଧ୍ୟକ୍ଷ ଶରତ ଚନ୍ଦ୍ର ସେଠି ଏଭଳି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ ପକ୍ଷରୁ ଆସିଥିବା ଚିଠି ଅନୁସାରେ ୮୫% ପ୍ରତିଶତରୁ କମ୍ ଉପସ୍ଥାନ ଥିବା ପିଲାମାନେ ଫର୍ମ ଭରିପାରିବେ ନାହିଁ । କେବଳ ୧୫ ଜଣ ପିଲା ସମ୍ପୂର୍ଣ୍ଣ ଉପସ୍ଥାନ ରହିଛି । ଆଗକୁ ତଦନ୍ତ ରିପୋର୍ଟ ଆସିବା ପରେ ଜିଲ୍ଲା ପ୍ରଶାସନର କାର୍ୟ୍ୟନୁଷ୍ଟାନ କଣ ନିଆଯାଉଛି ତାହାକୁ ଅପେକ୍ଷା ।
ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )