April 19, 2025
Home » ପଦ୍ମଲୋଚନ ନୋଡ଼ାଲ ବିଦ୍ୟାପୀଠର ୬୭ତମ ବାର୍ଷିକ ଉତ୍ସବ

ପଦ୍ମଲୋଚନ ନୋଡ଼ାଲ ବିଦ୍ୟାପୀଠର ୬୭ତମ ବାର୍ଷିକ ଉତ୍ସବ

0

ପଟ୍ଟାମୁଣ୍ଡାଇ – ଉତିକଣ ଅଞ୍ଚଳରେ ଶିକ୍ଷାର ଆଲୋକ ପ୍ରଦାନ କରିଆସୁଥିବା ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ଚନ୍ଦନନଗରସ୍ଥ ପଦ୍ମଲୋଚନ ନୋଡ଼ାଲ ବିଦ୍ୟାପୀଠର ୬୭ତମ ବାର୍ଷିକ ଉତ୍ସବ ଜାନୁଆରୀ ୨୮ ଓ ୨୯ ଦୁଇଦିନ ଧରି ବିଦ୍ୟାଳୟ ପ୍ରାଙ୍ଗଣରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଭବ୍ୟ ଉତ୍ସବକୁ ରାଜନଗରର ବିଧାୟକ ଧ୍ରୁବଚରଣ ସାହୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି କହିଲେ, “ଶିକ୍ଷା ଓ ସଂସ୍କୃତିର ପ୍ରସାରରେ ହିଁ ସଭ୍ୟତାର ବିକାଶ ଘଟିଥାଏ । ସେଥିପାଇଁ ଶିକ୍ଷାନୁଷ୍ଠାନ ଗୁଡ଼ିକ ଉତ୍ତମ ଛାତ୍ରଛାତ୍ରୀ ଗଠନ ଦିଗରେ ପ୍ରୟାସି ହେବା ଆବଶ୍ୟକ ।”
ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦାନ କରି ବିଶିଷ୍ଟ କବି ଓ ସ୍ତମ୍ଭକାର ତଥା ପୂର୍ବତଟ ରେଳପଥର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ନିରକାର ଦାସ କହିଲେ, – “ବୈଷୟିକ ବିକାଶ ଯେଉଁଭଳି ଅଗ୍ରଗତି କରିଛି, ସେହିଭଳି ଭାବେ ବୌଦ୍ଧିକ ବିକାଶ ଆମ ଦେଶରେ ଘଟୁନି, ଯାହା ଫଳରେ ଆମ ସମାଜ ବିଭିନ୍ନ ସଙ୍କଟ ମଧ୍ୟ ଦେଇ ଗତିକରୁଛି । ଶିକ୍ଷାର ବିକାଶ ସହ ଶିକ୍ଷା ମାନବୃଦ୍ଧିର ତ୍ୱରାନ୍ୱିତ ହେଲେ ବୌଦ୍ଧିକ ବିକାଶ ପଥରେ ଥିବା ଅନ୍ତରାୟ ଦୂର ହୋଇପାରିବ ।”

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମନ୍ତ କୁମାର ରାଉତଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଦୁଇଦୁନିଆ ଉତ୍ସବର ଉଦ୍‌ଘାଟନୀ ସମାରୋହରେ ଯାଜପୁରର ସହକାରୀ ଜିଲ୍ଲାପାଳ ଅଶୋକ କୁମାର ବେହେରା, ବିଦ୍ୟାପୀଠର ପ୍ରାକ୍ତନ ପ୍ରଧାନ ଶିକ୍ଷକ ପଞ୍ଚାନନ ଧଳ, ପଞ୍ଚାୟତ ସମିତି ସଭ୍ୟ ମାନସ କୁମାର ମଲ୍ଲିକ ଓ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ନିରଞ୍ଜନ ଶତପଥୀ ସମ୍ମାନୀତ ଅତିଥିଭାବେ ଯୋଗଦାନ କରି ଶିକ୍ଷାର ପ୍ରସାର ଉପରେ ଆଲୋକପାତ କରିଥିଲେ । ପ୍ରଥମ ଅଧିବେଶନରେ ପୂର୍ବତଟ ରେଳପଥର ଉପମୁଖ୍ୟ ସଙ୍କେତ ଓ ଦୂରସଂଚାର ଯନ୍ତ୍ରୀ ଜୟ ନାରାୟଣ ଅଖିଳ ନାଥ ମୁଖ୍ୟ ଅତିଥି, ସରପଞ୍ଚ ବନୋଜ କୁମାର ସେଠୀ ବିଶିଷ୍ଟ ଅତିଥି ଓ ସି.ଆର୍‌.ସି.ସି. ରଞ୍ଜନ କୁମାର ସାହୁ “ଶିକ୍ଷାନୁଷ୍ଠାନ ହେଉଛି ଜ୍ଞାନର ମନ୍ଦିର, ଏହାର ଯତ୍ନନେବା ସମସ୍ତଙ୍କର ଦାୟିତ୍ୱ” ବୋଲି ଆଲୋଚନା କରିଥିଲେ ।
ଉଦ୍‌ଯାପନୀ ଉତ୍ସବରେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଦୁର୍ଯ୍ୟୋଧନ ପରିଡ଼ା ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିବାବେଳେ ବିଦ୍ୟାପୀଠର ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା ସାହିତ୍ୟିକ ସଚ୍ଚିନନ୍ଦନ ଦାସ ମୁଖ୍ୟବକ୍ତା ଭାବେ ଶିକ୍ଷା ଓ ଜ୍ଞାନର ବିକାଶ ଉପରେ ଆଲୋକପାତ କରିଥିଲେ । ସେହିପରି ବରିଷ୍ଠ ସାମ୍ବାଦିକ ଓ ସମାଜସେବୀ ଭାସ୍କର ଚନ୍ଦ୍ର ରାଉତରାୟ ବିଶିଷ୍ଟ ଅତିଥି, ପ୍ରାକ୍ତନ ପ୍ରଧାନ ଶିକ୍ଷକ ରଘୁନାଥ ମଲ୍ଲିକ, ବିଚିତ୍ର କୁମାର ସିଂ, ନିରଞ୍ଜନ ଶତପଥୀ ଓ କବି ନଳିନୀପ୍ରଭା ଦାଶ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ । ବିଦ୍ୟାପୀଠର ପଞ୍ଚସଖା ଶିକ୍ଷାସେତୁର ସଭାପତି ପ୍ରଫୁଲ୍ଲ କୁମାର ଶତପଥୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଅତିଥିମାନେ ବିଦ୍ୟାଳୟର ବାର୍ଷିକ ସ୍ମରଣିକା “ଚନ୍ଦନ”ର ଉନ୍ମୋଚନ କରିଥିଲେ । ଅତିଥି ପରିଚୟ ପ୍ରଦାନ କରିଥିଲେ ଶିକ୍ଷକ ଚିତ୍ତରଂଜନ ବାରିକ ଓ ବାର୍ଷିକ ବିବରଣୀ ପାଠ କରିଥିଲେ ଶ୍ରୀମତୀ ବନଜିନୀ ସାହୁ । ସଭା ପରିଚାଳନା କରିଥିଲେ ଶିକ୍ଷୟିତ୍ରୀ ସ୍ନେହମୟୀ ରଥ ଓ ସୌମ୍ୟାଶ୍ରୀ କର । ଶିକ୍ଷକ ପ୍ରକାଶ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଦୁଇଦିନ ଧରି ଅନୁଷ୍ଠିତ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସମାରୋହକୁ ଶିକ୍ଷକ ଆଶିଷ କାର୍ଜୀ, ଦୀପ୍ତିଶଙ୍କର ରାଉଳ, ସଞ୍ଜୟ ପ୍ରଧାନ, ଶିକ୍ଷୟିତ୍ରୀ ବନ୍ଦନା ଦାଶ, କନକଲତା ଷଡଙ୍ଗୀ, ଶୁଭଶ୍ରୀ ସ୍ୱାଇଁ ଓ ତପସ୍ୱିନୀ ରାଉତ ପରିଚାଳନା ଓ ସଂଯୋଜନା କରିଥିଲେ । ସେହିପରି ଶିକ୍ଷକ ଦୁର୍ଗା ପ୍ରସାଦ ପରିଡ଼ା, ଭୋଳାନାଥ ଜୀବନ ଦାସ, ଲୋହିତ ଚନ୍ଦ୍ର ମହାନ୍ତି, ସମ୍ବେଦକୁମାର ରାଉତରାୟ, ଅବିନାଶ ଓ ସୁରେଶ ପରିଚାଳନାରେ ସହଯୋଗ କରିଥିଲେ । ପ୍ରତ୍ୟେକ ଦିନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଗୀତ, ନୃତ୍ୟ, ନାଟକ, ଚିତ୍ରାଙ୍କନ ଇତ୍ୟାଦି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *