July 1, 2025
Home » ପାରାଦ୍ଵୀପ ଅଞ୍ଚଳ ରେ ଦୁର୍ଘଟଣା ପ୍ରଶମନ ପାଇଁ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ

ପାରାଦ୍ଵୀପ ଅଞ୍ଚଳ ରେ ଦୁର୍ଘଟଣା ପ୍ରଶମନ ପାଇଁ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ

0
WhatsApp Image 2025-05-05 at 8.31.05 PM

ପାରାଦ୍ଵୀପ : ମାନ୍ୟବର ମନ୍ତ୍ରୀ ଶିଳ୍ପ,ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଙ୍କ ସଭାପତିତ୍ବରେ , ସ୍ପେଶଲ ସର୍କିଟ ହାଉସ, ପାରାଦ୍ଵୀପ ଠାରେ,ପାରାଦୀପ ବନ୍ଦର ମଧ୍ୟରେ ଥିବା ନିଷିଦ୍ଧାଞ୍ଚଳରେ ଘଟିଥିବା ଦୁର୍ଘଟଣା ଓ ଭୂତୁମୁଣ୍ଡାଇ ରୁ ଅଠରବାଙ୍କି ମଧ୍ୟରେ ଘଟୁଥିବା ସଡ଼କ ଦୁର୍ଘଟଣା ତଥା ଆଗାମୀ ଦିନ ମାନଙ୍କରେ ସଡ଼କ ଦୁର୍ଘଟଣା ଗୁଡ଼ିକୁ କିପରି ଭାବରେ ହ୍ରାସ କରାଯାଇପାରିବ ଓ ସହଜରେ କିପରି ପାରାଦୀପ ବନ୍ଦର ମଧ୍ୟକୁ ପଣ୍ୟ କାରବାର ଅନାୟସରେ କରାଯାଇପାରିବ ତତ୍ ସମ୍ପର୍କରେ ଏକ ଜରୁରକାଳୀନ ବୈଠକ ଆହୂତ କରାଯାଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ, ଆରକ୍ଷୀ ଅଧିକ୍ଷକ ଶ୍ରୀ ଭବାନୀ ଶଙ୍କର ଉଦ୍ଗତା, ଉପାଧ୍ୟକ୍ଷ, ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଶ୍ରୀ ନିଳାଭ୍ର ଦାଶଗୁପ୍ତା, ସ୍ଥାନୀୟ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିରଞ୍ଜନ ବେହେରା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସ୍ମୃତି ରଞ୍ଜନ କର ସହିତ ପାରାଦୀପ ପୌର ପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ, ସ୍ଥାନୀୟ କୁଜଙ୍ଗ ତହସିଲଦାର, ସ୍ଥାନୀୟ ସମସ୍ତ ଥାନାର ଭାରପ୍ରାପ୍ତ ଅଧିକାରୀ , IFFCO & AMINS India ର ବରିଷ୍ଠ ଅଧିକାରୀ ବୃନ୍ଦ,ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅଧିକାରୀ ବୃନ୍ଦ , ପାରାଦୀପ ବନ୍ଦର ଡେପୁଟି ଟ୍ରାଫିକ ମ୍ୟାନେଜର, ଡମ୍ଫର ଆସୋସିଏସନର ସଭାପତି, ରାସ୍ତା ଓ ଗୃହନିର୍ମାଣ , ଜଗତିସଂହପୁର ର ଅଧିକ୍ଷଣ ଯନ୍ତ୍ରୀ , ଆଞ୍ଚଳିକ ପରିବହନ ଅଧିକାରୀ , ଜଗତସିଂହପୁର ସହିତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ।

ସର୍ବପ୍ରଥମେ ଜିଲ୍ଲାପାଳ ମହୋଦୟ ବୈଠକର ଗୁରୁତ୍ଵ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ମାନ୍ୟବର ମନ୍ତ୍ରୀ ମହୋଦୟ ସ୍ଥାନୀୟ ପାରାଦୀପ ବନ୍ଦର ଅଞ୍ଚଳରେ ପ୍ରତିଦିନ ଘଟୁଥିବା ଦୁର୍ଘଟଣା ଓ ସେଥିରେ ଚାଲି ଯାଉଥିବା ମୂଲ୍ୟବାନ ଜୀବନ ଉପରେ ଶୋକ ପ୍ରକାଶ କରିଥିଲେ ଓ ଭବିଷ୍ୟତରେ ଯେପରି ଧନ ଜୀବନ ଅକାଳରେ ନଯାଏ ସେଥିପାଇଁ ସମସ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରା ଯାଇଥିଲା। ଭୂତୁମୁଣ୍ଡାଇରୁ ଆସୁଥିବା ସମସ୍ତ ମାଲବାହୀ ଟ୍ରକ ଗୁଡ଼ିକର ଡ଼୍ରାଇଭର ମାନଙ୍କର ବାଧ୍ୟତାମୂଳକ ମଦ୍ୟପାନ ପରୀକ୍ଷା କରାଯିବ। ଏହା ସ୍ଥାନୀୟ ପୋଲିସ କର୍ତ୍ତୃପକ୍ଷଙ୍କ ଦ୍ଵାରା ସମ୍ପାଦିତ କରାଯିବ। ସେଥିପାଇଁ ପର୍ଯ୍ୟାପ୍ତ ସଂଖ୍ୟକ Breath Analyser ଆଞ୍ଚଳିକ ପରିବହନ ଅଧିକାରୀ ଙ୍କ ଦ୍ଵାରା ସ୍ଥାନୀୟ ଅତିରିକ୍ତ ଜିଲ୍ଲାପାଳ, ପାରାଦୀପ ଙ୍କ ପାଖରେ ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ କରାଯିବ। ଭୂତମୁଣ୍ଡାଇ ରୁ ପାରାଦୀପ ବନ୍ଦର ମଧ୍ୟରେ ପ୍ରତି ଡିଭାଇଡର ନିକଟରେ ଦୁଇ ଜଣ ଲେଖାଏ ଗୃହରକ୍ଷୀ ମୁତୟନ କରାଯିବ।ପ୍ରତି ଟ୍ରକ କିମ୍ବା କାର୍ଗୋ ଓ ଅନ୍ୟାନ୍ୟ ଭାରିଯାନ ଗୁଡ଼ିକର ଗତି ୩୦ କିମି ପ୍ରତି ଘଣ୍ଟା ଉର୍ଦ୍ଧ୍ବ କୁ ଯାଇପାରିବ ନାହିଁ। ଅମାନ୍ୟ କରୁଥିବା ଡ୍ରାଇଭର ମାନଙ୍କର ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବ। ଏହାର ଦାୟିତ୍ଵ ସ୍ଥାନୀୟ RTO ଏବଂ ସ୍ଥାନୀୟ ପୋଲିସ କର୍ତ୍ତୃପକ୍ଷ ଙ୍କୁ ଦିଆଗଲା । ପର୍ଯ୍ୟାପ୍ତ ପରିମାଣର ଟ୍ରାଫିକ ଭଲୁଣ୍ଟର ମାନଙ୍କୁ ମୁତୟନ କରାଯିବ ଓ ଏହାକୁ ସ୍ଥାନୀୟ ପୋଲିସ କର୍ତ୍ତୃପକ୍ଷ ତଦାରଖ କରିବେ।
ଦୁର୍ଘଟଣା ସମୟରେ ଅତି ଜରୁରୀକାଳୀନ ସେବା ପ୍ରଦାନ ପାଇଁ ପାରାଦୀପ ବନ୍ଦର ୩ ଓ ୪ ନଂ ଫାଟକ ପାଖରେ CISF କର୍ତ୍ତୃପକ୍ଷଙ୍କ ପାଖରେ ୨ ଟି ଆମ୍ବୁଲାନ୍ସ ନିୟୋଜିତ କରାଯିବ। ଏହାର ଫୋନ୍ ନମ୍ବର ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶ କରାଯିବ।
NHAI ଓ IFFCO କର୍ତ୍ତୃପକ୍ଷଙ୍କ ମଧ୍ୟରେ ବୁଝାମଣା କରାଯାଇ ସ୍ଥାନୀୟ IFFCO ଛକରେ ଏକ ଗୋଲେଇ ଛକ କରାଯିବ। ଏହାର ସମ୍ପୂର୍ଣ୍ଣ ଖର୍ଚ୍ଚ IFFCO କର୍ତ୍ତୃପକ୍ଷ ବହନ କରିବେ। ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ହେଉଛି କୌଣସି ପରିସ୍ଥିତିରେ କୌଣସି ସଂଗଠନ ପାରାଦୀପ ବନ୍ଦର ର କୌଣସି ଫାଟକ ଅବରୋଧ କରିପାରିବେ ନାହିଁ। ଯଦି ଭବିଷ୍ୟତରେ ଏହିପରି ପରିସ୍ଥିତି ଉପୁଜେ ତାହେଲେ ଅବରୋଧକାରୀ ମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆଯିବ। ଆବଶ୍ୟକ ହେଲେ ESMA ଲାଗୁ କରାଯିବା ପାଇଁ ଜିଲ୍ଲା ପ୍ରଶାସନ ବନ୍ଦର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ନିଷ୍ପତି ନେବେ ବୋଲି ବୈଠକ ରେ ଆଲୋଚନା ହୋଇଥିଲା।

Leave a Reply

Your email address will not be published. Required fields are marked *