July 5, 2025
Home » ବିଏମ୍ ସିରେ ଉନ୍ନତମାନର ସବୁଜିମା ରାସ୍ତା ନିର୍ମାଣ ସଂପର୍କିତ ଦୁଇ ଦିନିଆ କର୍ମଶାଳା

ବିଏମ୍ ସିରେ ଉନ୍ନତମାନର ସବୁଜିମା ରାସ୍ତା ନିର୍ମାଣ ସଂପର୍କିତ ଦୁଇ ଦିନିଆ କର୍ମଶାଳା

0
WhatsApp Image 2025-04-17 at 8.45.49 PM (1)

ଭୁନବେଶ୍ବର; ତା 17104.2025 ରିଖ:ସହରାଞ୍ଚଳ ବାୟୁମଣ୍ଡଳର ଗୁଣାତ୍ମକ ମାନ ବୃଦ୍ଧି କରିବା ସହ ପରିବର୍ଷିତ ଜଳବାୟୁକୁ ନିୟନ୍ତ୍ରଣ କରିବା ସଂପର୍କରେ ସରକାରୀ ଅଧିକାରୀ, ଟାଉନ ପ୍ଲାନର ଏବଂ ପ୍ରମୁଖ ଅଂଶୀଦାରମାନଙ୍କର ଦକ୍ଷତା ଏବଂ ଜ୍ଞାନ ବୃଦ୍ଧି କରିବା ପାଇଁ ଭାରତ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଜଳବାୟୁ ପରିବର୍ତ୍ତନ ସଂପର୍କରେ ଜନ ସଚେତନତା ସୃଷ୍ଟି କରିବା ସହ ଦୀର୍ଘ ମିଆଦି ସୂତ୍ରରେ ସୁସ୍ଥ ଓ ସ୍ବଚ୍ଛ ଜଳବାୟୁ ପାଇବା ପାଇଁ କଣ କଣ କରିବା ଦରକାର ସେ ସଂପର୍କିତ ଦୁଇ ଦିନିଆ କର୍ମଶାଳା ଭୁବନେଶ୍ବର ମହାନଗର ନିଗମ(ବିଏମ୍ ସି) ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ରାସ୍ତାରେ ଯେପରି ପଥଚାରୀ, ସାଇକେଲ ଆରୋହୀ, ସାଧାରଣ ପରିବହନ ବ୍ୟବସ୍ଥା, ଟ୍ରାଫିକ୍ ସମସ୍ୟା, ପ୍ରଦୂଷଣ ନିୟନ୍ତ୍ରଣ, ଘରୋଇ ଗାଡି ଚାଳନା
ଆଦିକୁ ଦୃଷ୍ଟିରେ ରଖ୍ ଏବଂ ସମସ୍ତଙ୍କୁ ସୁବିଧା ହେବାଭଳି ରାସ୍ତା ଡିଜାଇନ ହେବା ଦରକାର । ଏ ସଂର୍କପରେ ସରକାରୀ ଅଧିକାରୀ,ଟାଉନ ପ୍ଲାନର, ପ୍ରମୁଖ ଅଂଶୀଦାରମାନେ କିପରି କାର୍ଯ୍ୟ କରିବେ ଏବଂ ଜନ ସଚେତନତା ସୃଷ୍ଟି କରିବେ ସେ ସଂପର୍କିତ ତାଲିମ ଦିଆଯାଇଥିଲା ।

ଭାରତ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ଏବଂ ଜର୍ମାନ ଫେଡେରାଲ ମିନିଷ୍ଟ୍ରୀ ଫର ଇକୋନମିକ୍เ ขฉดจด ข ดอก (German Federal Ministry for Economic Cooperation and Development)ด ศิพิธ เดด ง คุก คดขุฒ | The Sustainable Urban Mobility
Air Quality, Climate Action, Accessibility া (SUM-ACA) ดูดติด ฯ ๑ ฉm ସବୁଜିମାର ପୁନଃଉଦ୍ଧାର କରିବା ବା ସହରକୁ ସବୁଜିମା କରିବା ପାଇଁ ରାଜ୍ୟ, ବିଭିନ୍ନ ଅନୁଷ୍ଠାନ, ଏ କ୍ଷେତ୍ରରେ କାର୍ଯ୍ୟକରୁଥିବା ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କୁ ପ୍ରୋତ୍ସାହିତ କରିବା । ପ୍ୟାରିସ ରାଜିନାମା ଅନୁଯାଇ ଯେହେତୁ SUM-ACA ଭାରତ ଦ୍ବାରା ନିର୍ଦ୍ଧାରିତ ପ୍ରତିବଦ୍ଧତା ସହିତ ଜର୍ମାନର ନୀତି ଖାପ ଖାଉଛି, ତେଣୁ ଜର୍ମାନ ରାଷ୍ଟ୍ରସଂଘ, ଭାରତର 5ଟି ରାଜ୍ୟର ୨ଟି ପ୍ରମୁଖ ସହରରେ ଏହି ପ୍ରକଳ୍ପ କାର୍ଯ୍ୟକାରି କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଏହି ପ୍ରକଳ୍ପର ଦାୟିତ୍ଵ ନେଇଛି ଡେଉଚସି ଗେସଲଚାଫ୍ଟ ଫର୍ ଇଣ୍ଟର ନ୍ୟାସନାଲ ଜୁସାମେନାର୍ବେଟ ବା ଜିଆଇଢେଡ୍ ନାମକ ଏକ ସଂସ୍ଥା । ସବୁଠାରୁ ଖୁସିର କଥା ହେଉଛି ଯେ, ସେହି 5ଟି ରାଜ୍ୟ ମଧ୍ୟରେ ଓଡିଶା ରହିଛି ଏବଂ ଭାରତର ୨ଟି ସହର ମଧ୍ଯରେ ର ଓଡିଶାର ଦୁଇଟି ସହର ଯଥା ଭୁବନେଶ୍ବର ମହାନଗର ନିଗମ ଏବଂ ରାଉରକେଲା ମହାନଗର ନିଗମ ରହିଛି ।ଏହା ବ୍ୟତିତ କେରଳର (କୋଚି ଏବଂ ତ୍ରିଭେନ୍ଦ୍ରମ) କର୍ଣ୍ଣାଟକର (ହୁବଳି-ଧାରୱାଡ ଏବଂ ମହୀଶୂର), ଗୁଜୁରାଟର (ସୁରଟ ଇଟ ଏବଂ
ରାଜକୋଟ) ଏବଂ ମେଘାଳୟର (ଶିଲଂ) ରହିଛି । ସହରରେ ଦୀର୍ଘ ସ୍ଥାୟୀ, ନିରାପଦ, ସମ୍ମିଳିତ ଏବଂ ପ୍ରଗତିଶୀଳ ଜୀବନ ଧାରଣ ମାନବୃଦ୍ଧି ପାଇଁ ଯୋଜନା ପ୍ରସ୍ତୁତ କରିବା । ସହରକୁ ସୁନ୍ଦର ଭାବେ ସଜାଇବାକୁ ହେଲେ, ସୁରକ୍ଷିତ ରାସ୍ତାଘାଟ ନିର୍ମାଣ ଯଥା ପଥଚାରୀ, ସାଇକେଲ ଆରୋହୀ, ସାର୍ବଜନିନ
ପରିହନ ବ୍ୟବସ୍ଥା ଏବଂ ମୋଟର ଚାଳକଙ୍କ ସମେତ ସର୍ବସାଧାରଣ ସ୍ଥାନ ପ୍ରବେଶକୁ ପ୍ରୋତ୍ସାହିତ କରିବା । ସଡ଼କ ସୁରକ୍ଷାରେ ଉନ୍ନତି ଆଣିବା ଏବଂ ଜୀବନଧାରଣର ଗୁଣବତ୍ତା ବୃଦ୍ଧି କରିବା, ଟ୍ରାଫିକ୍ ଭିଡ଼, ଘରୋଇ ଯାନ ଉପରେ ନିର୍ଭରଶୀଳତାକୁ ହ୍ରାସ ଏବଂ ପ୍ରଦୂଷଣ ନିୟନ୍ତ୍ରଣ କରିବା । ଏହି ପଦକ୍ଷେପ ଜରିଆରେ ସି. ଆଇ. ଟି. କାର-କୈନ୍ଦ୍ରିକ ଯୋଜନାରୁ ମାନବ-କୈନ୍ଦ୍ରିକ ଡିଜାଇନ୍ ଆଡକୁ ପରିବର୍ତ୍ତନ କରିବା, ବାୟୁର ଗୁଣବତ୍ତାରେ ଉନ୍ନତି ଆଣିବା ଏବଂ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବା ସ‌ହିତ ଟିଆଇ ଏବଂ ଅଣ-ମୋଟର ପରିବହନକୁ ପ୍ରୋତ୍ସାହିତ କରିବା । ମହାନଗର ନିଗମ ଇଂଜିନିୟର ଏବଂ ନିତି ନିର୍ଦ୍ଧାରକମାନଙ୍କୁ ସମ୍ପୂର୍ଣ୍ଣ ରାସ୍ତା ନିର୍ମାଣ ନୀତି ଉପରେ ତାଲିମ ଦେବା, ଭିତ୍ତିଭୂମି ଉପାଦାନକୁ ଅନ୍ତର୍ଭୁକ୍ତ କରିବା ଇତ୍ୟାଦି ସଂପର୍କରେ ଅବଗତ କରାଯାଇଥିଲା ।
କେବଳ ସେତିକି ନୁହେଁ, ସହରୀ ଗତିଶୀଳତା ସହିତ ଆମକୁ ମଧ୍ଯ ଖାପ ଖୁଆଇ ଚଳିବାକୁ ପଡିବ । ଲୋକଙ୍କ ଆବଶ୍ୟକତାକୁ ତୁରନ୍ତ ସମାଧାନ କରିବା ସହ ସାର୍ବଜନୀନ ସ୍ଥାୟୀ ବିକାଶ ଲକ୍ଷ୍ୟ ନେଇ କାମ କରିବାକୁ ପଡିବ । ଏଥିପାଇଁ ପ୍ରଥମେ ଆମେ ଅପଡଟେ ହେବା ଦରକାର । ଦୂରଦୃଷ୍ଟି ରଖ୍ ସହରୀ ଯୋଜନା ପ୍ରସ୍ତୁତ କରିବା ଦରକାର ବୋଲି ଏହି ଦୁଇ ଦିନିଆ କର୍ମଶାଳାରେ ମତ ପ୍ରକାଶ ପାଇଥିଲା । ଏହି କର୍ମଶାଳାରେ ଭୁବନେଶ୍ବର ମହାନଗର ନିଗମର ବରିଷ୍ଠ ଅଧିକାରୀ, ସମସ୍ତ ଯନ୍ତ୍ରୀ, ବିଡିଏର ଅକାରୀ ଓ ଯନ୍ତ୍ରୀ,ଟାଉନ ପ୍ଲାନର, ଡିସିପି, ଡାଇରେକ୍ଟର ଅଫ୍ ଟାଉନ ପ୍ଲାନିଂ ପ୍ରମୁଖ ବିଭାଗର ଯନ୍ତ୍ରୀମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ବିଏମ୍ ସି କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ କମିଶନର ଶ୍ରୀ
ଶୁଭେନ୍ଦୁ କୁମାର ସାହୁ, ଶ୍ରୀ ରତ୍ନାକର ସାହୁ, ଶ୍ରୀ ଏନ୍. ଗଣେଶ ବାବୁ ପ୍ରମୁଖ ଉପସ୍ଥିତ ଥିଲେ । ଜିଆଇଢେଡର ପ୍ରତିନିଧୂମାନେ ଏହି କର୍ମଶାଳାରେ ବିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।

Leave a Reply

Your email address will not be published. Required fields are marked *