July 2, 2025
Home » ମୁଁ ଆଗ
istockphoto-1404800780-612x612

Senior couple busy calculating expenses or monthly bills at home while sitting on sofa - concept of planning, savings, financial and banking

ଏହା ହିଁ ସତ୍ୟ,
ଯିଏ ଆସିଛି ସେ ଯିବ |
ପତି ନା ପତ୍ନୀ,
କିଏ ଆଗ |

ବୟସର ସାୟାହ୍ନରେ
ପତିଙ୍କ ଚିନ୍ତା ପତ୍ନୀ ପାଇଁ
ପତ୍ନୀଙ୍କ ଚିନ୍ତା ପତି ପାଇଁ
ଦୁହେଁ ଦୁହିଁଙ୍କୁ,
ମୁଁ ଆଗ, ମୁଁ ଆଗ |

ସ୍ୱାମୀଙ୍କ ସମସ୍ୟା ,
ମୁଁ ଆଗ ଚାଲିଗଲେ
ସେ କିପରି ବଂଚିବ ?
ଯଦି ପିଲାମାନେ ନ ଲୋଡ଼ନ୍ତି,
ଯଦି ବନ୍ଧୁ ବାନ୍ଧବ
ଦୁରେଇ ଯାଆନ୍ତି ,

ସେ ବଜାର ଯାଏନି,
ଏ ଟି ମ ପାସୱାର୍ଡ ଭୁଲିଯାଏ ,
ହସ୍ପିଟାଲରେ କାନ୍ଦି ପକାଏ ,
ଅନ ଲାଇନ ବ୍ୟାଙ୍କିଙ୍ଗ ଜାଣନି,
ନାତି,ନାତୁଣୀ ପାଖକୁ

ଭିଡ଼ିଓ କଲ କରି ପାରେନି ,
ରାତି ଦିନ ବିଶ୍ରାମ ନିଏନି ,
ସମସ୍ତଙ୍କ ଚିନ୍ତା ମୁଣ୍ଡେଇ ବୁଲୁଥିବ,

କେଉଁ ଶାଢ଼ୀଟି ସୁନ୍ଦର
କାହାକୁ ପଚାରିବ ?

ଚାକରାଣୀ ଭଳି ଖଟୁଥିବ
ଆହା,ବୋଲି କିଏ କହିବ ?
ମୋ ଅଫେରା ବାଟ କୁ ଚାହିଁ,
ଲୁଚି ଲୁଚି କେତେ ଯେ କାନ୍ଦିବ ?

ସ୍ତ୍ରୀଙ୍କ ଚିନ୍ତା,
ମୁଁ ଆଗ ଚାଲିଗଲେ
କଣ ଯେ ସେ କରିବେ!

ସକାଳେ,
ଉଷୁମ ଲେମ୍ବୁ ପାଣି କିଏ ଦେବ ,
ବାହାରକୁ ଯିବା ଆଗରୁ
ବିସ୍କୁଟ ଦିଟା କିଏ ଖୋଇଦେବ ,
ସାମ୍ନାରେ ଥିବା କପଡା
ଖୋଜି ପାଇବେନି,
ମର୍ଣ୍ଣିଙ୍ଗ ୱାକ ରୁ ଫେରିଲେ
ଜଳଖିଆ କିଏ ଦେବ,
କେବେତ ଖାଇବାକୁ ମାଗନ୍ତିନି
ଠିକ ସମୟରେ କେମିତି ଖାଇବେ,
ଠାକୁର ପୂଜା ଆସେନି,
ପିଲାଙ୍କ ସଙ୍ଗେ ଯୁକ୍ତି ନ କରିବାକୁ
କିଏ ବୁଝାଇବ,
ରାଗିଲେ ଦେହ ଖରାପ ହେବ
କିଏ ତାଗିଦ କରିବ,

ଠିକ ସମୟରେ
ଔଷଧ କିଏ ଦେବ,

ଭଲ ଡ୍ରେସ ପିନ୍ଧିବାକୁ
କିଏ ତାଗିଦ କରିବ,

ବିଭିନ୍ନ ଜାଗାକୁ ଜୋର କରି
କିଏ ବୁଲାଇ ନେବ,

ବିନା କାରଣରେ ଋଷିଲେ
କିଏ ବୁଝାଇବ,

ପତ୍ନୀଙ୍କ ଅଭିମାନ
“ଶାନ୍ତିରେ ବଂଚିବାକୁ ଦେଲନି
ମରିବାକୁ ବି ଦେବନି !”

କିନ୍ତୁ ହାଟ ସରିଲେ
ହାଟୁଆ କଣ ଫେରି ଚାହେଁ ?
ପତି ହେଉ ବା ପତ୍ନୀ
ନିରବରେ ବାହୁଡ଼ିଯାନ୍ତି,
ପରିଣତ ବୟସର
ଦୁର୍ଗମ ପଥରେ,
ଜୀବନ ସାଥୀକୁ ବେସାହାରା କରି

Leave a Reply

Your email address will not be published. Required fields are marked *