ରାଜଧାନୀ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ବର: ଭୁବନେଶ୍ବର ଏପରି ଏକ ନଗର ଯାହା ପ୍ରେରଣାଦାୟୀ ହେବା ସହ ସମସ୍ତଙ୍କୁ ଖୋଲା ହୃଦୟରେ ଆପଣେଇ ନେଇଛି ବୋଲି ରାଜ୍ୟପାଳ
6. ହରି ବାବୁ କମ୍ଭମ୍ପାଟିକହିଛନ୍ତି । ଚଳିତ ଅପ୍ରେଲ ୧୩ ତାରିଖ ରବିବାର ଦିନ ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ଉତ୍କଳ ଚୂଳମଣ୍ଡପ 0.6 ଠାରେ ଆୟୋଜିତ ସ୍ମୃତ ସ୍ଵତନ୍ତ୍ର ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଏହା କହିଛନ୍ତି ।
ଏହି ମହତ୍ଵପୂର୍ଣ ଅବସରରେ ଭୁବନେଶ୍ଵର ତଥା ଓଡ଼ିଶାବାସୀଙ୍କୁ ବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ଭୁବନେଶ୍ଵର ନଗରକୁ ବିକଶିତ ଭାରତରେ ବିକଶିତ ଓଡ଼ିଶାର ଆଦି ଆଦର୍ଶ ରାଜଧାନୀ ଭାବେ ପ୍ରତିଷ୍ଠିତ କରିବା ପାଇଁ ଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଛନ୍ତି । ଉଦ୍ବୋଧନ ଦେଇ ରାଜ୍ୟପାଳ କହିଥିଲେ 60, ଏହି ଦିନଟି କେବଳ ପ୍ରତିଷ୍ଠାର ଉତ୍ସବ ନୁହେଁ, ବରଂ ଏହାର ଯାତ୍ରାକୁ ରୂପ ଦେଇଥିବା ଦୂରଦୃଷ୍ଟିସଂପନ୍ନ ନେତୃବୃନ୍ଦ, ଯୋଜନାକାରୀ, ଦ୍ରୁପତି ପ୍ର এ ନାଗରିକଙ୍କ ପ୍ରତି ସମ୍ମାନ ଅଟେ 1 ସମାନ
୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ଆନୁଷ୍ଠାନିକ ଭାବେ ଓଡ଼ିଶାର ରାଜଧାନୀ ଘୋଷଣା ହୋଇଥିବା ଭୁବନେଶ୍ଵର ପ୍ରତ୍ୟେକ ଓଡିଆଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ସ୍ଥାନ ହାସଲ କରିଛି । ଏକ ଯୋଜନାବଦ୍ଧ ପ୍ରଶାସନିକ କେନ୍ଦ୍ରଭାବେ ଆରମ୍ଭ ହୋଇଥିବା ଏହି ନଗରୀ ଦଶନ୍ଧି ଦଶନ୍ଧି ଧରି ଏକ କ୍ରିୟାଶୀଳ ଓ ସାଂସ୍କୃତିକ ଭାବରେ ସମୃଦ୍ଧ ନଟରରେ ପରିଣତ ହୋଇଛି – ଯାହା, ଏହାର ଗୌରବୀ ଅତୀତକୁ ଆଧାର କରି ବିକଶିତ ହେବା ଜାରି ରଖୁଛି । ଏକାମ୍ର କ୍ଷେତ୍ର ନାମରେ ପରିଚିତ ଭୁବନେଶ୍ବରକୁ ମନ୍ଦିରର ସହା ସହର ଭାବରେ ବର୍ଣ୍ଣନା କରାଯାଇଥାଏ ।
କିନ୍ତୁ ଏହା ସଭାବରେ ଚିନ୍ତାଧାରା, ପ୍ରତିଭା ଏବଂ ସ୍ଥିରତାର ନଗର। କଳିଙ୍ଗ ସ୍ଥାପତ୍ୟର ସଂରକ୍ଷକ ହେବା ଠା ଠାରୁ ବିଶ୍ବ ଆକାଂକ୍ଷା ସହିତ ଏକ ସ୍ମାର୍ଟ ସିଟି ହେବ ପର୍ଯ୍ୟନ୍ତ, ସଂସ୍କୃତି ଏବଂ ଐତିହ୍ୟର କେନ୍ଦ୍ର ହେବାଠାରୁ ଶିକ୍ଷା, ସୂଚନା ପ୍ରଯୁକ୍ତିବିଦ୍ୟା, କ୍ର କ୍ରୀଡ଼ା ଏବଂ ଶାସନର କେନ୍ଦ୍ର ହେବା ପର୍ଯ୍ୟନ୍ତ ଭୁବ ବନେଶ୍ବରର ଯାତ୍ରା ପରମ୍ପରା ଏବଂ ଆଧୁନିକତାର ଏକ ଉଲ୍ଲେଖନୀୟ ସମ୍ମିଶ୍ରଣ ।
ଜାତୀୟସ୍ତରୀୟ ଖ୍ୟାତି ସଂପନ୍ନ ଅନୁଷ୍ଠାନ, ଷ୍ଟାର୍ଟ ଅପ୍,ସାହିତ୍ୟ ପରିମଣ୍ଡଳ ଏବଂ ସ୍ଥିର ନାଗରିକ ସମାଜ ସହିତ ଭୁବନେଶ୍ଵର ଏକ ନୂତନ ଓଡ଼ିଶାର ସ୍ଵପ୍ନ ଏବଂ ଗତିଶୀଳତାର ତାର ପ୍ରତୀକ ସାଜିଛି ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି କହିଥିଲେ । ପୁଣି ରାଜ୍ୟପାଳ କହି କହିଥୁଲେ ଯେ, ଆଜି ସନ୍ଧ୍ୟାର ଉତ୍ସବ ଆମର ସାମଗ୍ରିକ ସାଂସ୍କୃତିକ ପରିଚୟର ଏକ ସୁନ୍ଦର ପ୍ରତିଫଳନ ।
ସଙ୍ଗୀତ, ନୃତ୍ୟ ଏବଂ ପାରମ୍ପରିକ କଳା ମାଧ୍ୟମରେ の旬のの ରାଜଧାନୀ ନଗରର ପ୍ରତିଷ୍ଠା ଦି ଦିବସ ପାଳନ କରାଯାଉ ନାହିଁ,ବରଂ ଓଡ଼ିଶାର ଆତ୍ମାକୁ ସ୍ଥାନ ଦିଆଯାଇଛି, ଯେଉଁଥୁରେ ଓଡ଼ିଶାର ଐତିହ୍ୟ, ସୃଜନଶୀଳତା ନଶୀଳତା ଏବଂ ସାମୁହିକ ଭାବନା ପ୍ରତିଫଳିତ ହେଉଛି ବୋଲି ରାଜ୍ୟପାଳ କହିବା ସହିତ ଆୟୋଜକ ଛକ ତଥା କଳାକାରମାନଙ୍କୁ ସାଧୁବାଦ ଜଣାଇଥ ଥିଲେ । ଏତ ଏତଦ୍ ବ୍ୟତୀ ତୀତ ପ୍ରତିଷ୍ଠା ଦିବସ ବଡ ସ୍ଵପ୍ନ ଦେଖିବା,ଏକାଠି ହୋଇ ଆଗକୁ ବଢ଼ିବା ପାଇଁ ଅନୁପ୍ରେରିତ କରିବା ସହ ଗର୍ବର ଦିନ ହେଉ ବୋଲି ରାଜ୍ୟପାଳ କହିଥିଲେ ।
ଏହି ସମାରୋହରେ ଭୁବନେଶ୍ଵର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ଭୁବନେଶ୍ଵର ମଧ୍ଯ ବିଧାୟକ ଅନନ୍ତ ନାରାୟଣ ଜେନା, ରାଜଧାନୀ ପ୍ରତିଷ୍ଠା ପ୍ରତିଷ୍ଠା ଦିନ ଦିବସ ପାଳନ କମିଟିର ସାଧାରଣ ସଂପାଦକ ସନତ ମିଶ୍ର ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେଭୁବନେଶ୍ବର ମହାନଗର ନିଗମର କମିଶନର ରାଜେଶ୍ ପ୍ରଭାକର ପାଟିଲ୍ ଧନ୍ୟବାଦ ଅର୍ପଣ କରିଥିଲେ । ବି.ଡି.ଏ. ଉପାଧ୍ୟକ୍ଷ ଡ଼ା. ତିରୁମାଲା ନାୟକ, ଖୋର୍ଦ୍ଧା ଜିଲ୍ଲାପାନ ଲ୍ଲାପାଳ ବଂଟଲ ରାଣା, ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ଉପସଭାପତି ପ୍ରଦ୍ୟୁମ୍ନ କୁମାର ମହାନ୍ତି ମଂଚାସୀନ ଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ୧୩ ଜଣ ବ୍ୟକ୍ତିବିଶେଷଙ୍କୁ “ରାଜଧାନୀ ଗୌରବ ସମ୍ମାନ” ପ୍ରଦାନ
କରାଯାଇଥିଲା ।