ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ନାଲିଷ୍ଟସ୍ ( ଏସ୍ୟୁଜେ) ଓଡ଼ିଶା ମାଲକାନଗିରି ଜିଲ୍ଲା ଶାଖା ତରଫରୁ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ” ପାଳିତ

ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ନାଲିଷ୍ଟସ୍ ( ଏସ୍ୟୁଜେ) ଓଡ଼ିଶା ମାଲକାନଗିରି ଜିଲ୍ଲା ଶାଖା ତରଫରୁ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ” ପାଳିତ ହୋଇଯାଇଛି l ଏହି ଦିନଟି କେବଳ ଏକ ଦିନ ନୁହେଁ, ଏହା ହେଉଛି ସତ୍ୟ ଓ ନ୍ୟାୟର ପାଳନକୁ ସମର୍ପିତ ଏକ ଆନ୍ତର୍ଜାତିକ ପ୍ରୟାସ ବୋଲି ସଂଘର ସଭାପତି ଏମ୍. ଅମରେଶ କୁମାର ବଖାଣି ଥିଲେ l ୧୯୯୧ ମସିହାରେ ସାଉଥ ଆଫ୍ରିକାର “ୱିଣ୍ଡହୋକ୍ ଘୋଷଣା କଲା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ( World Press Freedom Day) ନାମରେ ନାମିତ କରିବାକୁ ପରେ (UNESCO) ବା ମିଳିତ ଜାତିସଂଘର ଶିକ୍ଷା, ବୈଜ୍ଞାନିକ ଏବଂ ସାଂସ୍କୃତିକ ସଂଗଠନ ୧୯୯୩ ମସିହାରେ ପ୍ରଥମେ ଏହି ଦିନ ବା ମେ ୩ ତାରିଖ ପାଳିତ ହେବାକୁ ଘୋଷଣା କରାଯାଇଥିଲା। ସେହିଦିନ ଠାରୁ ସାରା ବିଶ୍ୱରେ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ(World Press Freedom Day) ପାଳନ କରାଯାଉଛି l ଗଣମାଧ୍ୟମ ଯଦି ସ୍ୱାଧୀନ ହୁଏ, ତେବେ ସେ ସତ୍ୟ କହିପାରିବ ଦେଖେଇପାରିବ । ଅନ୍ୟାୟ, ଦୁର୍ନୀତି, ଭ୍ରଷ୍ଟାଚାର, ଅସମାନତା ଏବଂ ଶୋଷଣର ବିରୋଧରେ ଏହି ସ୍ୱର ଉଠିପାରିବ। ଏବେ ହାତରେ ସମସ୍ତଙ୍କ ପାଖରେ ମୋବାଇଲ, ଡିଜିଟାଲ କ୍ୟାମେରା, ଏବଂ ସୋସିଆଲ ମିଡିଆ ଥିବା ଲୋକମାନେ ମଧ୍ୟ ଖବର କରୁଛନ୍ତି। କିନ୍ତୁ ସେହି ସତ୍ୟ ଓ ଦାୟିତ୍ୱ ବିହିନ ହେଲେ ଏହି ଗୁରୁତ୍ୱ ନଷ୍ଟ ହୁଏ। ତେଣୁ ଡିଜିଟାଲ ମିଡିଆ ସ୍ୱାଧୀନତା ସହ ଦାୟିତ୍ୱ ମଧ୍ୟ ଅତି ଆବଶ୍ୟକ। ଆଜିର ଯୁଗରେ ଅନେକ ସାମ୍ବାଦିକ ଜୀବନ ସହ ସଂଗ୍ରାମ କରି କାମ କରୁଛନ୍ତି। ସେମାନଙ୍କ ଉପରେ ଧମକ, ମାମଲା, ନିର୍ଯ୍ୟାତନା କେତେବେଳେ ମୃତ୍ୟୁ ସହ ବି ସମ୍ମୁଖୀନ ହେଉଛନ୍ତି। ସତ୍ୟ ପ୍ରତିବେଦନ କରି ଅନେକ ସାମ୍ବାଦିକ ଜୀବନ ହରେଇଛନ୍ତି l ସେହି ସତ୍ୟ ସାମ୍ବାଦିକ ରିପୋର୍ଟିଂ କରି ପ୍ରାଣ ହରାଇଥିବା କିଛି ସାମ୍ବାଦିକଙ୍କ ନାମ ଉଜାଗର କରାଯାଇଥିଲା ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସରେ l ଗୌରୀ ଲଙ୍କେଶ କର୍ଣ୍ଣାଟକର ସ୍ୱତନ୍ତ୍ର ସାମ୍ବାଦିକା ଓ ସମାଜ କାର୍ଯ୍ୟକର୍ତ୍ତା, ଜଣେ ଧାର୍ମିକ ଅସହିଷ୍ଣୁତା ବିରୋଧୀ ତଥ୍ୟ ଉଜାଗର କରିଥିଲେ। ୨୦୧୭ ମସିହାରେ ବେଙ୍ଗାଲୁରୁରେ ଗଳି ମାରି ହତ୍ୟା କରାଯାଇଥିଲା l
ଶୁଜାତ ବୁଖାରି ଜମ୍ମୁ ଏବଂ କଶ୍ମୀରର ଏକ ଖ୍ୟାତିନାମା ସାମ୍ବାଦିକ, ‘Rising Kashmir’ ପତ୍ରିକାର ସଂପାଦକ। ତାଙ୍କୁ ୨୦୧୮ରେ ଶ୍ରୀନଗରରେ ଗଳିମାରି ହତ୍ୟା କରାଯାଇଥିଲା। ସୂଧୀନ ଚୌଧୁରୀ ତ୍ରିପୁରାର ଜଣେ ଲେଖକ। ୨୦୧୭ ମସିହାରେ ହତ୍ୟା କରାଯାଇଥିଲା lସନ୍ତୋଷ ଯାଦବ୍ ଓ ଶାହିଦ୍ ଅନସାରୀ – ଛତିଶଗଡ଼ର ଗ୍ରାମ୍ୟ ସାମ୍ବାଦିକ, ଯେଉଁମାନେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ସତ୍ୟ ଖୋଜୁଥିଲେ। ସନ୍ଦିଗ୍ଧ ପରିସ୍ଥିତିରେ ମୃତ୍ୟୁ ଘଟିଥିଲା l ରମେଶ ଗୋଡ଼ ଓଡ଼ିଶାର ଜଣେ ଗ୍ରାମ୍ୟ ସାମ୍ବାଦିକ, ଯିଏ ଦୁର୍ନୀତି ବିରୋଧରେ ରିପୋର୍ଟିଂ କରୁଥିଲେ। ୨୦୧୫ରେ ଅଜଣା ଅଭିଯୁକ୍ତଙ୍କ ଦ୍ୱାରା ହତ୍ୟା କରାଯାଇଥିଲା l ସେହିପରି ଓଡ଼ିଶାର ରୋହିତ କୁମାର ବିଶ୍ୱାଳ (ଧରିତ୍ରୀ) ୫ ଫେବୃଆରୀ ୨୦୨୨ କଳାହାଣ୍ଡି ଜିଲ୍ଲା ମାଓବାଦୀ ପୋଷ୍ଟର ଉପରେ ଖବର କରୁଥିବାବେଳେ ଏକ IED ବିସ୍ଫୋରଣରେ ତାଙ୍କର ମୃତ୍ୟୁ ହୋଇଥିଲା l ତରୁଣ କୁମାର ଆଚାର୍ଯ୍ୟ (କଣକ ଟିଭି, ସମ୍ବାଦ) ୨୭ ମଇ ୨୦୧୪ ଖଲ୍ଲିକୋଟ, ଗଞ୍ଜାମ ଶ୍ରମ ଶୋଷଣ ବିଷୟରେ ରିପୋର୍ଟିଂ କରିବା ପରେ କାରଖାନା ମାଲିକ ତାଙ୍କୁ ହତ୍ୟା କରାଇଥିଲେ। ଜ୍ୟୋତିରଞ୍ଜନ ମହାପାତ୍ର (ବଡ଼ ଖବର ଟିଭି )୧୦ ଫେବୃଆରୀ ୨୦୨୪ ଭୁବନେଶ୍ୱରରେ ତାଙ୍କ ଉପରେ ତଳୱାର ଆକ୍ରମଣ, ଦୁଇ ଅଭିଯୁକ୍ତ ଗିରଫ ହୋଇଥିଲେ ଏହି ସାମ୍ବାଦିକମାନେ ତାଙ୍କର ଜୀବନ ଦେଇ ସତ୍ୟ ଓ ନ୍ୟାୟ ପାଇଁ ଲଢ଼ିଛନ୍ତି। ତାଙ୍କର ତ୍ୟାଗ ଓ ସାହସ ଆମକୁ ପ୍ରେରଣା, ସତ୍ୟ ପାଇଁ ଲଢ଼ିବା ସଦା ଗୁରୁତ୍ୱପୂର୍ଣ୍ଣ। ଏହି ସଂଘର୍ଷ ଓ ତ୍ୟାଗ ଆମେ କେବେ ଭୁଲି ପାରିବା ନାହିଁ l ସତ୍ୟ ପାଇଁ ଲଢ଼ିବା ଏକ ବୃତ୍ତି ନୁହେଁ, ଏହା ଏକ ଆଦର୍ଶ ଅଟେ ବୋଲି କୁହାଯାଇଥିଲା ଶେଷରେ ରିପୋର୍ଟିଂ କରି ଅନେକ ଜୀବନ ହରାଇଥିବା ସାମ୍ବାଦିକଙ୍କ ଆତ୍ମା ଶାନ୍ତି ପାଇଁ ନିରବପ୍ରାର୍ଥନା କରାଯାଇଥିଲା । ଏହି ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସରେ ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ନାଲିଷ୍ଟସ୍ ( ଏସ୍ୟୁଜେ) ଓଡ଼ିଶା ମାଲକାନଗିରି ଜିଲ୍ଲା ଶାଖାର ସଭାପତି ଏମ୍. ଅମରେଶ କୁମାର, ସାଧାରଣ ସମ୍ପାଦକ ବଂଶୀ ମୁଦୁଲି, ଉପସଭାପତି ସର୍ବକୁମାର ବିଶୋଇ,କୋଷାଧ୍ୟକ୍ଷ ସୁଶାନ୍ତ ମଣ୍ଡଲ ,ସମାଜ ସେବୀ ଘନଶ୍ୟାମ ମାଡକାମୀ, ଇର୍ମା ସୋଡ଼ି, ବୁଚା ମାଡକାମୀ ସେହିପରି ମାଲକାନଗିରି ଉତ୍କଳ ସାମ୍ବାଦିକ ସଂଘ ର ସଭାପତି ଅଶୋକ ମିଶ୍ର, ସାଧାରଣ ସମ୍ପାଦକ ବି. ଶ୍ରୀନିବାସ ପାତ୍ର ପ୍ରମୁଖ ଉପସ୍ଥିତ ରହି ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ” ପାଳିତ କରିଥିଲେ l
ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ