July 5, 2025
Home » ସଦାନନ୍ଦ ତତ୍ୱଜ୍ଞାନ ପରିଷଦ ତରଫରୁ ଦିଲ୍ଲୀର ଜନ୍ତରମନ୍ତର ଠାରେ ଧାରଣା ।

ସଦାନନ୍ଦ ତତ୍ୱଜ୍ଞାନ ପରିଷଦ ତରଫରୁ ଦିଲ୍ଲୀର ଜନ୍ତରମନ୍ତର ଠାରେ ଧାରଣା ।

0
WhatsApp Image 2025-05-22 at 4.14.40 PM

(୨୧/୫) – ଆଡଭୋକେଟ୍ ଇଂ ଦେବାଶିଷ ହୋତାଙ୍କ କେସ୍ ଉପରେ ମାନ୍ୟବର ଓଡିଶା ହାଇକୋର୍ଟ ଶୁଣାଣୀ କରି ବିଶ୍ୱକଲ୍ୟାଣ ପାଇଁ ପ୍ରଥମ ଶ୍ରେଣୀରୁ ବିଦ୍ୟା ତତ୍ୱମ୍ ପଦ୍ଧତି ଅନୁଯାୟୀ ଶିକ୍ଷା ପ୍ରଦାନ କରିବା ସମ୍ବନ୍ଧରେ ଗତ ୨୦୨୩ ମସିହାରୁ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ତୁରନ୍ତ ନିଷ୍ପତି ନେବାକୁ ସଦାନନ୍ଦ ତତ୍ୱଜ୍ଞାନ ପରିଷଦ ତରଫରୁ ଦିଲ୍ଲୀର ଜନ୍ତରମନ୍ତର ଠାରେ ଆଜି ସାରା ଦେଶରୁ ଆସିଥିବା ଶତାଧିକ ଭକ୍ତ ସେବକ ଧାରଣା ଦେଇଥିଲେ।
ଏଠାରେ ସୂଚନା ଯୋଗ୍ୟ ଯେ, ଉତରପ୍ରଦେଶର ବାରବାଙ୍କି ଜିଲ୍ଲା ସିଦ୍ଧୌøର୍ ସ୍ଥିତ ସଦାନନ୍ଦ ତତ୍ୱଜ୍ଞାନ ପରିଷଦର ମହାତ୍ମା କମଳ, ମହାତ୍ମା ଦିଲ୍ଲେଶ୍ୱରାନନ୍ଦ, ମହାତ୍ମା ଆବିଦ୍ ଆଲମ୍ ଖାନ୍‌୍ , ମହାତ୍ମା ଦଶରଥ, ମହାତ୍ମା ଶିବାନନ୍ଦ, ମହାତ୍ମା ମହେନ୍ଦ୍ରାନନ୍ଦ, ମହାତ୍ମା ସେବାନନ୍ଦ, ମହାତ୍ମା ସୁଦର୍ଶନ, ନେପାଳ ପଟେଲ୍‌. କପିଳ ଶର୍ମା ପ୍ରମୁଖ ବିଶ୍ୱର କଲ୍ୟାଣ ପାଇଁ ପ୍ରଥମ ଶ୍ରେଣୀରୁ ବିଦ୍ୟା ତତ୍ୱମ୍ ପଦ୍ଧତି ଅନୁଯାୟୀ ଶିକ୍ଷା ପ୍ରଦାନର ନିହାତି ଆବଶ୍ୟକତା ରହିଛି ଏବଂ ବିଗତ ଦିନରେ ଏଥିପାଇଁ ଦିଲ୍ଲୀର ଜନ୍ତରମନ୍ତରରେ ପରିଷଦ ତରଫରୁ ଦୀର୍ଘ ୩ ମାସ ଧରି ଧାରଣା ଦିଆଯାଇଥିଲେ ମଧ୍ୟ ସରକାର ବିଦ୍ୟା ତତ୍ୱମ୍ ପଦ୍ଧତିକୁ ରଷ୍ଟ୍ରୀୟ ଶିକ୍ଷା ନିତିରେ ସାମିଲ ନ କରାଇବା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ଇଂ ହୋତାଙ୍କୁ ଜଣାଇଥିଲେ ।
ଏଥିପାଇଁ ଇଂ ହୋତା ମାନ୍ୟବର ହାଇକୋର୍ଟରେ ଗତ ୨୧ ଅଗଷ୍ଟ ୨୦୨୩ ଦିନ ଏକ କେସ ଫାଇଲ୍ କରିବା ପରେ ୧୨ ସେପ୍ଟେମ୍ବର ୨୦୨୩ ଦିନ ମାନ୍ୟବର ହାଇକୋର୍ଟ ବିଚାରପତି ଶ୍ରୀଯୁକ୍ତ ବିରଜା ପ୍ରସନ୍ନ ଶତପଥି ଏହି କେସର ଶୁଣାଣୀ ସମୟରେ ଇଂ ହୋତାଙ୍କ ବଳିଷ୍ଠ ଯୁକ୍ତି ଶୁଣି ଆଇନ ଅନୁସାରେ ତର୍ଜମା କରି ବିଶ୍ୱକଲ୍ୟାଣ ପାଇଁ ପ୍ରଥମ ଶ୍ରେଣୀରୁ ବିଦ୍ୟା ତତ୍ୱମ୍ ପଦ୍ଧତି ଅନୁଯାୟୀ ଶିକ୍ଷା ପ୍ରଦାନ କରିବା ସମ୍ବନ୍ଧରେ ନିଷ୍ପତି ନେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଇଂ ହୋତା ନିଜର ଯୁକ୍ତିରେ ଦର୍ଶାଇଥିଲେ ଯେ, ଗତ ୧୧ ଅଗଷ୍ଟ ୨୦୨୩ ଦିନ ମାନ୍ୟବର ସୁପ୍ରିମ୍‌କୋର୍ଟ ବିଚାରପତି ଶ୍ରୀଯୁକ୍ତ ଅନିରୁଦ୍ଧ ବୋଷ୍ ଏବଂ ବିଚାରପତି ଶ୍ରୀଯୁକ୍ତ ସୁଧାଂଶୁ ଧୂଳିଆ ଏକ କେସର ଶୁଣାଣୀ ସମୟରେ ଶିକ୍ଷା ଅଧିକାର ଆଇନ୍‌-୨୦୦୯ ର ଧାରା-୨୯ କୁ ତର୍ଜମା କରି ଶିକ୍ଷାର୍ଥୀମାନଙ୍କୁ ସାମ୍ବିଧାନିକ ମୂଲ୍ୟବୋଧଭିତିକ ଶିକ୍ଷା ପ୍ରଦାନ କରିବା ସରକାରଙ୍କର ଦାୟିଦ୍ୱ ବୋଲି ବର୍ଣନା କରିଛନ୍ତି । ରାଷ୍ଟ୍ରୀୟ ଅଧ୍ୟାପକ ଶିକ୍ଷା ପରିଷଦ (ଏନସିଟିଇ)ର ସାମ୍ବିଧାନିକ ମୂଲ୍ୟବୋଧ ସତ୍ୟ, ଅହିଂସା, ଶାନ୍ତି, ସହଯୋଗ, ସଚ୍ଚୋଟତା, ସମ୍ମାନ ଓ ଦୟା ଉପରେ ଆଧାରିତ ବୋଲି ଦର୍ଶାଯାଇଛି । କିନ୍ତୁ ଉପରୋକ୍ତ ସାମ୍ବିଧାନିକ ମୂଲ୍ୟବୋଧ ଅନୁସାରେ ଶିକ୍ଷାର୍ଥୀମାନଙ୍କୁ ଶିକ୍ଷା ପ୍ରଦାନ କରାଯାଉ ନ ଥିବାରୁ ସେମାନେ ମିଛୁଆ, ଆକ୍ରାମକ, ଉତେଜିତ, ଅସହଯୋଗୀ, ବେଇମାନ୍‌, ଅନାଦର ଏବଂ କଠୋରତାପୁର୍ଣ ଆଚରଣ କରୁଛନ୍ତି । ଏହାଦ୍ୱାରା ମାନବ ସଭ୍ୟତା ଆଜି ଧ୍ୱଂସାଭିମୁଖୀ ବୋଲି ଇଂ ହୋତା କୋର୍ଟଙ୍କ ଆଗରେ ଯୁକ୍ତି ବାଢିଥିଲେ ।
କେନ୍ଦ୍ର ସରକାରଙ୍କ ତରଫରୁ ସରକାରୀ ଓକିଲବୃନ୍ଦ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପାଢୀ, ଶ୍ରୀଯୁକ୍ତ ବିକେ ପାଢୀ ଏବଂ ଶ୍ରୀଯୁକ୍ତ ଏସକେ ସାମଲ ପ୍ରମୁଖ କେସ୍ ପରିଚାଳନା କରୁଥିଲେ ।
ମାନ୍ୟବର ହାଇକୋର୍ଟ ଙ୍କ ଉପରୋକ୍ତ ନିର୍ଦ୍ଦେଶ କୁ ଇଂ ହୋତା ୧୬ ସେପ୍ଟେମ୍ବର ୨୦୨୩ ଦିନ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ରେ ପ୍ରଦାନ କରିଥିଲେ ମଧ୍ୟ କୌଣସି ନିଷ୍ପତି ନିଆ ନ ଯିବାରୁ ଗତ ୨୨ ମାର୍ଚ୍ଚ ୨୦୨୫ ଦିନ ପ୍ରଧାନମନ୍ତ୍ରୀ ଙ୍କ କାର୍ଯ୍ୟାଳୟ କୁ ଏ ବିଷୟରେ ଜଣାଇଥିଲେ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟାଳୟ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟାଳୟ କୁ ଏଥିପାୀଇଁ ୯ ଏପ୍ରିଲ ୨୦୨୫ ଦିନ ଆଦେଶ ଦେଇଛନ୍ତି ।
୯୯୩୮୮୯୩୪୧୫

Leave a Reply

Your email address will not be published. Required fields are marked *