April 22, 2025
Home » ୨୨ତମ ଜାତୀୟ ନାଟ୍ୟ ମହୋତ୍ସବର ୫ମ ସନ୍ଧ୍ୟାରେ ମଞ୍ଚସ୍ଥ ହେଲା ଦୁଇଟି ନାଟକ “ସନ-୨୦୨୫” ଏବଂ “ରେମୋ”

୨୨ତମ ଜାତୀୟ ନାଟ୍ୟ ମହୋତ୍ସବର ୫ମ ସନ୍ଧ୍ୟାରେ ମଞ୍ଚସ୍ଥ ହେଲା ଦୁଇଟି ନାଟକ “ସନ-୨୦୨୫” ଏବଂ “ରେମୋ”

0

ବନ୍ଦର ନଗରୀ ପାରାଦ୍ବୀପରେ କ୍ୟାନମାସ ଦ୍ୱାରା ଆୟୋଜିତ କ୍ୟାନଫେଷ୍ଟ – ୨୦୨୫ର ପଞ୍ଚମ ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଛି ଦୁଇଟି ମନମୁଗ୍ଧକର ନାଟକ | ମଧ୍ୟପ୍ରଦେଶ ଓ କୋରାପୁଟ, ଓଡ଼ିଶାର ଦୁଇଟି ନାଟକକୁ ସ୍ଥାନୀୟ ଜୟଦେବ ସଦନଠାରେ ଦର୍ଶକମାନେ ବେଶ ଉପଭୋଗ କରିଥିଲେ | ମଧ୍ୟପ୍ରଦେଶରୁ ଆସିଥିବା ରଙ୍ଗସାଧକ ନାଟକ ସଂସ୍ଥାର କଳାକାରମାନେ ନିର୍ଦ୍ଦେଶକ ମନୋଜ କୁମାର ସୋନିଙ୍କ ନିର୍ଦ୍ଦେଶିତ ହିନ୍ଦୀ ଭାଷାର ନାଟକ ” ସନ – ୨୦୨୫” ମଞ୍ଚସ୍ତ କରିଥିଲେ ।ନାଟକଟି ଏକ ଅପରାଧ କାହାଣୀ ଚାରି ପାଖରେ ଘୁରି ବୁଲୁଛି । ଏହା ଜଣେ ପ୍ରସିଦ୍ଧ ଅପରାଧ ଔପନ୍ୟାସିକ ଧିରଯ ଅଧିକାରୀଙ୍କୁ ଅନୁସରଣ କରେ, ଯିଏ ବାସ୍ତବ ଜୀବନର ଅପରାଧ ଉପରେ ତାଙ୍କର ଉପନ୍ୟାସ ଆଧାରିତ କରିବା ପାଇଁ ଜଣାଶୁଣା । ତାଙ୍କୁ ଜଣେ ଘରୋଇ ଗୁଇନ୍ଦା, ସୁଫି ଦ୍ଵାରା ତଦନ୍ତ କରାଯାଉଛି, ଯିଏ ତାଙ୍କୁ ସନ୍ଦେହ କରନ୍ତି ।

ଯେତେବେଳେ ସୁଫି ଔପନ୍ୟାସିକଙ୍କ ହୋଟେଲ ସୁଟରେ ପ୍ରବେଶ କରିବାରେ ସଫଳ ହୁଅନ୍ତି ଓ ତାଙ୍କ ବାସ୍ତବ ଜୀବନର ଘଟଣାକୁ ଛାନବିନ କରନ୍ତି ସେତେବେଳେ ଉତ୍ତେଜନା ବୃଦ୍ଧି ପାଏ। ସୁଫି ଧୀରଯଙ୍କୁ ତାଙ୍କ ଅପରାଧ ସ୍ବୀକାର କରିବାକୁ ବାଧ୍ୟ କରନ୍ତି । ତଥାପି ନ୍ୟାୟର ସମ୍ମୁଖୀନ ହେବା ପରିବର୍ତେ ଧିରଯ ସୁଫିଙ୍କୁ ଆତ୍ମତ୍ୟା କରିବାକୁ ବାଧ୍ୟ କରନ୍ତି । ଏହି ନାଟକଟି ନିର୍ଭୟା ମାମଲାରୁ ବହୁଳ ଭାବରେ ଆକର୍ଷିତ, ଗଭୀର ମନସ୍ତାତ୍ତ୍ୱିକ ଏବଂ ସାମାଜିକ ପ୍ରସଙ୍ଗ ଗୁଡ଼ିକୁ ଅନୁସନ୍ଧାନ କରିବା ସହିତ ନୈତିକତା, ଅପରାଧ,ଭୟଙ୍କର କାହାଣୀ ପ୍ରଟ ଦର୍ଶକଙ୍କ ଆକର୍ଷଣକୁ ପ୍ରଶ୍ନ କରିଥାଏ ।

ପଞ୍ଚମ ସଂଧ୍ୟାର ଦ୍ୱିତୀୟ ନାଟକ ଭାବେ “କୋରାପୁଟ କଲ୍ଚରାଲ ସୋସାଇଟି”, କୋରାପୁଟରୁ ଆସିଥିବା କଳାକାର ମାନଙ୍କ ଦ୍ଵାରା ଯୋଗେନ୍ଦ୍ର ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଦେଶିଆ/ଓଡ଼ିଆ ନାଟକ ” ରେମୋ ” ମହୋତ୍ସବର ଅନ୍ୟ ଏକ ଆକର୍ଷଣ ଥିଲା | ଓଡ଼ିଶାର କୋରାପୁଟ ଅଞ୍ଚଳ ହଜାର ହଜାର ବର୍ଷ ଧରି ବସବାସ କରୁଥିବା ଜନଜାତିଙ୍କ ପାଇଁ ସ୍ବର୍ଗ । ସେମାନଙ୍କର ସଂସ୍କୃତି ଓ ଐତିହ୍ୟ ଜଗତ ପାଇଁ ଏକ ରହସ୍ୟ । ଅସାଧାରଣ ଆଦିମ ଅଧିବାସୀ ବଣ୍ଡା କୋରାପୁଟ ଅଞ୍ଚଳର ଦୂରବର୍ତ୍ତୀ ବଣ୍ଡା ପାହାଡ଼ରେ ବାସ କରନ୍ତି । ଧନୁ ଏବଂ ତିର ସହିତ ସଜ୍ଜିତ ବଣ୍ଡା ପୁରୁଷ ସାମାନ୍ୟ ଉତ୍ତେଜନାରେ ସିଧାସଳଖ ତାଙ୍କ ପ୍ରତିପଖ୍ୟଙ୍କ ଛାତିରେ ତାଙ୍କର ତୀର ଛାଡ଼ିବାକୁ ଦ୍ୱିଧା କରନ୍ତି ନାହିଁ । ବନ୍ଦ ଏହି ଅଞ୍ଚଳର ମୂଳ ବାସିନ୍ଦା ଦାବି କରନ୍ତି ଓ ନିଜକୁ ରେମୋ ବୋଲି ଚିହ୍ନିତ କରନ୍ତି । କଡମଗୁଡ଼ା ଏକ ବଣ୍ଡା ଗାଁ ଯେଉଁଠି ଜଣେ ଯୁବ ଶିକ୍ଷକ ସ୍କୁଲ ଖୋଲିବା ପାଇଁ ପହଞ୍ଚିଲେ । ଲୋକମାନେ ତାଙ୍କୁ ବୁଝି ପାରିଲେ ନାହିଁ ଏବଂ ତାଙ୍କୁ ଅତିଥି ଭାବେ ଗ୍ରହଣ କଲେ ନାହିଁ । ଶିକ୍ଷକ ଜଣଙ୍କ ତାଙ୍କୁ ବର୍ଣ୍ମମାଳା ପଢାଇଲେ। ସେଠାରେ ଶିକ୍ଷା ଦାନ କରିବା ସମୟରେ ସେମାନଙ୍କ ସରଳତା ତାଙ୍କୁ ଏତେ ଆକର୍ଷିତ କରେ ଯେ ସେ ଅଜାଣତାରେ ଗୁଲଙ୍ଗ ପ୍ରେମରେ ପଡିଯାନ୍ତି ।

ଯେତେବେଳେ ବଢୁଥିବା ପ୍ରେମ ତାର ଶାରୀରିକ ଅଭିବ୍ୟକ୍ତ ପାଏ ଗୁଲାଙ୍ଗ ପ୍ରତିରୋଧ ଦେଖାଏ କିନ୍ତୁ ସେ ମଧ୍ୟ ଶିକ୍ଷକଙ୍କ ପ୍ରତି ଆକର୍ଷିତ ହୋଇ ତାଙ୍କୁ ଭଲ ପାଏ । ପରେ ସମ୍ପର୍କ କୁ ନେଇ ଦ୍ଵନ୍ଦ ସୃଷ୍ଟି ହୁଏ । ଭୟଙ୍କର ଅସ୍ତ୍ରଶସ୍ତ୍ର ସହିତ ବଣ୍ଡା ମାନେ ଶିକ୍ଷୟତ୍ରୀଙ୍କୁ ଘେରିଯାନ୍ତି ଓ ଗୁଲାଙ୍ଗକୁ ବିବାହ କରିବାକୁ କୁହନ୍ତି। ଶିକ୍ଷୟତ୍ରୀ ସେମାନଙ୍କୁ ଆଧୁନିକ ସଭ୍ୟତାର ମୁଖ୍ୟ ଧାରାକୁ ଆଣିବା ପାଇଁ ତାଙ୍କୁ ବିବାହ କରିବାକୁ ନିଷ୍ପତି ନିଅନ୍ତି । କିନ୍ତୁ ଧୀରେ ଧୀରେ ନିଜକୁ ଆଦିବାସୀ ସଂସ୍କୃତିରେ ମିଶାଇ ଦିଅନ୍ତି । ସେ ସଚେତନ ନାଗରିକ ଭାବରେ ଅଞ୍ଚଳ ବାସୀଙ୍କ ମାନବୀୟ ମୂଲ୍ୟବୋଧକୁ ଗ୍ରହଣ କରି ନିଜେ ରେମୋ ହୋଇଯାଆନ୍ତି । ଦୁଇଟି ଯାକ ନାଟକରେ କଳାକାରମାନଙ୍କ ଅଭିନୟ ପାରିଦର୍ଶିତାକୁ ଉପସ୍ଥିତ ସମସ୍ତ ଦର୍ଶକ ଭୃୟଶୀ ପ୍ରଶଂସା କରିଥିଲେ | କ୍ୟାନଫେଷ୍ଟର ଏହି ସଂଧ୍ୟାରେ ସମ୍ମାନିତ ଅତିଥି ଭାବେ ପାରାଦ୍ବୀପ ବନ୍ଦର ପ୍ରାଧିକରଣର ଉପାଧ୍ୟକ୍ଷ ନୀଳଭ୍ର ଦାସଗୁପ୍ତା, ପ୍ରସିଦ୍ଧ ସିନେ ନିର୍ଦ୍ଦେଶକ ହିମାଂଶୁ ଖଟୁଆ ଓ ନାଟ୍ୟ ନିର୍ଦ୍ଦେଶକ ଦର୍ପ ନାରାୟଣ ସେଠୀ ଯୋଗ ଦେଇ କ୍ୟାନମାସର ଉନ୍ନତି କାମନା କରିବା ସହିତ କଳାକାରମାନଙ୍କ ଅଭିନୟକୁ ପ୍ରସଂଶା କରିଥିଲେ | ଆସନ୍ତା କାଲି ୬ଷ୍ଠ ସନ୍ଧ୍ୟାରେ ଜାଗରଣ ଆର୍ଟ ଇଣ୍ଟରନେସନାଲ, ଦେଓଗଡ଼ର କଳାକାରମାନେ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୁଜିତ କୁମାର ପାତ୍ରଙ୍କ ଓଡ଼ିଆ ନାଟକ “ଲୁହର ରଙ୍ଗ” ମଞ୍ଚସ୍ଥ କରିବେ ।

Leave a Reply

Your email address will not be published. Required fields are marked *