ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇଁ ଅର୍ଥ ଆଦୌ ପ୍ରତିବନ୍ଧକ ନୁହେଁ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡା

ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇଁ ଅର୍ଥ ଆଦୌ ପ୍ରତିବନ୍ଧକ ନୁହେଁ।ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ଲମ୍ବା ଯାତ୍ରା ହୋଇଛି।୨୦୧୭ ରେ ନୂଆ ସ୍ୱାସ୍ଥ୍ୟ ପଲିସି ଆସିଥିଲା। ଉନ୍ନତ ସ୍ୱାସ୍ଥ୍ୟ ସେବା ଓ ସ୍ୱାସ୍ଥ୍ୟ ସେବାକୁ ପହଞ୍ଚାଇବା ପ୍ରାଥମିକତା।ଆମର ମୂଳଦୁଆ ସୁଦୃଢ଼ ହେବା ଆବଶ୍ୟକ।ଓଡ଼ିଶାରେ ମାତୃ ମୃତ୍ୟ ହାର କମିଛି।ବିଶ୍ୱ ସ୍ତର ଠାରୁ ଆମର ମାତୃ ଓ ଶିଶୁ ମୃତ୍ୟ ହାର ଦୁଇ ଗୁଣା କମିଛି।ମିଶନ ଇନ୍ଦ୍ରଧନୁଷ ବିଭିନ୍ନ ପର୍ଯ୍ୟାୟରେ ହେବା ଯୋଗୁଁ ଏହା ସମ୍ଭବପର ହୋଇପାରିଛି।ଏହା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡା ।
ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ପ୍ରଶଂସା କରିଛି।୨୦୧୭ ନୂଆ ସ୍ବାସ୍ଥ୍ୟ ପଲିସିରେ ପରିବର୍ତ୍ତନ ହୋଇଛି ।କିଓରେଟିଭ ସ୍ବାସ୍ଥ୍ୟ ବ୍ୟବସ୍ଥା ସହ ପ୍ରିଭେଣ୍ଟିଭ ଓ ପ୍ରମୋଟିଭ ହେଲ୍ଥ କେୟାର କୁ ଆପଣାଇ ବାଲାନ୍ସ ହେଲ୍ଥ କେୟାର କୁ ଗୁରୁତ୍ବ ଦିଆଯାଇଛି ।ଆକ୍ସେସେବ୍ୟୁଲ ହେଲ୍ଥ କେୟାର କୁ ଗୁରୁତ୍ବ ଦେଇ କ୍ୱାଳିଟି ହେଲ୍ଥ କେୟାର ଉପରେ ଫୋକସ କରାଯାଇଛି ।ଯକ୍ଷ୍ମା ମୁକ୍ତ ପାଇଁ ୪୫୫ ସ୍ଥାନରେ ୧୦୦ ଦିନିଆ କାର୍ଯ୍ୟକ୍ରମ ଚାଲିଛି।ସ୍ବାସ୍ଥ୍ୟ ପଲିସି ଓ କାର୍ଯ୍ୟକ୍ରମରେ ଜନ ପ୍ରତିନିଧି ହିଁ ଆପଣଙ୍କ ବାର୍ତା ବହ।ସେମାନଙ୍କୁ ବିନିଯୋଗ କରିବା ଆବଶ୍ୟକ।ପରିବେଶ ପ୍ରଦୂଷଣ ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି କରୁଛି।ପ୍ରତି ଘରେ ୧୦ ପ୍ରତିଶତ କମ ତେଲ ବ୍ୟବହାର ହେବା ଉଚିତ ବୋଲି ସେ କହିଛନ୍ତି।
ଆରୋଗ୍ୟ ମନ୍ଦିରରେ ୩୭ କୋଟି ଲୋକଙ୍କ ବ୍ରେଷ୍ଟ କ୍ୟାନ୍ସର, ସର୍ଭିକ କ୍ୟାନ୍ସର,ଡାଇବେଟିସ ଉପରେ ୟୁନିଭରସାଲ ସ୍କ୍ରିଂନିଂ ହେବ। ଜନ ଭାଗିଦାରୀ ମାଧ୍ୟମରେ ଏହା ହେବ ।୯ମ ଜାତୀୟ ସ୍ବାସ୍ଥ୍ୟ ସମ୍ମିଳନୀରେ ଯୋଗ ଦେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ନିଜ ଅଭିଭାଷାଣରେ ଏହା କହିଛନ୍ତି। ।ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ,କମିଶନର ସଚିବ ଏସ ଆସ୍ଵସ୍ଥି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ,ପୁରୀ ସାଂସଦ ସମ୍ବିତ ପାତ୍ର ,NHM ର ପରିଚାଳନା ନିର୍ଦ୍ଦେଶକ ଆରାଧନା ପଟ୍ଟନାୟକ ।NHM ର ଯୁଗ୍ମ ସମ୍ପାଦକ ସୌରଭ ଜୈନ ଯୋଗ ଦେଇଥିଲେ।।ଦେଶର ସ୍ବାସ୍ଥ୍ୟ କ୍ଷେତ୍ରରେ ଲାଗୁ ହୋଇଥିବା ବିଭିନ୍ନ ଯୋଜନା,ତାର ସୁବିନିଯୋଗ,ଆଗାମୀ ପ୍ଲାନ୍,ଭିତ୍ତିଭୂମି,ତଥା ନୂଆ ଇନୋଭେଶନ ଉପରେ ରିଭ୍ୟୁ ବା ସମୀକ୍ଷା ହେବ ।ଏହା ସହିତ ଆଗାମୀ ଦିନରେ ସ୍ବାସ୍ଥ୍ୟ ଯୋଜନା ଗୁଡ଼ିକୁ କିଭଳି ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇ ପାରିବ ସେନେଇ ମଧ୍ୟ ସମ୍ମିଳନୀରେ ଆଲୋଚନା ହେବ ।ପ୍ରତି ଜିଲ୍ଲା ହସ୍ପିଟାଲ ରେ ହେବ ଡେ କେୟାର ସେଣ୍ଟର୍ ।ଚଳିତବର୍ଷ ୨୦୦ ହେବ ।ପରବର୍ତ୍ତୀ ବର୍ଷ ଠାରୁ ସବୁ ଜିଲ୍ଲା ରେ ହେବ । କେମୋ ଥେରାପି ସୁବିଧା ମିଳିବ।
ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଦ୍ଵାରା ଅର୍ଥ ବଞ୍ଚିବା, ସର୍ବୋତ୍ତମ ଡାକ୍ତରଙ୍କ ଚିକିତ୍ସା କୁ ରୋଗୀ ପାଖରେ ପହଞ୍ଚାଇ ପାରିବ ।୨ ହଜାର କୋଟି ପ୍ରତି ବର୍ଷ ସ୍ବାସ୍ଥ୍ୟ ମିଶନ ଜରୀଆରେ ଖର୍ଚ୍ଚ କରିବାକୁ ବି ସମର୍ଥ ଭାରତ ସରକାର ।ତେଣୁ ସ୍ବାସ୍ଥ୍ୟ କ୍ଷେତ୍ରରେ କୌଣସି ଆର୍ଥିକ ବାଧା ନାହିଁ ।ପ୍ରତି ପଞ୍ଚାୟତରେ ହେବ ଆରୋଗ୍ୟ ମନ୍ଦିର । ରାଜ୍ୟ ଫାଇଲେରିଆ ଓ ଯକ୍ଷ୍ମା ରୋଗ ମୁକ୍ତ ହେବ।ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହଲିଙ୍ଗଙ୍କ କହିଥିଲେ।ଦୁଇବର୍ଷ ମଧ୍ୟରେ ପୂରଣ ହେବ ଖାଲିଥିବା ଡାକ୍ତର ଓ ପାରା ମେଡିକାଲ ପଦବୀ । ମୁଖ୍ୟମନ୍ତ୍ରୀ କହିଥିଲେ ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ଜାତୀୟ ସମ୍ମିଳନୀ ହେଉଛି।ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆମ ମିଶନ ନିଶ୍ଚିନ୍ତ ସଫଳ ହେବ।ଏକ ସୁସ୍ଥ ଭାରତ ଓ ସୁସ୍ଥ ଏବଂ ସମୃଦ୍ଧ ଓଡିଶା ଗଠନ ଲକ୍ଷ୍ୟ।ଶିଶୁ ମୃତ୍ୟ ହାର କମି ୩୬ ରେ ପହଞ୍ଚିଛି।ଓଡ଼ିଶାରେ ୯୨.୦୨ ଇନଷ୍ଟିଚ୍ୟୁସନାଲ ଡେଲିଭରି ହୋଇଛି।।ପ୍ପୂର୍ଣ୍ଣ ଟୀକାକରଣ ରେ ଓଡ଼ିଶା ଦେଶରେ ସବୁଠାରୁ ଆଗରେ ଅଛି। ୩୦ ଜିଲ୍ଲାରେ ୧୪ ମେଡିକାଲ୍ କଲେଜ ହସ୍ପିଟାଲ ପାଇଁ ଯୋଜନା ରହିଛି ।ଫୁଲବାଣୀ ଓ ଅନୁଗୁଳରେ ଦୁଇ ନୂଆ କଲେଜ ଏବଂ ହସ୍ପିଟାଲ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି ।ସବୁ ଜିଲ୍ଲାରେ ଗୋଟିଏ ଗୋଟିଏ ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲ ପାଇଁ ପ୍ରସ୍ତାବ ରଖିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ।ସେହିପରି ଫେକ ମେଡ଼ିସିନ କାରବାର ରୋକିବା ଉପରେ କାର୍ଯ୍ୟାନୁଷ୍ଠାନ ହେବ।ବୋଲି ସେ କହିଥିଲେ। ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଆରୋଗ୍ୟ ଯୋଜନା ରାଜ୍ୟର ୨୯୦୦୦ ହଜାର ଡାକ୍ତରଖାନାରେ ଲାଗୁ ହେବବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।