July 6, 2025
Home » ସିଓଆର୍ ପାଇଁ ପ୍ରାଇଭେଟ୍ ସ୍କୁଲ୍ ର ମୁଣ୍ଡବିନ୍ଧା

ସିଓଆର୍ ପାଇଁ ପ୍ରାଇଭେଟ୍ ସ୍କୁଲ୍ ର ମୁଣ୍ଡବିନ୍ଧା

0
images

ବିଦ୍ୟାଳୟ କରିବା ପାଇଁ ଆବଶ୍ୟକ ଅଛି ସାଟିପିକେଟ ଅଫ୍ ରେକୋନାଇଜେସନ୍ । ସମସ୍ତ ପ୍ରାଇଭେଟ ସ୍କୁଲ୍ କରିବା ପାଇଁ ବାଧ୍ୟତା । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ବାରା ଜାରି କରାଯାଇଥିବା ଗାଇଡ୍ ଲାଇନ୍ ଦେଖି ମୁଣ୍ଡ ବିନ୍ଧା ହୋଇଛି ସମସ୍ତ ଅଭିଭାବକ ଓ ଘରୋଇ ବିଦ୍ୟାଳୟ ର ମାଲିକ ମାନଙ୍କର । ବିଦ୍ୟାଳୟ ରେ ଅଗ୍ନି ନିର୍ଗିପାକ ଯନ୍ତ୍ର ର ସାଟିପିକେଟ, ନିଜସ୍ୱ ଜାଗାର ପଟା, ଖେଳ ପଡିଆ , ଟ୍ରଷ୍ଟ, ଏମିତି ୧୫ଟି ମାନ ଦଣ୍ଡ ରହିଛି । ଏହା କୁ ନେଇ ବ୍ଳକ ଶିକ୍ଷା ଅଧିକାରୀ ଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ବିଦ୍ୟାଳୟ ପରିଦର୍ଶନ କରିବା ବେଶ୍ ଗୁରୁତ୍ୱପୂର୍ଣ୍ଣ ବହନ କରିଛି ।। ସରକାର ଙ୍କ ନୀତି ନିୟମ ବ୍ଯବସ୍ଥା ସମସ୍ତ ବିଦ୍ୟାଳୟ ର କର୍ମକର୍ତ୍ତା ମାନଙ୍କର ଚିନ୍ତା ର କାରଣ ହୋଇଛି । ୨୦୦୦ ମସିହା ଠାରୁ ରାଜ୍ୟ ରେ ସବୁ ବ୍ଳକ ଓ ପଞ୍ଚାୟତ ରେ ପ୍ରାଇଭେଟ୍ ସ୍କୁଲ୍ ଅଛି । ପ୍ରତି ବର୍ଷ ବହୁ ମେଧାବୀ ଛାତ୍ରଛାତ୍ରୀମାନେ ବାହାରୁଛନ୍ତି। ବହୁ ଶିକ୍ଷିତ ଯୁବକ,ଯୁବତୀ ଆତ୍ମ ନିର୍ଭର କରୁଛନ୍ତି । ଶିକ୍ଷା ର ଗୁଣାତ୍ମକ ବିକାଶ ହେବା ସହିତ ରାଜ୍ୟ ରେ ପ୍ରଭାବ ବଢିଛି । ସରକାର ବିଭିନ୍ନ ଯୋଜନା କରୁଛନ୍ତି । ବାଦ୍ ପଡୁଛନ୍ତି ପ୍ରାଇଭେଟ ସ୍କୁଲ୍ । ଏହା ରାଜ୍ୟ ପାଇଁ ଶୁଭ ଚିନ୍ତକ ନୁହେଁ ।। ବେକାରୀକୁ କର୍ମ ଯୋଗାଇବା ପିଲା ମାନଙ୍କର ଶିକ୍ଷା ର ଅଭିବୃଦ୍ଧି କରିବା ରେ ସଫଳ ହେବା ସହିତ ସମାଜରେ ସଂସ୍କାର ସୃଷ୍ଟି କରିବା ଲକ୍ଷ୍ୟ ଉଦ୍ଦେଶ୍ୟରେ ସଂଗ୍ରାମ ଚାଲିଛି ।ଏଥି ଏଥି ପାଇଁ ସରକାର ସାହାଯ୍ୟ ଓ ସହଯୋଗ କରିବା ପାଇଁ ଅଭିଭାବକଙ୍କ ର ଦାବୀ ଉଠୁଛି `କେନ୍ଦ୍ର ସରକାର ଙ୍କ ଜାତୀୟ ଶିକ୍ଷା ନୀତି ୨୦୦୯ ଧାରା ନିୟମ ଅନୁଯାୟୀ ଆଦିବାସୀ,ହରିଜନ, ଆର୍ଥିକ ଅନଗ୍ରସର ପିଲା ମାନଙ୍କର ମାଗଣା ଶିକ୍ଷା ବ୍ଯବସ୍ଥା ରେ ଲକ୍ଷ ଲକ୍ଷ ଟଙ୍କା ବକେୟା ପଡିଛି । ଯା ଦ୍ବାରା କି ବହୁତ ବିଦ୍ୟାଳୟ ଅସୋନ୍ତଷ ପାଉଛି । ଅଙ୍ଗନବାଡି କେନ୍ଦ୍ର ଖାଲି ପଡିଥିବା ସ୍ଥଳେ ଶିଶୁ ବାଟିକା ପ୍ରହସନରେ ପରିଣତ ହୋଇଛି । ୬ବର୍ଷ ରୁ ପିଲା ମାନେ ପ୍ରଥମ ଶ୍ରେଣୀ ରେ ନାମ ଲେଖାଇବା ବୟସ ଯୋଗ୍ଯ ସ୍ଥଳେ ସେପ୍ଟେମ୍ବର ମାସ ରେ ବିଦ୍ୟାଳୟ ରେ ପ୍ରଥମ ଶ୍ରେଣୀ ଶୂନ ହେଉଛି ।। ସରକାରୀ ବିଦ୍ୟାଳୟ ରେ ଶିକ୍ଷକ ସଂଖ୍ୟା ପିଲା ଶ୍ରେଣୀ ଅନୁପାତରେ କମ୍ । ପ୍ରଥମ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ରେ ୨ ଜଣ ଶିକ୍ଷକ । କେଉଁ ବିଦ୍ୟାଳୟ ରେ ଶ୍ରେଣୀ ଗୃହ ଅଭାବ ତା ତୁଳନାରେ ପ୍ରାଇଭେଟ ସ୍କୁଲ୍ କଥା ବିଚାରକୁ ନିଅନ୍ତୁ । ଯଦି ଯୁକ୍ତିଯୁକ୍ତ କଥା ଉପସ୍ଥାପନ କରିବା । ସରକାର ସ ହୃଦୟ ରୁ ପ୍ରାଇଭେଟ ସ୍କୁଲ୍ କୁ ପ୍ରସ୍ଚୋହନ ଦେବା ଜରୁରୀ ନୁହେଁ କି?

Leave a Reply

Your email address will not be published. Required fields are marked *