July 1, 2025
Home » ସପ୍ତାହ ମଧ୍ୟରେ ଜ୍ୱରରେ ପିଡିତ ରୋଗୀଙ୍କ ସଂଖ୍ୟା ୧୨୫ କୁ ବୃଦ୍ଧି

ସପ୍ତାହ ମଧ୍ୟରେ ଜ୍ୱରରେ ପିଡିତ ରୋଗୀଙ୍କ ସଂଖ୍ୟା ୧୨୫ କୁ ବୃଦ୍ଧି

0
WhatsApp Image 2024-07-24 at 6.13.06 PM

 

“ଜିଲ୍ଲାରେ ଯଥେଷ୍ଟ ମ୍ୟାଲେରିଆ ଔଷଧ ରହିଛି.. ସରକାରଙ୍କୁ ଅନେକଥର ଅଭିଯୋଗ ସତ୍ବେ ମଶାରୀ ବର୍ତମାନ ପର୍ୟନ୍ତ ପହଞ୍ଚି ପାରିନାହିଁ “…ସିଡିଏମଓ

ରାୟଗଡ ସହର ପାରିପାର୍ଶ୍ୱ ତଥା ବ୍ଲକ ଅଞ୍ଚଳରୁ ଜ୍ୱରରେ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ମେଡିକାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ଏହା ହେଉଛି ଦୃଶ୍ୟ । ବର୍ଷା ପାଖେଇ ଆସୁଥିବାରୁ ଗତ ତିନି ଦିନ ମଧ୍ୟରେ ଜ୍ୱରରେ ପିଡିତ ରୋଗୀଙ୍କ ସଂଖ୍ୟା ୧୨୫ରେ ବୃଦ୍ଧି ପାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମେଡିସିନ ୱର୍ଡରେ ଭର୍ତ୍ତି ହୋଇଥିବା ଜ୍ୱରରେ ପିଡିତ ୧୨୫ ରୋଗୀଙ୍କ ସଂଖ୍ୟା ମଧ୍ୟରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଅଧିକନ୍ତୁ ଗତ କିଛି ଦିନ ମଧ୍ୟରେ ସନ୍ଦେହଜନକ ମାମଲା ବୃଦ୍ଧି ପାଇଥିବା ବେଳେ ଏକ ସପ୍ତାହ ମଧ୍ୟରେ ଏହି ସଂଖ୍ୟା ୧୨୫ କୁ ବୃଦ୍ଧି ପାଇଥିବା ବେଳେ ମଙ୍ଗଳବାର ଦିନ ଏଡିଏମ୍,ପିଡି ଡୁଡା, ପୌରପରିଷଦର ନିର୍ବାହୀ ଯନ୍ତ୍ରୀ, ସିଡିଏମଓ, ଡିପିଏମ ଜିଲ୍ଲା ଚିକିତ୍ସାଳୟ ପରିଦର୍ଶନ କରି ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଥିଲେ ବୋଲି ରାୟଗଡ଼ ସିଡିଏମଓ ଶ୍ରୀ ରାଉତରାୟ କହିଛନ୍ତି।


ଅପରପକ୍ଷରେ କିଛିଦିନ ହେବ ଲଘୁଚାପ ବର୍ଷାରେ ସହରର ବିଭିହ୍ନ ଅଞ୍ଚଳରେ ପାଣି ଜମିବା ବନ୍ଧୁ ଦୁର୍ଗନ୍ଧ ହେବା ସହ ଜମା ହୋଇଥିବା ଗନ୍ଧିଆ ପାଣି ଯୋଗୁଁ ଡେଙ୍ଗୁ ଭଳି ମାରାତ୍ମକ ରୋଗ ଏଡ଼ାଇ ଦିଆଯାଇ ନ ପାରେ । ଏପରିକି ଯଦି ଯଥା ଶିଘ୍ର ରାୟଗଡ଼ ପୈରପରିଷଦ ନା ଡିଡିଟି ପାଉଡର ନା ଫିନାଇଲ ଛିଞ୍ଚନ କରିବା ଦେଖିବାକୁ ମିଳୁନି । ବର୍ତମାନ ଏହି ଦୁର୍ଦସା ସମୟରେ ଯଦି ଜିଲ୍ଲା ପ୍ରଶାସନ ଓ ପୈରପରିଷଦ ଠିକ କାମ ନକରେ ତେବେ ଡେଙ୍ଗୁ ଭଳି ଭୟଙ୍କାର ରୋଗ ସହ ମ୍ୟାଲେରିଆ ହେବାର ନିଶ୍ଚିତ ସମ୍ଭାବନା ଦେଖାଦେଉଛି ।
ଏହି ପରିପ୍ରେକ୍ଷୀରେ ସିଡିଏମଓ କହିଛନ୍ତି ଯେ ଜିଲ୍ଲାରେ ଘର ଘରକୁ ବୁଲି ଆଶାଦିଦିମାନେ ସଚେତନା କରାଉଥିବା ବେଳେ ମ୍ୟାଲେରିଆ ଔଷଧ ଯଥେଷ୍ଟ ରହିଥିବା ବେଳେ ଅନେକ ଥର ସରକାରଙ୍କୁ ଜଣାଇବା ସତ୍ୱେ ମସାରୀ ବର୍ତମାନ ପର୍ଯ୍ୟନ୍ତ ପହଞ୍ଚିନି କିନ୍ତୁ ଅତି ଅଳ୍ପଦିନ ମଧ୍ୟରେ ମସାରୀ ପହଞ୍ଚିବାର ସମ୍ଭାବନା ରହିଛି ।


ବର୍ତ୍ତମାନ ପାଣିପାଗ ଦୃଷ୍ଟିରୁ ଥଣ୍ଡା, କାଶ ଏବଂ ଜ୍ୱର ଅତି ସାଧାରଣ; କିନ୍ତୁ ଜ୍ୱରକୁ ଅଣଦେଖା କରାଯିବା ଉଚିତ ନୁହେଁ, ବିଶେଷ କରି ଯଦି ଦୁଇ ଦିନରୁ ଅଧିକ ଦିନ ଧରି ରହିଲେ ।
ପ୍ରକାଶ ଥାଉ ଦୁଇ ସପ୍ତାହ ମଧ୍ୟରେ କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ତଳ ଅଞ୍ଚଳବାଡ଼ି ଆଶ୍ରମ ବିଦ୍ୟାଳୟର ହଷ୍ଟେଲରେ ରହୁଥିବା ପ୍ରାୟ ୨୩୦ଜଣ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପରୀକ୍ଷା କରିବା ସମୟ ପରେ ସେଥିରୁ ୧୦୩ଜଣ ଛାତ୍ରଛାତ୍ରୀ ମ୍ୟାଲେରିଆ ପଜିଟିଭ୍‌ ବୋଲି ସ୍ବାସ୍ଥ୍ୟ ବିଭାଗ କହିଥିଲା । ତାପରେ ଆଶିପୁର ବ୍ଲକରେ ଡେଫ୍ତେରିଆରେ ଆକ୍ରାନ୍ତ ହୋଇ ୫ ଜଣ ପିଲାଙ୍କ ମୃତ ହେବା ପରେ ମୁନିଗୁଡା ଓ ଅମ୍ବାଦଳା ବ୍ଲକରେ ଝାଡ଼ାବାନ୍ତିରେ ପରେ ବର୍ତମାନ ଥଣ୍ଡା,କାଶ,ଜ୍ବରରେ ରୋଗୀ ସ°ଖ୍ୟା ବୃଦ୍ଧି ପାଇଲାଣି ।
ତେଣୁ,ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ସମୟରେ ମ୍ୟାଲେରିଆ, ଡେଙ୍ଗୁ ଏବଂ ଚିକୁଙ୍ଗୁନିଆ ଶିଖର ପରି ଜ୍ୱରରେ ପୀଡିତ ହେବା ପୁର୍ବରୁ ରୋଗୀମାନେ ସେମାନଙ୍କ ସ୍ୱାସ୍ଥ୍ୟକୁ ଅଣଦେଖା କରିବା ଉଚିତ୍ ନୁହେଁ ବୋଲି ଜଣେ ବିଶେଷଜ୍ଞ କହିଛନ୍ତି ।
କିନ୍ତୁ ଆଗାମୀ ଦିନରେ କେତେ ନିୟନ୍ତ୍ରଣ ହେଉଛି ତାହା ନେଇ କେତେ ସତର୍କତା ଓ ଜିଲ୍ଲା ପ୍ରଶାସନ ଦେଖାଉଛି ତାହା ଅପେକ୍ଷା ରହିଥିବା ବେଳେ ଜିଲ୍ଲା ଚିକିତ୍ସା ବିଭାଗ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ କ୍ଷେତ୍ରରେ କଣ ପଦକ୍ଷେପ ନେଉଛି ତାହା ଆଗାମୀ ସମୟ ସହ ମାମଲା ରିପୋର୍ଟକୁ ଅପେକ୍ଷା ରହିଛି ।

ରାୟଗଡା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *