July 1, 2025
Home » ଆନ୍ଧ୍ର ଦମ୍ପତିଙ୍କୁ ୯ ଦିନର ଶିଶୁ କନ୍ୟା ବିକ୍ରି ଘଟଣାର ତଦନ୍ତ ରିପୋର୍ଟ ନଦେବା ଓ କାର୍ଯ୍ୟରେ ଅବହେଳା ମାମଲା….

ଆନ୍ଧ୍ର ଦମ୍ପତିଙ୍କୁ ୯ ଦିନର ଶିଶୁ କନ୍ୟା ବିକ୍ରି ଘଟଣାର ତଦନ୍ତ ରିପୋର୍ଟ ନଦେବା ଓ କାର୍ଯ୍ୟରେ ଅବହେଳା ମାମଲା….

0
WhatsApp Image 2025-05-11 at 6.03.16 PM

ଜିଲ୍ଲା ପ୍ରଶାସନ ଭାଙ୍ଗିଲେ ସିଡବ୍ଲୁସି ଓ ନିଲମ୍ବିତ କଲେ ସିଡବ୍ଲୁସି ୫ ଜଣଙ୍କୁ

“ଜିଲ୍ଲାରେ ଶିଶୁ ବିକ୍ରି ଚାଲିଆସିଛି ଓ ଜିଲ୍ଲା ପ୍ରଶାସନର ଭୁଲ ଧରା ପଡ଼ିଯିବା ଭୟରେ ତରବରିଆ ପଦକ୍ଷେପ …ଆଇନର ଆଶ୍ରୟ ନେବେ ” କହିଲେ ବିଦ୍ୟୁତଲତା ହୁଇକା

ରାୟଗଡ଼ା ବ୍ଲକର ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେପୁର ନିକଟସ୍ଥ ନୂଆପଡ଼ା କଲୋନୀରେ ବିଗତ ବର୍ଷ ନଭେମ୍ବର ୨୦୨୪ରେ ଏକ ନବଜାତ ଶିଶୁକନ୍ୟାକୁ ଜନ୍ମ ହେବା ୦୯ ଦିନରେ ଅବୈଧ ଭାବରେ ଆନ୍ଧ୍ର ଦମ୍ପତିଙ୍କ ପୋଷ୍ୟ ଗ୍ରହଣ କରାଯାଇଥିବା ଅଭିଯୋଗ ପରେ ଏହାର ତଦନ୍ତ ରିପୋର୍ଟ ସିଡବ୍ଲୁସି ଟିମ୍ ଜିଲ୍ଲା ପ୍ରଶାସନକୁ ଦେବାରେ ବିଫଳ ନେଇ ରାଜ୍ୟ ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ବିଭାଗ ପକ୍ଷରୁ ୨୦୨୫ ମସିହା ମେ ମାସ ୧ ତାରିଖ ଦିନ ପତ୍ର ସଂଖ୍ୟା ୧୦୯ ୧୦, ୧୦୯୦୨, ୧୦୯୩୪ ଏବଂ ୧୦୯୨୬ ମାଧ୍ୟମରେ ଏହି ନିଲମ୍ବନ ଆଦେଶକୁ ମହାମହିମ ରାଜ୍ୟପାଳଙ୍କ ଅନୁମୋଦନ କ୍ରମେ ଜାରି କରାଯାଇଥିବା ଅନୁଯାୟୀ ରାୟଗଡ଼ା ଜିଲ୍ଲାପାଳ ପାରୁଲ ପଟାରୀ ଶିଶୁ କଲ୍ୟାଣ ସମିତି (ସିଡବ୍ଲ୍ୟୁସି) ଭାଙ୍ଗିବା ପାଇଁ ସୁପାରିଶ କରିଥିଲେ । ଚରମ ଅବହେଳା,ନୋଟାରିଙ୍କୁ ନୋଟିସ ନଦେବା ଭଳି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ପାଳନ ନକରିବା ଅଭିଯୋଗରେ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଜିଲ୍ଲା ଶିଶୁ ମଙ୍ଗଳ କମିଟି ରାୟଗଡାଙ୍କୁ ଭାଙ୍ଗି ଦେଇଛନ୍ତି। ଶିଶୁ କଲ୍ୟାଣ ସମିତି (ସିଡବ୍ଲ୍ୟୁସି) ଭାଙ୍ଗିବା ପରେ ବହିଷ୍କୃତ ୦୫ ଜଣ ହେଲେ କମିଟିର ଅଧ୍ୟକ୍ଷ ବିଦୁଲତା ହୁଇକା, ସଦସ୍ୟ ଗାଗାରିନ୍ ଶବର, ପ୍ରିୟଦର୍ଶିନୀ ମହାକୁଲ, କୈଳାସ ଚନ୍ଦ୍ର ପାଳ ଓ ଜ୍ୟୋସ୍ମାମୟୀ ପାଢ଼ୀ।ବହିଷ୍କୃତ ହୋଇଥିବା ସିଡବ୍ଲୁସିର ସମସ୍ତ ୦୫ ଜଣଙ୍କୁ ତୁରନ୍ତ ଦାୟିତ୍ବରୁ ଅନ୍ତର କରିବା ସହିତ ସମସ୍ତ ରେକର୍ଡ ଡିସିପିଓଙ୍କୁ ହସ୍ତାନ୍ତର କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ରାୟଗଡ଼ା ଜିଲ୍ଲାପାଳ ସୁପାରିଶ କ୍ରମେ ମହିଳା ଓ ଶିଶୁ କଲ୍ୟାଣ ବିଭାଗକୁ ରାୟଗଡ଼ା ଶିଶୁ କଲ୍ୟାଣ ସମିତିକୁ ଭଙ୍ଗ କରି ନୂତନ ସମିତି ଗଠନ ପାଇଁ ନିର୍ଦ୍ଦେଶ କରିଥିବା ଜଣାପଡିଛି।
ଅପରପକ୍ଷରେ ରାୟଗଡ଼ା ଜିଲ୍ଲାପ୍ରଶାସନର ସିଡବ୍ଲ୍ୟୁସି ଉପରେ ନେଇଥିବା କାର୍ଯ୍ୟାନୁଷ୍ଠାନ ବିରୋଧରେ ସିଡବ୍ଲ୍ୟୁସିର ପୂର୍ବତନ ଅଧ୍ୟକ୍ଷ ବିଦୁଲତା ହୁଇକା ହୋଟେଲ ତେଜସ୍ଵୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଶିଶୁ ଉଦ୍ଧାର ଶିଶୁ ମଙ୍ଗଳ କମିଟିର (ସିଡବ୍ଲୁସି) କାମ ନୁହେଁ ଉଦ୍ଧାର ପରେ ସିଡ଼ବ୍ଲୁସି ଆଗରେ ହାଜର କରିବା ପରେ ଥଇଥାନ କରାଇବା ହେଲା ସିଡୁସିର କାମ । ମୋର ପଦବୀ ହେଉଛି ଫାଷ୍ଟ କ୍ଲାସ ମାଜିଷ୍ଟ୍ରେଟ ପାୱାର। ଏବଂ ଜିଲ୍ଲା ପ୍ରଶାସନ ଦ୍ବାରା ମୁଁ ନିଯୁକ୍ତି ପାଇନାହିଁ ଯେହେତୁ ମୋର ପଦବୀ ବହିସ୍କାର ବା ନିଲମ୍ବନ କରିପାରିବ ନାହିଁ । ଏହା ସହ କମିଟିର ଅଧ୍ୟକ୍ଷାଙ୍କ ପଦକୁ ରଦ୍ଦ କରି ଦିଆଯାଇଛି। ରାୟଗଡ଼ା ଜିଲ୍ଲାରେ ଶିଶୁ ବିକ୍ରି ଚାଲିଆସିଛି ,କିନ୍ତୁ ଏହା ନେଇ ଜିଲ୍ଲାପ୍ରଶାସନ ନିଜେ ମାନିଥିବାରୁ ମୁ ଖୁସି ହେବି ..ଜିଲ୍ଲା ପ୍ରଶାସନର ଭୁଲ ଧରା ପଡ଼ିଯିବା ଭୟରେ ତରବରିଆ ଏପରି ପଦକ୍ଷେପ ନେଇଛନ୍ତି ।ଉକ୍ତ ଘଟଣାରେ ମୁଁ ମୋର କର୍ତ୍ତବ୍ୟ ଠିକ୍ କରିଛି । ଦାରିଦ୍ର୍ୟ ଯୋଗୁଁ ୦୯ ଦିନର ଶିଶୁଟିକୁ ଜନ୍ମ କଲା ତାର ମାଆବାପା ବିକ୍ରୀ କରିଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ,ରାୟଗଡ଼ା ବିଧାୟକ,ବିଭାଗୀୟ ମନ୍ତ୍ରୀ ଏବଂ ଜିଲ୍ଲାପାଳଙ୍କୁ ଜଣାଇଥୁବା ସତ୍ତ୍ୱେ ଜିଲ୍ଲା ପ୍ରଶାସନର ଭୁଲ କାଳେ ଧରାପଡିଯିବା ଭୟରେ ଆମ ଉପରେ ଅଠା ବଳିଦେଲେ । ତେଣୁ ସେ ଆଇନର ଆଶ୍ରୟ ନେବି କହିଥିଲେ ବିଦ୍ୟୁତଲତା ହୁଇକା ।
ସୂଚନା ମୁତାବକ ଗତବର୍ଷ ଜେକେପୁର ନୂଆପଡା ସାହିରେ ୦୩/୧୧/୨୪ ରେ ଗୋଟିଏ ଶିଶୁ ପୁତ୍ର ଜନ୍ମ ନେଇଥିଲା। ଏହାପରେ ଜନ୍ମ ହେବାର ୯ଦିନ ପରେ ୧୨ ତାରିଖରେ ଆନ୍ଧ୍ର ପ୍ରଦେଶ ମାନ୍ୟମ ଜିଲ୍ଲାର ବାଲାଜୀପେଟା ଗ୍ରାମର ଏକ ଦମ୍ପରିଙ୍କୁ ବିକ୍ରୀ ହୋଇଥିବା ନେଇ ନଭେମ୍ବର ୧୯ ତାରିଖରେ ଗଣମାଧ୍ୟମ ଜରିଆରେ ଉକ ବିଷୟଟି ଲୋକ ଲୋଚନକୁ ଆସିଥିଲା । ଏକ ନବଜାତ ଶିଶୁକନ୍ୟାକୁ ଅବୈଧ ଭାବରେ ପୋଷ୍ୟ ଗ୍ରହଣ କରାଯାଇଥିବା ଅଭିଯୋଗ ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ଏହାପରେ |ରାୟଗଡ଼ା ପୂର୍ବତନ ଉପଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରାଙ୍କ ନେତୃତ୍ବରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କୁ ନେଇ ଏକ କମିଟି ଏହି ଘଟଣାର ତଦନ୍ତ କରିଥିଲା । ଜିଲ୍ଲାପାଳଙ୍କୁ ଦିଆଯାଇଥିବା ରିପୋର୍ଟରେ ଦର୍ଶାଯାଇଥିଲା ଯେ ନୂଆସାହିର କୁମୁଦ ଗାଣ୍ଟା ଏବଂ ରାହୁଲ ଧନବାଦୀଙ୍କ ଦ୍ବାରା ୯ ଦିନର ଶିଶୁକନ୍ୟାକୁ ଅନ୍ଧ୍ରପ୍ରଦେଶର ପାର୍ବତୀପୁରମ (ମାନ୍ୟମ) ଜିଲ୍ଲାର ବାଲାଜୀପେଟାର କେ. ନନ୍ଦିନୀ ଏବଂ କେ. ରାଜଶେଖରଙ୍କୁ ଦିଅଯାଇଥିଲା। କୁମୁଦ ଗାଣ୍ଟା ଏବଂ ରାହୁଲ ଧନବାଦୀ ଶିଶୁକନ୍ୟାର ପ୍ରକୃତ ପିତା ମାତା ଥିଲେ। କିନ୍ତୁ ଏହି ଦମ୍ପତି ଏକ ଅଣପଞ୍ଜିକୃତ ପୋଷ୍ୟ ଗ୍ରହଣ ଡିଡ୍‌ରେ ସ୍ବାକ୍ଷର କରି ଶିଶୁକୁ ହସ୍ତାନ୍ତର କରି ଦେଇଥିଲେ। ଏହି ଅନିୟମିତତା ଜଣାପଡ଼ିବା ପରେ, ମହିଳା ଏବଂ ଶିଶୁ ବିକାଶ ବିଭାଗ ଅଧକ୍ଷ ଏବଂ ସଦସ୍ୟ ମାନଙ୍କୁ ୨୦୨୪ ମସିହା ଡିସେମ୍ବର ୧୫ ତାରିଖରେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। କେବଳ ଅଧକ୍ଷଙ୍କ ବ୍ୟତୀତ ଅନ୍ୟ ସମସ୍ତ ସଭ୍ୟମାନେ କାରଣ ଦର୍ଶାଅ ନୋଟିସର ଜବାବ ଦେଇନଥିଲେ ।

ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *