ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା ପାଳିତ

ଜିଲ୍ଲାସ୍ତରୀୟ କୃଷକ ଦିବସରେ ଗଣଶିକ୍ଷା ମନ୍ମଙ୍କ ଦ୍ବାରା ଅକ୍ଷିମୁଠି ଶୁଭାରମ୍ଭ
ଖରିଫ୍ ଋତୁ ପାଇଁ ସିଏମ୍-କିଷାନ ରାଶି ପ୍ରଦାନ
ପବିତ୍ର ଅକ୍ଷୟ ତୃତୀୟା ୨୦୨୫ ଅବସରରେ ଗୁଣପୁର ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର କାର୍ଯ୍ୟାଳୟ ପରିସରରେ ରାୟଗଡ ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡଶା ସରକାରଙ୍କ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ବିକାଶ, ସଂଖ୍ୟା ଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡଙ୍କ କର କମଳରେ ବୈଦିକ ରୀତିନୀତି ଅନୁଯାୟୀ ପୂଜକଙ୍କ ଦ୍ବାରା ମନ୍ତ୍ର ଉଚ୍ଚାରଣ, ଭୂମି ପୂଜନ, ଅକ୍ଷ ଧାନ ପୂଜନ, ହଳ ବଳଦ ପୂଜନ ତଥା ବିଭିନ୍ନ ଦେବାଦେବୀଙ୍କ ଆବାହନ ପୂର୍ବକ ମହା ଆଡ଼ମ୍ବର ପାଳିତ ହୋଇଥିଲା । ମାନ୍ୟବର ମନ୍ତ୍ରୀ ଶ୍ରୀ ଗଣ୍ଡ ମୁଣ୍ଡରେ ପଗଡି ବାନ୍ଧି ଅକ୍ଷୀ ମୁଠି ଚାଷ ଜମିରେ ବୁଣିବା ସହ ପାରମ୍ପରିକ ନୀତି ଅନୁଯାୟୀ ହଳ ଲଙ୍ଗଳ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ରାୟଗଡ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୱରୀ ସମ୍ମାନିତ ଅତିଥୁ, ରାୟଗଡ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ, ଗୁଣପୁର ଉପ ଜିଲ୍ଲାପାଳ କିରନ ଦୀପ କୌର ସମେତ ବିଶିଷ୍ଟ ଅତିଥିଭାବେ ଯୋଗ ଦେଇଥିଲେ ।
କାର୍ଯ୍ୟକ୍ରମରେ ଚଳିତ ବର୍ଷର ସିଏମ କିଷାନର ପ୍ରଥମ ପ୍ରୋତ୍ସାହନ ରାଶି ଡିବିଟି ମାଧ୍ୟମରେ ପ୍ରଦାନ ପୂର୍ବକ ଏହାର ଶୁଭାରମ୍ଭ କରାଯାଇଛି । ମାନ୍ୟବର ମନ୍ତ୍ରୀ ନିଜର ବକ୍ତବ୍ୟରେ କହିଛନ୍ତି ଯେ କୃଷକଟିଏ ତା ହୃଦୟରେ ଭକ୍ତି ଓ ନିଷ୍ଠା ସହକାରେ ଏହି ପର୍ବଟିକୁ ପାଳନ କରେ । ଆଜିର ଦିନରେ ଧାନ ବୁଣା କାର୍ଯ୍ୟ ଆରମ୍ଭ ହୁଏ । ଅକ୍ଷୟ ତୃତୀୟା ଦିନଟି ଶାସ୍ତ୍ରୀୟ ଏବଂ ପୌରାଣିକ ଉଭୟ ମତରେ ଏକ ପବିତ୍ର ତଥା ଧର୍ମୀୟ ଭାବନାର ଦିନ । ଶ୍ରୀଜଗନ୍ନାଥଙ୍କର ବିଶ୍ବ ପ୍ରସିଦ୍ଧ ରଥଯାତ୍ରାର ବାର୍ଷିକ ରଥ ଗଢ଼ା କାମ ମଧ୍ୟ ଏହି ଅକ୍ଷୟ ତୃତୀୟା ଦିନରୁ ହିଁ ଅନୁକୂଳ ହୋଇଥାଏ ବୋଲି ମତବ୍ୟକ୍ତ କରିଛନ୍ତି । ଏଥୁସହ ଆଜିର ପବିତ୍ର ଦିନଟିକୁ ରାଜ୍ୟ ସରକାର କୃଷକକୁ ସମର୍ପିତ କରିଥିବା ସେ ସୂଚନା ଦେଇଛନ୍ତି । ସେ ପୁଣି କହିଛନ୍ତି, ସମୃଦ୍ଧ ଗ୍ରାମୀଣ ଜୀବନର ମୂଳ ଆଧାର ହେଉଛି କୃଷକଙ୍କ ସଶକ୍ତିକରଣ । ସାରା ରାଜ୍ୟରେ ଆଜିର ଦିନଟିକୁ କୃଷକ ଦିବସ ରୂପେ ପାଳନ କରାଯାଉଛି । ଆମ ପରମ୍ପରା,ସଂସ୍କୃତି ସହ ଯୋଡ଼ି ରଖୁବାରେ ଏହି ଦିବସ ଆମକୁ ସହାୟକ ହେବ । ସେହିପରି ଅନ୍ନଦାତାଙ୍କ ଅଧୂକ ସଶକ୍ତ କରିବାକୁ ବଜେଟରେ ଦୃଢ ପଦକ୍ଷେପ ଗ୍ରହଣ କରାଯାଇଛି । ଚଳିତ ବର୍ଷ କୃଷି ବଜେଟ ପୂର୍ବ ବର୍ଷ ତୁଳନାରେ ୧୨% ଅଧିକ ରହିଛି ।
ସୂଚନାଯୋଗ୍ୟ, ଆଜିର ଶୁଭ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସିଏମ୍ କିଷାନ ଯୋଜନାରେ ରାଜ୍ୟର ୫୦ ଲକ୍ଷରୁ ଉର୍ଦ୍ଧ୍ୱ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ କୃଷକ ପରିବାରଙ୍କୁ ୨୦୨୫ ଖରିଫ୍ ଋତୁ ପାଇଁ ୧୦୨୫ କୋଟି ଟଙ୍କାରୁ ଅଧିକ ସହାୟତା ରାଶି ଡିବିଟି ମାଧ୍ୟମରେ ହସ୍ତାନ୍ତର କରିଛନ୍ତି । ସିଏମ୍ କିଷାନ ଯୋଜନାରେ ଖରିଫ୍ ଋତୁ ପାଇଁ ରାୟଗଡ଼ା ଜିଲ୍ଲାର ୮୭,୨୨୩ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୩,୫୧୬ ଜଣ ଭୂମିହୀନ ଚାଷୀଙ୍କୁ ସହାୟତା ପ୍ରଦାନ କରାଯାଇଛି । ରାୟଗଡ଼ା ଜିଲ୍ଲାରେ ମୋଟ୍ ୯୦,୭୩୯ ଜଣ ଚାଷୀ ଏଥ୍ରେ ଲାଭବାନ୍ ହୋଇଛନ୍ତି । ସିଏମ୍ କିଷାନ ଯୋଜନାରେ ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳର ସମସ୍ତ ଯୋଗ୍ୟ ବିବେଚିତ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ପ୍ରତ୍ୟେକ ଫସଲ ଋତୁ ଆରମ୍ଭରେ ୨୦୦୦/- ଟଙ୍କା ହିସାବରେ ବାର୍ଷିକ ୪୦୦୦/- ଟଙ୍କାର ଆର୍ଥିକ ସହାୟତା ଏବଂ ଭୂମିହୀନ କୃଷକ ପରିବାରଙ୍କ ଆର୍ଥିକ ଅଭିବୃଦ୍ଧି ନିମନ୍ତେ ଆନୁଷଙ୍ଗିକ କୃଷି କାର୍ଯ୍ୟକ୍ରମ ଯଥା ପଶୁପାଳନ, ମତ୍ସ୍ୟ ଚାଷ ଓ ଉଦ୍ୟାନକୃଷି ଭଳି ଯେକୌଣସି ବୃତ୍ତି ଆପଣେଇବା ପାଇଁ ତିନୋଟି କିସ୍ତିରେ ସମୁଦାୟ ୧୨,୫୦୦ ଟଙ୍କାର ସହାୟତା ପ୍ରଦାନ କରାଯାଉଅଛି ।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ