July 27, 2025
Home » ସଫେଇ କର୍ମଚାରୀ ଙ୍କୁ ବର୍ଷା ଋତୁ ସାମଗ୍ରୀ ବିତରଣ

ସଫେଇ କର୍ମଚାରୀ ଙ୍କୁ ବର୍ଷା ଋତୁ ସାମଗ୍ରୀ ବିତରଣ

0
WhatsApp Image 2025-06-28 at 12.48.40 PM

ଏସବିଆଇ ଫାଉଣ୍ଡେସନ ଏବଂ ରାମକି ଫାଉଣ୍ଡେସନ ପକ୍ଷରୁ ସମାଜ କୁ ସଫା ସୁତୁରା ରଖିବା ପାଇଁ ନିରନ୍ତର ଉଦ୍ୟମ କଳାହାଣ୍ଡି ଜିଲ୍ଲାରେ ଜାରି ରଖିଛି। ଏହି ସଂସ୍ଥା ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ଏବଂ ସ୍ଵଚ୍ଛତା ଉପରେ ସଚେତନତା କରି ଆସୁଛି।ଆଜି କେସିଙ୍ଗା ନଗର ପାଲିକା ଅଧିନସ୍ଥ ୱାର୍ଡ ୦୮ ନମ୍ୱର ସ୍ମାର୍ଟ କଲୋନୀରେ ନଗର ପାଳିକା ର ସ୍ଵଚ୍ଛତା ନିରୀକ୍ଷକ ଆକୁଲ ନାୟକଙ୍କ ଦ୍ବାରା ସଫେଇ କର୍ମଚାରୀ ଙ୍କୁ ବର୍ଷା ଋତୁକୁ ଦୃଷ୍ଟି ରେ ରଖି ରେନକୋଟ ସେଫ୍ଟି ଜେତା ଆଉ ହେଣ୍ଡ ଗ୍ଲୋବ ସ୍ୱଛ ଭାରତ ଅଭିଯାନ ମାଧ୍ୟମ ରେ ରାମକୀ ଫାଉଣ୍ଡେସନ ଦ୍ୱାରା ପ୍ରଦାନ କରାଗଲା।

ମୁନିସିପାଲଟି ର ଅନ୍ୟାନ୍ୟ କର୍ମଚାରୀଙ୍କ ସହିତ ରାମକି ଫାଉଣ୍ଡେସନର ପିସି ଡାକ୍ତର ବିମଳ ଚରଣ ଷଡଙ୍ଗୀ ଭେଷଜ ବିତରକ ଜ୍ୟୋଷ୍ଣାମୟୀ ବେହେରା ଷ୍ଟାଫ ନର୍ସ ପଙ୍କଜିନି ରଣା, ଏଲ ଟି ନିତୁ ନାୟକ, ପାଇଲଟ ନିରଞ୍ଜନ ହାତୀ ଲିଙ୍ଗରାଜ ସ୍ୱାଇଁ ଉପସ୍ଥିତି ଥିଲେ।ଆଗକୁ ଏହି ସଂସ୍ଥା ଦ୍ଵାରା ସେହି ଅଂଚଳ ଲାଗି ବିଭିନ୍ନ କାର୍ଯ୍ୟକ୍ରମ ମାନ ନଗର ପାଳିକା ପାଇଁ କରାଯିବ ବୋଲି ଆଲୋଚନା କରାଯାଇଛି। ଏଥି ପାଇଁ ନଗରପାଳିକା ର ସ୍ଵଚ୍ଛତା ନିରୀକ୍ଷକ ଶ୍ରୀଯୁକ୍ତ ନାୟକ ଏସ ବି ଆଇ ଫାଉଣ୍ଡେସନ ଏବଂ ରାମକି ଫାଉଣ୍ଡେସନ କୁ ଧନ୍ୟବାଦ ଅର୍ପଣ କରିଥିଲେ।

କଳାହାଣ୍ଡି ଜିଲ୍ଲା ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *