April 2, 2026
Home » ଅଖିଳଚକ୍ର ପକ୍ଷରୁ ଉତ୍କଳ ଦିବସରେ, ଆଦିନେତା ବିଚିତ୍ରାନନ୍ଦଙ୍କ ପ୍ରତିମୂର୍ତି ଉନ୍ମୋଚନ

ଅଖିଳଚକ୍ର ପକ୍ଷରୁ ଉତ୍କଳ ଦିବସରେ, ଆଦିନେତା ବିଚିତ୍ରାନନ୍ଦଙ୍କ ପ୍ରତିମୂର୍ତି ଉନ୍ମୋଚନ

0
WhatsApp Image 2026-04-01 at 4.33.38 PM

କଟକ,: ଓଡିଆ ଭାଷା ଓ ଓଡିଆ ଭାଷାର ଶିକ୍ଷାକୁ ଯିଏ ସବୁଦିନ ପାଇଁ ବଂଚାଇ ଦେଇଗଲେ ଏବଂ ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନ ଆନ୍ଦୋଳନର ଯିଏ ସୂତ୍ରଧର ଥିଲେ, ସେହି ଆଦିନେତା ବିଚିତ୍ରାନନ୍ଦ ଦାସଙ୍କୁ ଉତ୍କଳ ଦିବସରେ କେହି ମନେପକାନ୍ତି ନାହିଁ । ସରକାରଙ୍କ ପକ୍ଷରୁ ମଧ୍ୟ କୌଣସି ପ୍ରଚେଷ୍ଟା ନଥିଲା । ଯାଜପୁର ଜିଲ୍ଲାର କଂଟାବଣିଆ ଗ୍ରାମରେ ୧୮ ୨୭ ମସିହାରେ ଜନ୍ମ ଗ୍ରହଣ କରିଥିବା ଆଦିନେତା ବିଚିତ୍ରାନନ୍ଦ ଦାସଙ୍କ ପ୍ରତିମୂର୍ତି ଯାଜପୁର ଜିଲ୍ଲାର ଶାସନ୍ଦା ବଟମହାପୁରୁଷ କ୍ଷେତ୍ରରେ ଉତ୍କଳ ଦିବସ ଅବବ୍ୟହିତ ପୂର୍ବରୁ ଉନ୍ମୋଚିତ କରାଯାଇ ପୂଜ୍ୟପୂଜା ପରମ୍ପରାକୁ ବଜାୟ ରଖାଯାଇଛି । ଅଖିଳଚକ୍ରର ସଭାପତି ଗାଳ୍ପିକ ରାଜ୍ୟବର୍ଦ୍ଧନ ଧଳମହାପାତ୍ର ଅନାବରଣ କରିଥିଲେ । କଟକ ଗୌରୀଶଙ୍କର ରାୟଙ୍କପ୍ରତିଷ୍ଠିତ କାୟସ୍ତ ଭବନରେ ଥିବା ପ୍ରତିମୂର୍ତିକୁ ଅନୁକରଣ କରାଯାଇ ଏହି ପ୍ରତିମୂର୍ତି ସ୍ଥାନୀୟ ଶିଳ୍ପୀ ନିର୍ମାଣ କରିଛନ୍ତି । ବରିଷ୍ଠ ନାଗରୀକ ଗୋବିନ୍ଦ ଚନ୍ଦ୍ର ସାଇଁ, ଶାନ୍ତନୁ କୁମାର ଧଳ,ମାର୍କଣ୍ଡ ସାଇଁ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ମୁଖ୍ୟ ଅତିଥି ଭାବେ ଗାଳ୍ପିକ ରାଜ୍ୟବର୍ଦ୍ଧନ ଧଳ ମହାପାତ୍ର ଯାଜପୁର ଜିଲ୍ଲାର ବରପୁତ୍ରଙ୍କ ସମ୍ପର୍କରେ ଆଲୋଚନା କରା ଯାଉ ନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ ମୁଖ୍ୟ ବକ୍ତା ଭାବେ ଖରସ୍ରୋତା ପୁସ୍ତକମେଳା କମିଟିର ସଭାପତି ପଦ୍ମାକର ଗୁରୁ ତାଙ୍କ ଭାଷଣରେ କହିଲେ ଯେ ବହୁ ଓଡିଆ ଭାଷା ସାହିତ୍ୟର ସାଧକ ଏପର୍ଯ୍ୟନ୍ତ ଅନାଲୋଚିତ ହୋଇ ରହିଛନ୍ତି । ଏଥିପାଇଁ ଅଖିଳଚକ୍ରର ଉଦ୍ୟମକୁ ସେ ଭୂୟସୀ ପ୍ରଶଂସା କରିବା ସହିତ ଏହାକୁ ଏକ ଆନ୍ଦୋଳନର ରୂପ ଦେବା ପାଇଁ ଆହ୍ବାନ ଦେଇଥିଲେ । ସ୍ଥାନୀୟ ସରପଂଚ କାମଦେବ ଧଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ବକ୍ତା ଭାବେ ସାମ୍ବାଦିକ ଅଜୟ କୁମାର ଦାସ ,ଆଦିନେତାଙ୍କ ଜୀବନାଦର୍ଶ ବର୍ଣନା କରିଥିଲେ ସାଧାରଣ ସମ୍ପାଦକ ହରେକୃଷ୍ଣ ପଣ୍ଡା ପ୍ରାରମ୍ଭିକ ସୂଚନା ଦେଇଥିଲେ, ସହସମ୍ପାଦକ ଗୌରାଙ୍ଗ ସାଇଁ ସ୍ଵାଗତଭାଷଣ, ଅକ୍ଷୟ କୁମାର ସେଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ , ଶାମେଶ୍ଵର ଆଂଚଳିକ ଉନ୍ନୟନ ପରିଷଦ ପକ୍ଷରୁ ଅଟଳବିହାରୀ ନାୟକ, ଛତିଶ ଦେବିଲ୍ ସ୍ମୃତି କମିଟି ପକ୍ଷରୁ କାମଦେବ ବିଶ୍ଵାଳ,ନାରୀକବି ବିଦ୍ୟୁତ ପ୍ରଭା ଦେବୀ ସ୍ମୃତିକମିଟିର ସମ୍ପାଦକ ସନ୍ତୋଷ କୁମାର ବେଉରିଆ, ଆନନ୍ଦମୟୀ ଶିଶୁନିକେତନ ଅଧ୍ୟକ୍ଷ ଅକ୍ଷୟ କୁମାର ଦାସ, ବରିଷ୍ଠ ନାଗରୀକ ମଂଚର ସମ୍ପାଦକ ସତ୍ୟରଂଜନ ସାଇଁ,ପୁସ୍ତକମେଳା କମିଟିର ସଦସ୍ୟ ରମାକାନ୍ତ ନାୟକ, ବିଂଝାରପୁର ପ୍ରେସ ଫୋରମ୍ ର ସଭାପତି ସାମ୍ବାଦିକ ରାଣା ପ୍ରତାପ ମହାପାତ୍ର,ମା ରମାଦେବୀ ଆଶ୍ରମ ର ନିମାଇଁ ସୁବାଷ ଚନ୍ଦ୍ର ସାହାଣୀ,ଦିଲୀପ କୁମାର ସାମଲ,ସଂଘଠକ ଅଭୟ କୁମାର ବେଉରିଆ,ନିରଞ୍ଜନ ସ୍ୱାଇଁ ଗୁରୁ ଚରଣ ସ୍ୱାଇଁ ,ଶୁଭମ୍ ସାଇଁ,ଅଙ୍କିତ ସ୍ୱାଇଁ ପ୍ରମୁଖ ଆଦି ନେତା ଙ୍କ ସମ୍ପର୍କ ରେ ସ୍ମୃତିଚାରଣ କରିଶ୍ରଦ୍ଧା ଞଳି ଜ୍ଞାପନ କରି ଥିଲେ ,

Leave a Reply

Your email address will not be published. Required fields are marked *