ଅଖିଳ ଭାରତୀୟ ବନବାସୀ କଲ୍ୟାଣ ଆଶ୍ରମ ର ପ୍ରତିଷ୍ଠା ଦିବସ ପାଳିତ
ବ୍ରହ୍ମପୁର : ଅଖିଳ ଭାରତ ବନବାସୀ ମାନଙ୍କ କଲ୍ୟାଣ ନିମନ୍ତେ ପ୍ରତିଷ୍ଠିତ ଆଶ୍ରମ ର ୭୪ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ରାମହରି ନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି.। ନଗର ସଭାପତି ଅଧିବକ୍ତା ଗୌରୀଶଙ୍କର ପଟନାୟକ ଙ୍କ ଅଧ୍ୟକ୍ଷ ତାରେ ଅନୁଷ୍ଠିତ ଉତ୍ସବ ର ମୁଖ୍ୟ ଅତିଥି ପ୍ରାକ୍ତନ ଜିଲ୍ଲା ସଭାପତି ଶ୍ରୀମତୀ ସରସ୍ବତୀ ପାତ୍ର, ଉଦ୍ଘାଟକ ଭାବେ ମହେନ୍ଦ୍ର ଆଶ୍ରମର ତ୍ରିଦଣ୍ଡୀ ସ୍ୱାମୀ ଭାଷ୍କର ତୀର୍ଥ, ବିଶିଷ୍ଟ ଅତିଥି ଶ୍ରୀ ସରୋଜ କୁମାର ସାବତ ଜିଲ୍ଲା ସଭାପତି ଭା. ଜ. ପା. ବ୍ରହ୍ମପୁର, ମୁଖ୍ୟବକ୍ତା ଶ୍ରୀ ସୁରେଶ କୁମାର ମିଶ୍ର, ସମ୍ମାନିତ ଅତିଥି ପ୍ର. ପ୍ରଶାନ୍ତ କୁମାର ପତି, ଜିଲ୍ଲା ଅଧ୍ୟକ୍ଷ ଶ୍ରୀ ଚିତରଞ୍ଜନ ପଣ୍ଡା, ଶ୍ରୀ ବାଲକୃଷ୍ଣ ସାମାନ୍ତରାୟ, ସମ୍ପାଦକ କୁମୁଦ ଚନ୍ଦ୍ର ସାମଲ, ପ୍ରଧାନଆଚାର୍ଯ୍ୟ ପ୍ରସାଦ କୁମାର ଦାଶ ପ୍ରମୁଖ ମଞ୍ଚାସୀନ ଥିଲେ।

ଭାରତ ର ପୂର୍ବ, ପଶ୍ଚିମ,ଦକ୍ଷିଣ,ଉତ୍ତର ଓ ମଧ୍ୟଭାଗରେ ରହିଥିବା ବନାଞ୍ଚଳ ଗୁଡିକର ବନବାସୀ ମାନେ ବିଦେଶାଗତ ଖ୍ରୀଷ୍ଟିଆନ ଓ ମୁସଲମାନ ଙ୍କ ଦ୍ୱାରା ନିରୀହ ବନବାସୀ ମାନେ କିପରି ଅତ୍ୟାଚାରିତ, ଲାଁଛିତ, ଅପମାନିତ ଓ ଶୋଷିତ ହୋଇ ସର୍ବହରା ହୁଅନ୍ତି, ଶିକ୍ଷା ଦୀକ୍ଷା ଠାରୁ ଦୂରରେ ରହି ସେମାନଙ୍କ ଦ୍ୱାରା ଧରମାନ୍ତରିତ ହେବା ସହ ପାରିଵାରିକ ଜୀବନକୁ ବିଶୃଙ୍ଖଳିତ କରିବା ପୂର୍ବକ ଦେଶ ଦ୍ରୋହୀ କାର୍ଯ୍ୟରେ ଲିପ୍ତ ରୁହନ୍ତି ଓ ବନବାସୀଙ୍କ ଉପରେ ଅତ୍ୟାଚାର କରନ୍ତି ତାର ବିବିଧ ଉଦାହରଣ ଅତିଥି ମାନେ ଉପସ୍ଥାପନ କରିଥିଲେ। ମୁଖ୍ୟ ଅତିଥି ଓ ଉଦ୍ଘାଟକ ଆଦି ବନବାସୀ ମାନଙ୍କ ପାଖକୁ ଯାଇ ସେମାନେ କିପରି ଅତ୍ୟାଚାରିତ ହୋଇଥିଲେ ନିଜ ଅନୁଭୂତି ସମ୍ପର୍କରେ ବିଷଦ ବିଶ୍ଲେଷଣ କରିଥିଲେ. ବନବାସୀ କ୍ଷେତ୍ରରେ ବିଭିର୍ଣ୍ଣ ଡାକ୍ତରୀ ସେବା ବନବାସୀ ମାନଙ୍କୁ ଉତ୍ସାହ ଓ ସେମାନ ଙ୍କ ବିକାଶ କ୍ଷେତ୍ରରେ ଅଭୁତପୁର୍ବ କାର୍ଯ୍ୟ କରିଥିବା ଯୋଗୁଁ ଡ ପ୍ରାଣ ଚାନ୍ଦ ପଣ୍ଡା ଙ୍କୁ ସମ୍ମାନିତ କରାଯାଇଥିଲା।ଏହାପରେ ସମବେତ ଶୁଭେଛୁ ମାନଙ୍କୁ ଦେଶ ପ୍ରେମ ଓ ବନବାସୀ ମାନଙ୍କ ପାଇଁ ତନ ମନ ଓ ଧନ ଦେଇ ସେମାନଙ୍କୁ ସାହାଯ୍ୟ କରିବା ସହ ସୁରକ୍ଷା ପ୍ରଦାନ ନିମନ୍ତେ ଏକ ସଂକଳ୍ପ ପାଠ ପ୍ରାକ୍ତନ ସଭାପତି ଡ ପ୍ରକାଶ ଚନ୍ଦ୍ର ପାଣିଗ୍ରାହିଁ କରାଇଥିଲେ. ଏ ହି କାର୍ଯ୍ୟ କ୍ରମରେ ଅଧିବକ୍ତା ରମେଶ ଚନ୍ଦ୍ର ପଣ୍ଡା, ଶ୍ରୀ ସୁବାଷ ଚନ୍ଦ୍ର ଦାଶ, ବିଶ୍ଵଦେବ, ଗଗନ ବିହାରୀ ଦାଶ, ଡ ପ୍ରାଣକୃଷ୍ଣ ପଣ୍ଡା ଆଦି ସହଯୋଗ କରିଥିଲେ
ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
