ଅଗ୍ରଣୀ ନାଟ୍ୟାନୁଷ୍ଠାନ ସିରୀୟସ ଜୋନର ବନ୍ଧୁ ମିଳନ
ନୟାଗଡ : ନୟାଗଡ ସିରୀୟସ ଜୋନ ଅଗ୍ରଣୀ ନାଟ୍ୟାନୁଷ୍ଠାନ ନୟାଗଡ ଜିଲ୍ଲା ତଥା ଓଡ଼ିଶାରେ ଏକ ସୁପରିଚିତ ନାଁ ।ଏହି ଅନୁଷ୍ଠାନ ପ୍ରତିବର୍ଷ ନାଟକ ମହୋତ୍ସବ କରି ସମାଜକୁ ଦିଗ୍ ଦର୍ଶନ ଦେଇଥାନ୍ତି ।ମହୋତ୍ସବର ସମାପ୍ତି ପରେ ଅନୁଷ୍ଠାନର ସଭ୍ୟ/ ସଭ୍ୟା ତାଙ୍କର ସପରିବାରକୁନେଇ ଏକ ବନ୍ଧୁ ମିଳନ କରିଥାନ୍ତି,ଏପରିକି ନାଟକ ମହୋତ୍ସବକୁ ଆଗେଇ ନେବାରେ ପ୍ରୋତ୍ସାହନ ଦେଉଥିବା କିଛି ଅତିଥି ମାନଙ୍କୁ ମଧ୍ୟ ବନ୍ଧୁ ମିଳନରେ ସାମିଲ କରିଥାନ୍ତି । ଚଳିତ ବର୍ଷ ଗତ ଫେବୃୟାରୀ ୮ ତାରିଖରେ ବାଂଝ, ୯ ତାରିଖରେ ନିଜନିଜର ଆକାଶ ଓ ୧୦ ତାରିଖରେ ବିଦ୍ରୋହ ନିଜ ବିରୁଦ୍ଧରେ ତିନୋଟି ନାଟକ ତିନି ଦିନ ଅନୁଷ୍ଠିତ ହୋଇଥିଲା । ମାର୍ଚ୍ଚ ୧ ତାରିଖରେ ଅନୁଷ୍ଠାନର ବନ୍ଧୁମିଳନ ଉତ୍ସବ ନିୟୁ ଜନତା କମ୍ପ୍ଲେକ୍ସ ଠାରେ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସଭାପତି କିଶାନ କୁମାର ଦାସଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା । ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବରେ ନୟାଗଡ ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ନାଟ୍ୟ ନିର୍ଦ୍ଦେଶକ ପବିତ୍ର ମହାନ୍ତି, ନାଟ୍ୟକାର ଗଦାଧର ନନ୍ଦ, ନାଟ୍ୟକାର କୈଳାଶ ଚନ୍ଦ୍ର ଓଝା, ସମାଜ ସେବୀ ଶ୍ରୀକାନ୍ତ ଖଟେଇ, ସାହିତ୍ୟିକ କବି ସୁଶାନ୍ତ କୁମାର ପଣ୍ଡା, ଉପସଭାପତି ରମେଶ ଚନ୍ଦ୍ର ମହାପାତ୍ର ପ୍ରଭୃତି ଯୋଗଦେଇ ନାଟକ କିପରି ସମାଜ ସଂସ୍କାରରେ ସହାୟ ହୋଇଥାଏ ନିଜ ନିଜର ବକ୍ତବ୍ୟରେ ପ୍ରତିପାଦିତ କରିଥିଲେ । ସଂପାଦକ ଜାମିନିକାନ୍ତ ମିଶ୍ର ନାଟକ ମହୋତ୍ସବ କରିବାରେ ସିରୀୟସ ଜୋନ ଅନୁଷ୍ଠାନର ସଭ୍ୟ/ସଭ୍ୟା, ବଦାନ୍ୟ ନାଟ୍ୟପ୍ରେମୀ ଓ ଉପସ୍ଥିତ ଆପଣ ମାନଙ୍କ ଦ୍ଵାରା ସମ୍ଭବ ହୋଇ ପାରୁଛି ଏବଂ ଆମ ଅନୁଷ୍ଠାନ ଭୁବନେଶ୍ୱର ଭଞ୍ଜ କଳା ମଣ୍ଡପ, ରବୀନ୍ଦ୍ର ମଣ୍ଡପ, ବ୍ରହ୍ମପୁର, ପାରାଦୀପ, ରାଉରକେଲା, ସମ୍ବଲପୁରରେ ନାଟକ ପ୍ରଦର୍ଶିତ କରି ଓଡ଼ିଶାରେ ସୁନାମ ଆଣିପାରିଛି । ଆମ ଅନୁଷ୍ଠାନର ନାଟକକୁ ଓଡ଼ିଶାରେ ଉଚ୍ଚ ସ୍ଥାନରେ ପହଞ୍ଚାଇବାରେ ନାଟ୍ୟକାର, ବରିଷ୍ଠ ନିର୍ଦ୍ଦେଶକ ପବିତ୍ର ମହାନ୍ତିଙ୍କର ଅବଦାନ ଅତୁଳନୀୟ ବୋଲି ସଂପାଦକ ସୂଚନା ଦେଇଥିଲେ । ମଞ୍ଚାସିନ ଅତିଥି ଓ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉପସ୍ଥିତ ସମସ୍ତ ବନ୍ଧୁ ମାନଙ୍କୁ ଭୋଜନରେ ସାମିଲ ହେବାକୁ ସଭାପତି ଅନୁରୋଧ କରିଥିଲେ । ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି, ଓ ଅତିଥିମାନେ ସପରିବାର କଳାକାର, ଅନୁଷ୍ଠାନର ସଭ୍ୟ/ ସଭ୍ୟା, ପରିବାରଙ୍କ ସହିତ ଭୋଜନରେ ସାମିଲ ହୋଇ ଭାଇଚାରାର ପରିଚୟ ସୃଷ୍ଟି କରିଥିଲେ । ଏହି ବନ୍ଧୁ ମିଳନରେ ପ୍ରଶାନ୍ତ କୁମାର ସାମନ୍ତରାୟ, ସୁରେନ୍ଦ୍ର କୁମାର ସାହୁ,ରଘୁନାଥ ସାହୁ, ସୁଦର୍ଶନ ସାହୁ, କମଳ କୁମାର ଦାସ, ରାମକୃଷ୍ଣ ନାୟକ, ଗୋକୁଳ କୁମାର ଷଡ଼ଙ୍ଗୀ,ପ୍ରଫୁଲ୍ଲ କୁମାର ନାୟକ, କାମାକ୍ଷା ପ୍ରସାଦ ଦାଶ ଓ ସମସ୍ତ ସଭ୍ୟ/ସଭ୍ୟା ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
