February 21, 2026
Home » ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ

ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ

0
WhatsApp Image 2025-07-26 at 3.27.24 PM

ବଡ଼ବିଲ – କେନ୍ଦୁଝର ଜିଲ୍ଲାର ବଡ଼ବିଲ ଥାନା ଅନ୍ତର୍ଗତ କାରାକୋଲା ଚାତମ୍ବା ସାହି ନିକଟରୁ ଶୁକ୍ରବାର ଦିନ ଏକ ଅଜଣା ପୁରୁଷଙ୍କ ମୃତଦେହ ଘରୋଇ ରୁଙ୍ଗଟା କମ୍ପାନୀ ନିକଟସ୍ଥ ଗ୍ରାମ ପଡିଆ ରୁ ଜବତ କରିଛି ବଡ଼ବିଲ ପୋଲିସ। ସ୍ଥାନୀୟ ଲୋକେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ, ଖବର ପାଇ ବଡ଼ବିଲ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଶବ କୁ ଶବ ସଂରକ୍ଷଣ ଗୃହକୁ ପଠାଇଥିବା ନେଇ ସୂଚନା।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମୃତକଙ୍କ ବୟସ ପାଖାପାଖି ୫୦ ବର୍ଷ ହୋଇପାରେ ବୋଲି ଅନୁମାନ କରାଯାଉଛି। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳି ପାରିନାହିଁ। ମୃତ ଦେହ ଉଦ୍ଧାର ପରେ ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋରଦାର ହୋଇଛି। ବଡ଼ବିଲ ପୋଲିସ ମୃତକଙ୍କ ପରିଚୟ ଓ ମୃତ୍ୟୁର କାରଣ ଜାଣିବା ପାଇଁ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା।

କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ ।

Leave a Reply

Your email address will not be published. Required fields are marked *