July 5, 2025
Home » ଅଧ୍ୟକ୍ଷା – କାଉନସିଲର ବିବାଦ ଭାଙ୍ଗିଯିବ କବିସୂର୍ଯ୍ୟନଗର ଏନଏ ସି.

ଅଧ୍ୟକ୍ଷା – କାଉନସିଲର ବିବାଦ ଭାଙ୍ଗିଯିବ କବିସୂର୍ଯ୍ୟନଗର ଏନଏ ସି.

0
WhatsApp Image 2025-02-17 at 6.21.29 PM

କବିସୂର୍ଯ୍ୟନଗର : ସବୁ ଥାଇ ଶ୍ରୀ ହୀନ ହୋଇପଡିଛି କବିସୂର୍ଯ୍ୟନଗର NAC..ବସି ପାରୁନି କାଉନସିଲ ବୈଠକ.. ବାଦ ବିବାଦ, ରାଜନୈତିକ ଅସ୍ଥିରତା ଯୋଗୁ ପୁର୍ଣ ସଂଖ୍ୟା ଗରିଷ୍ଠତା ଥାଇ ମିଳୁନି ଲୋକଙ୍କୁ ମୌଳିକ ସୁବିଧା..
ପୌର ନିର୍ବାଚନ ଯିବାର ଅଢେଇ ବର୍ଷ ବିତିଲାଣି ତଥାପି କୌଣସି ସାହି ରେ ଝୁଡିଏ ମାଟି ପଡ଼ିନଥିବା ବେଳେ ଲାଗିପାରୁନି ଲାଇଟ.. ସନ୍ଧ୍ୟାହେଲେ ସହର ଅନ୍ଧାର.. ଆଉ ଅନ୍ଧାର ଦେଖିଲେ ଲୋକଙ୍କ ବଢୁଛି ଅସନ୍ତୋଷ.. ଏପଟେ ମୁନ୍ସିପାଲଟି ଆଇନ କହୁଛି ପ୍ରତି ମାସରେ କାଉନସିଲ ବୈଠକ ବସିବା ନିୟମ ଥିବା ବେଳେ ଗତ 12 ଅଗଷ୍ଟ 2024 ରୁ ଆଉ ବସିପାରୁନି ବୈଠକ.. ଅଗଷ୍ଟ ମାସ ବୈଠକ ରେ ଅଧ୍ୟକ୍ଷା ଉପସ୍ଥିତ ଥାଇ ନିର୍ଧାରଣ ବହିରେ ଉପାଧ୍ୟକ୍ଷ ଦସ୍ତଖତ କରିବା ପରେ ଆରମ୍ଭ ହେଲା ବିବାଦ.. ବିବାଦ ଏମିତି ବଢିଲା ଯେ NAC ପରିସରରେ ଅନୁଷ୍ଠିତ ସ୍ୱାୟତ୍ତ ଶାସନ ଦିବସ ସାଧାରଣ ସଭା ରେ NAC ର ଦୁର୍ନୀତି, ଅନିୟମିତତା ପିସି କଥା ଅଧ୍ୟକ୍ଷା – କାଉନ୍ସିଲର ଙ୍କ ମଧ୍ୟରେ କଥା କଟାକଟି ଚାଲିଲା.. ହେଲେ ଅଧ୍ୟକ୍ଷା ଉପସ୍ଥିତ ଥାଇ ନିର୍ଧାରଣ ବହିରେ ଉପାଧ୍ୟକ୍ଷଙ୍କ ଦସ୍ତଖତ ଥିବାରୁ ଅଗଷ୍ଟ ମାସ ରୁ କାଉନସିଲର ଙ୍କ ମିଳୁପାରୁନି ବୈଠକ କପି… ଏପଟେ ନିର୍ଧାରଣ ବହିରେ ଟେମ୍ପରିଂ ଘଟଣା କୁ ନେଇ ଅଧ୍ୟକ୍ଷା ଗଞ୍ଜାମ ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି.. ହେଲେ ଜିଲ୍ଲାପାଳ ଘଟଣା ସମ୍ପର୍କ ରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ବେଳେ ବିବାଦ ହଟାଇବା ଏବଂ ରାଜନୈତିକ ଗୋଟି ଚାଳନା କରି ଅଧ୍ୟକ୍ଷା ଙ୍କ ହଟାଇବାକୁ ଆରମ୍ଭ ହେଲା ଅନାସ୍ଥା ବୈଠକ.. ହେଲେ ବିଜେଡି ନେତୃତ୍ୱାଧୀନ NAC ରେ କୁଆଡେ ବିଜେପି ଅକ୍ତିଆର କରିବା ଭୟରେ ଅନାସ୍ଥା ରୁ ଓହରିଗଲେ କାଉନ୍ସିଲର ମାନେ..
ଇତି ମଧ୍ୟରେ ଜାନୁୟାରୀ 4 ତାରିଖରେ ଅଧ୍ୟକ୍ଷା ଡକାଇଥିବା ବୈଠକ ବସିପାରିନଥିବା ବେଳେ ପୁଣି ଚଳିତ ମାସ 25 ରେ ବୈଠକ ବସିବାକୁ ବୁଲୁଛି ନୋଟିସ.. ଅଧ୍ୟକ୍ଷା ଙ୍କ ଆବାହକ ରେ ବସିବାକୁ ଥିବା ବୈଠକ କୁ କୌଣସି କାଉନସିଲର ଗ୍ରହଣ କରୁନଥିବା ଯୋଗୁଁ ପୁଣି ବାତିଲ ହେଇପାରେ ବୈଠକ.. 25 ରେ ବିଜେଟ ବୈଠକ ଥିବା ବେଳେ ଯଦିଓ ବାତିଲ ହେବ ତାହାହେଲେ ଆଗାମୀ ବ୍ୟୟ, ବିଲ ଓ ଆୟ ପନ୍ଥା ରେ ବାଧା ଦେଖାଦେବା ସମ୍ଭାବନା ରହିଛି..
ଅଧ୍ୟକ୍ଷା – କାଉନ୍ସିଲର ବିବାଦ ରେ ହନ୍ତସନ୍ତ ହେଉଛନ୍ତି ସହର ବାସୀ..
ସୂଚନା ଯୋଗ୍ୟ ଯେ, କବିସୂର୍ଯ୍ୟନଗର NAC 18ଟି ୱାର୍ଡ କୁ ନେଇ ଗଠିତ. ହେଲେ 18 ରୁ 17 ଟି ୱାର୍ଡ ରେ ବିଜେଡି ପୁର୍ଣ ସଂଖ୍ୟା ଗରିଷ୍ଠତା ପାଇଥିବା ବେଳେ ଅଧ୍ୟକ୍ଷା ମଧ୍ୟ ବିଜେଡି ର.. ହେଲେ ଉପାଧ୍ୟକ୍ଷ ପଦ କୁ ନେଇ ବରିଷ୍ଠ. କନିଷ୍ଠ କୁ ନେଇ ଆରମ୍ଭ ହୋଇଥିବା ବିବାଦ ଏବେ ଉଗ୍ରତର ହେଲାଣି..
ଗତ ସାଧାରଣ ନିର୍ବାଚନ ପରଠୁ ବିଜେଡି ର ପରାଜୟ ପରେ କବିସୂର୍ଯ୍ୟନଗର ରେ ବିଜେପି ବିଧାୟକ ଆସିବା ପରେ ବିବାଦ ଘନୀଭୂତ ହେଲା.. ଏଠି କୁହାଯାଇଛି ଯେ, 17 ବିଜେଡି କାଉନ୍ସିଲର ଓ ଅଧ୍ୟକ୍ଷା ଥାଇ ଖୁଣ୍ଟ ରେ ଲାଗିପାରୁନି ଲାଇଟ, ନିର୍ମାଣ ହୋଇପାରୁନି ସାହି ସାହିର ରାସ୍ତା..ବିବାଦ ରେ ଛନ୍ଦି ହୋଇପଡିଥିବା କବିସୂର୍ଯ୍ୟନଗର NAC ପ୍ରତି ଜିଲ୍ଲା ପ୍ରଶାସନ ଆଖି ବୁଜିଦେଇଥିବା ବେଳେ ଏବେ ଅନାସ୍ଥା ରୁ ଓହରିବା ପରେ ବୈଠକ ରେ ଅନୁପସ୍ଥିତ ରହି ଅସହଯୋଗ କରି ମୁନ୍ସିପାଲ ଆଇନ ଅନୁଯାୟୀ NAC କୁ ସୁପର ସିଟ କରି ପ୍ରଶାସନ ହାତକୁ ଟେକିଦେବା ପାଇଁ କୁଆଡେ ଯୋଜନା ଚାଲିଛି ବୋଲି ଆଲୋଚନା ହେଲାଣି.. ହେଲେ ଅନୁଦାନ ହରିଲୁଟ, ଆର୍ଥିକ ଅନିୟମିତତା, ନିର୍ଧାରଣ ପୁସ୍ତିକା ରେ ଦସ୍ତଖତ ଟେମ୍ପରିଂ, ଅଧ୍ୟକ୍ଷା – କାଉନ୍ସିଲର ବିବାଦ ସାଙ୍ଗକୁ ମୌଳିକ ସୁବିଧା ଯୋଗାଇବାରେ ଅସମର୍ଥ ହୋଇପଡିଥିବା କବିସୂର୍ଯ୍ୟନଗର NAC ର ଭବିଷ୍ୟତ କୁ ନେଇ ଅନିଶ୍ଚିତତା ଦେଖା ଦେଇଥିବା ବେଳେ କାଉନ୍ସିଲ ଭାଙ୍ଗିବା ଏକ ପ୍ରକାର ନିଶ୍ଚିତ ହେଲାଣି.. ଦେଖିବାକୁ ବାକି ରହିଲା କଣ ପଦକ୍ଷେପ ନେଉଛି ପ୍ରଶାସନ.

Leave a Reply

Your email address will not be published. Required fields are marked *