February 7, 2026
Home » ଅନନ୍ତ ଦାସ ଙ୍କ ବିୟୋଗରେ ପିସିସି ସଭାପତିଙ୍କ ଶୋକ

ଅନନ୍ତ ଦାସ ଙ୍କ ବିୟୋଗରେ ପିସିସି ସଭାପତିଙ୍କ ଶୋକ

0
download

ଭୁବନେଶ୍ୱର : ଭୋଗରାଇ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ଅନନ୍ତ ଦାସଙ୍କ ବିୟୋଗ ରେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଗଭୀର ଶୋକ ପ୍ରକାଶ କରିଛନ୍ତି।ସେ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି କି ଶ୍ରୀ ଦାସ ଙ୍କ ବିୟୋଗ ମୋତେ ଗଭୀର ଦୁଃଖ ଦେବା ସହ ମର୍ମାହୀତ କରିଛି।
ସ୍ବର୍ଗତ ଅନନ୍ତ ଦାସ ଙ୍କ ବିୟୋଗ ରାଜନୈତିକ କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି।ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଏହି ଦୁଃଖଦ ସମୟରେ ତାଙ୍କ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ଯଥେଷ୍ଟ ଶକ୍ତି ଓ ସାହସ ପ୍ରଦାନ କରିବା ପାଇଁ ମହାପ୍ରଭୁ ଜଗନ୍ନାଥ ନିକଟରେ ପ୍ରାର୍ଥନା କରିଛନ୍ତି ପିସିସି ସଭାପତି ଶ୍ରୀଯୁକ୍ତ ଦାସ ।

Leave a Reply

Your email address will not be published. Required fields are marked *