December 21, 2025
Home » ଅନୁଷ୍ଠିତ ହେବ ପଠାଣି ସାମନ୍ତଙ୍କ ୧୯୧ ତମ ଜନ୍ମ ଜୟନ୍ତୀ ଉତ୍ସବ

ଅନୁଷ୍ଠିତ ହେବ ପଠାଣି ସାମନ୍ତଙ୍କ ୧୯୧ ତମ ଜନ୍ମ ଜୟନ୍ତୀ ଉତ୍ସବ

0
Screenshot_2024_1220_233254
ନୟାଗଡ ପ୍ରତିବର୍ଷ ଭଳି ଏହି ବର୍ଷ (୨୦୨୫-୨୬ ) ସାମନ୍ତ ଚନ୍ଦ୍ରଶେଖର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ୪୦ତମ ବାର୍ଷିକୋତ୍ସବ ତଥା ପଠାଣି ସାମନ୍ତ ୧୯୧ ତମ ଜନ୍ମ ଜୟନ୍ତୀ ଏବଂ ପଠାଣି ସାମନ୍ତ ଉପାୟ ପ୍ରଦାନ ଉତ୍ସବ ତା ୧୩/୧୨/୨୦୨୫ ରିଖ ଶନିବାର ଦିନ ସନ୍ଧ୍ୟା ୬ ଘଟିକାରେ ପୁରୁଣା ସହରସ୍ଥିତ ଜଗନ୍ନାଥ ମନ୍ଦିର ପାର୍ଶ୍ଵ ବ୍ୟଙ୍ଗ କବି ଯଦୁମଣି ମଣ୍ଡପ ଠାରେ ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ଯୋଗ ଦେବାକୁଥିବା ଓ ବିଭିନ୍ନ ଉପାଧିରେ ସମ୍ବର୍ଦ୍ଧିତ ହେବାକୁଥିବା ପ୍ରତିଭୂ ମାନଙ୍କ ନାମ ପ୍ରକାଶ କରିବା ସହିତ ଜନସାଧାରଣଙ୍କ ଜ୍ଞାତବ୍ୟ ସକାଶେ ଅନୁଷ୍ଠାନର ସଭାପତି ପ୍ରମୋଦ ପଟ୍ଟନାୟକ ଉତ୍ସବର କାର୍ଯ୍ୟସୂଚୀ ପ୍ରକାଶ କରିଛନ୍ତି । ମୁଖ୍ୟ ଅତିଥିଭାବେ ଶ୍ରୀମତୀ ସୁରମା ପାଢ଼ୀ,ଓଡ଼ିଶା ବିଧାନସଭା, ସମ୍ମାନୀତ ଅତିଥି ଭାବରେ,ଦୁଷ୍ମନ୍ତ କୁମାର ସ୍ବାଇଁ, ବିଧାୟକ ଖଣ୍ଡପଡା, ଅକ୍ଷୟ ସୁନିଲ ଅଗ୍ରୱାଲ, ଜିଲ୍ଲାପାଳ ନୟାଗଡ, ଡ.ଗଣେଶ୍ୱର ସ୍ବାଇଁ, ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ଯୋଗ ଦେବାକୁ ଥିବାବେଳେ, ବିଭିନ୍ନ ଉପାଧିରେ ଭୂଷିତ ହେବେ ମର୍ଯ୍ୟାଦାପୂର୍ଣ୍ଣ ‘ନୟାଗଡ଼ ଗୌରବ ସମ୍ମାନ’ ପାଇବା ପାଇଁ ବୌଦ୍ଧ ଏବଂ ସଂସ୍କୃତି ଯଶସ୍ବୀ ଗବେଷକ ପ୍ରବୀର କୁମାର ପଟ୍ଟନାୟକ, ‘ବିଜ୍ଞାନ ପ୍ରତିଭା ସମ୍ମାନ’ ପ୍ରଧାନଶିକ୍ଷକ ବସନ୍ତ କୁମାର ସାହୁ, ପ୍ରଧାନ ଶିକ୍ଷକ , ‘ପଠାଣି ସାମନ୍ତ ସାହିତ୍ୟ ସମ୍ମାନ’ ସାରସ୍ଵତ ସାଧକ ଭାରତୀ ଭୂଷଣ ମିଶ୍ର, ‘ପଠାଣି ସାମନ୍ତ ସେବା ସମ୍ମାନ’ପ୍ରଫୁଳକୁମାର ନାୟକ ସମାଜସେବୀ,‘ପଠାଣି ସାମନ୍ତ ଶିକ୍ଷ୍ୟାଜ୍ୟୋତି ସମ୍ମାନ’ ଶ୍ରୀଧର ସାହୁ ପୂଜ୍ୟ ଗୁରୁଜୀ, ‘ପଠାଣି ସାମନ୍ତ ସଙ୍ଗୀତ ପ୍ରତିଭା ସମ୍ମାନ’ ଶିବ ନାରାୟଣ ପଟ୍ଟନାୟକ ସଙ୍ଗୀତ ସାଧକ, ‘ ପଠାଣି ସାମନ୍ତ କ୍ରୀଡ଼ା ସମ୍ମାନ’ ଜନାବ ହଜରତ ଅଲ୍ଲୀ ଖାଁ, ‘ପଠାଣି ସାମନ୍ତ ଜନସଂଗଠକ ସମ୍ମାନ’, ରାମେଶ୍ବର ଶତପଥୀ ସୁନାମଧନ୍ୟ ସଙ୍ଗଠକ,’ପଠାଣି ସାମନ୍ତ ସ୍ଵରସୁଧା ସମ୍ମାନ’ କଣ୍ଠଶିଳ୍ପୀ, ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ଦାଶ ଏବଂ କବି ଡ. ନିର୍ମଳ ଚନ୍ଦ୍ର ଶୂରଦେଓଙ୍କୁ ‘ଦାସିଆ ଅଜା ସାହିତ୍ୟ ସମ୍ମାନ’ । ସଭାକାର୍ଯ୍ୟ ଓ ସମ୍ବର୍ଦ୍ଧନା ପର୍ବ ପରେ ଲବ୍ଧ ପ୍ରତିଷ୍ଠିତ ଭଜନ ଗାୟକ ଏବଂ ସ୍ଥାନୀୟ କଳାକାରମାନଙ୍କୁ ନେଇ ଭଜନ ସମାରୋହର ଆୟୋଜନ କରାଯିବ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *