July 1, 2025
Home » ଅନୈତିକ ସମ୍ପର୍କକୁ ସନ୍ଦେହ କରି ହତ୍ୟାକାଣ୍ଡ, ଜଣେ ମହିଳାଙ୍କ ସହ ଦୁଇ ଜଣ ପୁରୁଷ ଗିରଫ

ଅନୈତିକ ସମ୍ପର୍କକୁ ସନ୍ଦେହ କରି ହତ୍ୟାକାଣ୍ଡ, ଜଣେ ମହିଳାଙ୍କ ସହ ଦୁଇ ଜଣ ପୁରୁଷ ଗିରଫ

0
WhatsApp Image 2025-05-16 at 6.30.16 PM (1)

ରାମନାଗୁଡା: ରାୟଗଡା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ କରଡ଼ା ଗ୍ରାମ ରେ ଘଟି ଯାଇଛି ଏକ ଲୋମ ହର୍ଷଣକାରୀ ହତ୍ୟାକାଣ୍ଡ।ଘଟଣାରୁ ପ୍ରକାଶ ଯେ ରାମନାଗୁଡା ବ୍ଲକ ଅନ୍ତର୍ଗତ ସୁଣ୍ଡିଧାମୁଣି ପଂଚାୟତ ଅଧୀନରେ ଥିବା କରଡ଼ା ଗ୍ରାମର ରଞ୍ଜିତା କଣ୍ଡାଗରୀ ନାମକ ମହିଳାଙ୍କ ସହିତ ବାଙ୍ଗି ଛକ ରେ ରହୁଥିବା ,ଅକ୍ଷୟ ପାତିକା ନାମକ ବ୍ୟକ୍ତିଙ୍କ ସହିତ ଦୀର୍ଘ ତିନି ବର୍ଷ ହେବ ଅନୈତିକ ପ୍ରେମ ସମ୍ପର୍କ ଗଢି ଉଠିଥିଲା।ଅକ୍ଷୟ ପାତିକା ନାମକ ବ୍ୟକ୍ତି ଜଣଙ୍କ ବିବାହିତ ଥିବା ବେଳେ ଏହି ଘଟଣା ସମ୍ପର୍କରେ ଅକ୍ଷୟ ପାତିକା ଙ୍କ ନିଜ ପରିବାର ଲୋକେ ଏବଂ ଶାଶୁ ଘର ପରିବାର ଲୋକ ମାନେ ଘଟଣା ସମ୍ପର୍କରେ ଜାଣି ପାରି ଅକ୍ଷୟ ପାତିକା ଙ୍କୁ ରଞ୍ଜିତା ସହିତ ସମ୍ପର୍କ ସ୍ଥାପନ ନ କରିବାକୁ ବାରଣ କରିଥିଲେ ମଧ୍ୟ ଅକ୍ଷୟ ଶୁଣି ନଥିଲେ । ଏହି ଉଭୟଙ୍କୁ ଅନୈତିକ ସମ୍ପର୍କ ଠାରୁ ଦୂରେଇ ରହିବାକୁ କହିଥିଲେ ସୁଦ୍ଧା ପରିବାର ଲୋକ ଙ୍କ କଥା କୁ ଖାତିର ନକରି ମହିଳାଙ୍କ ସହିତ ଆଗ ଭଳି ସମ୍ପର୍କ ରଖିଥିଲେ। ଚଳିତ ମାସ ୧୫ ତାରିଖ ଦିନ କରଡ଼ା ଗ୍ରାମର ରଞ୍ଜିତା କଣ୍ଡାଗରୀ ଅକ୍ଷୟ ପାତିକା ଙ୍କୁ ଦିନ ଦିପହର ରେ କଲ କରିଥିଲେ।ଅକ୍ଷୟ ପାତିକା ଖାଇ ସାରି ଶୋଇଥିବା ସମୟରେ ରଞ୍ଜିତା ଙ୍କ କଲ ଆସିଥିବାରୁ ଅକ୍ଷୟ ପାତିକା ଙ୍କ ସ୍ତ୍ରୀ କଲ ଟି ରିସିଭ କରିଥିଲେ।ଏହାପରେ ଅକ୍ଷୟ ପାତିକା ଙ୍କ ସ୍ତ୍ରୀ ମୋ ସ୍ୱାମୀଙ୍କୁ ତମେ କାହିଁକି କଲ କରୁଚ ବୋଲି ପଚାରିବାରୁ ରଞ୍ଜିତା କଣ୍ଡାଗରୀ କହିଥିଲେ ଅକ୍ଷୟ ମୋ ସ୍ୱାମୀ ଉଭୟଙ୍କ କଥା ଟି କଟାକଟି ହେବାରୁ ଅକ୍ଷୟ ଙ୍କର ଶଳା ଡମ୍ବ କାଡ୍ରାକା ଘଟଣା ସମ୍ପର୍କରେ ଶୁଣି ଅକ୍ଷୟ ପାତିକା ଙ୍କ ବଡ଼ଭାଇ ମାଧଵ ପାତିକା ଓ ଅକ୍ଷୟ ପାତିକା ଙ୍କ ମାଁ ଦୁଃଖୀ ପାତିକା ଏହି ତିନି ଜଣ ଏକାଠି ହୋଇ ଅକ୍ଷୟ ପାତିକା ଙ୍କ ଜୀବନ କଣ ପାଇଁ ବରବାଦ କରୁଚୁ ବୋଲି ପଚାରିବା ପାଇଁ କରଡ଼ା ଗ୍ରାମକୁ ରଞ୍ଜିତା କଣ୍ଡାଗରୀ ଙ୍କ ଘରକୁ ଯାଇଥିଲେ ।ସେଠାରେ କଥା କଟାକଟି ହେବା ସହ ହତାହାତି ସମୟରେ ଅକ୍ଷୟ ପାତିକା ଙ୍କ ମାଆ ଦୁଃଖୀ ପାତିକା ଏକ କାଠ ଫାଳିଆ ରେ ରଞ୍ଜିତା କଣ୍ଡାଗରୀଙ୍କୁ ଆକ୍ରମଣ କରିଥିଲେ ବୋଲି କହିଥିଲେ।

ଏହି ଘଟଣାକୁ ନେଇ ପରିବାର ପକ୍ଷରୁ ରଞ୍ଜିତା ଙ୍କ ବଡ଼ ଭଉଣୀ ବବିତା ରାମନାଗୁଡା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।ଘଟଣା ଘଟିବା ପରେ ରଞ୍ଜିତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖି ପରିବାର ଲୋକେ ଚିକିତ୍ସା ନିମନ୍ତେ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟ ନେଇଥିଲେ ।ସେଠାରେ ରଞ୍ଜିତା ଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଚିକିତ୍ସା କରୁଥିବା ଡାକ୍ତର ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନେଇଯାଇଥିଲେ।ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରଞ୍ଜିତା ଙ୍କର ମୃତ୍ୟୁ ହୋଇଥିଲା।ସମସ୍ତ ଘଟଣା ସମ୍ପର୍କରେ ଜାଣିବା ପରେ ରାମନାଗୁଡା ଥାନା ଅଧିକାରୀ ଶ୍ରୀମତୀ ସୁନିତା ବେହେରା, ସେକେଣ୍ଡ ଅଫିସର ବାବୁଲା ପ୍ରଧାନ ଙ୍କ ସମେତ ତିନି ଜଣ ଏଏସଆଇ ,ପୋଲିସ କର୍ମଚାରୀ ସଦଳବଳେ କରଡ଼ା ଗ୍ରାମକୁ ଯାଇ ଘଟଣା ସମ୍ପର୍କରେ ତଦନ୍ତ କରିଥିବା ବେଳେ ଏହି ହତ୍ୟାକାଣ୍ଡ ରେ ସମ୍ପୃକ୍ତ ଥିବା ଜଣେ ମହିଳା ସମେତ ଦୁଇ ଜଣ ପୁରୁଷ ଙ୍କୁ ଗିରଫ କରିବା ସହିତ ହତ୍ୟାକାଣ୍ଡ ରେ ବ୍ୟବହାର କରିଥିବା କାଠ ଫାଳିଆ କୁ ଜବତ କରିଛି ରାମନାଗୁଡା ପୋଲିସ।ଏହି ଘଟଣା ରେ ଅଭିଯୁକ୍ତ ଙ୍କ ବିରୁଦ୍ଧରେ ରାମନାଗୁଡା ଥାନା କେସ ନମ୍ବର – 51,15 /05/2025 u/s -296/109/117(2)/332(b)/74/351(3)3(5) BNS ରେ ମାମଲା ରୁଜୁ କରି ତଦନ୍ତ ଦାଇତ୍ୱ ଥାନା ଅଧିକାରୀ ସୁନିତା ବେହେରା ଗ୍ରହଣ କରିଛନ୍ତି ।ମୃତ ରଞ୍ଜିତା ର ମୃତଦେହ କୁ ଶବ ବ୍ୟବଚ୍ଛେଦ କରି ପରିବାର ଲୋକ ଙ୍କୁ ହସ୍ତାନ୍ତର କରିଛନ୍ତି।ଏହି ଘଟଣା ରେ ସମ୍ପୃକ୍ତ ଥିବା ତିନି ଜଣ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।

ramanaguda epa ru narasingh parichha nka report

Leave a Reply

Your email address will not be published. Required fields are marked *