July 1, 2025
Home » ଅନ୍ତଃରାଷ୍ଟ୍ରୀୟ ଶ୍ରମିକ ଦିବସ ପାଳନ ଅବସରରେ ଉଫୁଲା ପଂଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ l

ଅନ୍ତଃରାଷ୍ଟ୍ରୀୟ ଶ୍ରମିକ ଦିବସ ପାଳନ ଅବସରରେ ଉଫୁଲା ପଂଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ l

0
WhatsApp Image 2025-05-01 at 5.34.43 PM

ସୁବର୍ଣ୍ଣପୁର— ଅନ୍ତଃରାଷ୍ଟ୍ରୀୟ ଶ୍ରମିକ ଦିବସ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ଵୀରମହାରାଜପୁର ବ୍ଳକ ଉଫୁଲା ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର ଗ୍ରାମ ସଭା ସରପଞ୍ଚ ଶ୍ରୀୟା କର୍ମୀ ଙ୍କ ପୌରାହିତ୍ୟ ରେ ଅନୁଷ୍ଠିତ ହୋଇଯାଇଛି l ଖରା ବର୍ଷା ହାଡଭଙ୍ଗା ଶୀତ ରେ କାମ କରୁଥିବା ମଣିଷ ର ଦେଶ ଗଠନ ରେ ଯୋଗଦାନ କୁ ସ୍ୱୀକୃତି ଦେବା ସହ ସେମାନଙ୍କ ସୁରକ୍ଷା, ଅଧିକାର ଓ ସ୍ୱାସ୍ଥ୍ୟ ରକ୍ଷା କାମ ଅନୁସାରେ ପ୍ରାପ୍ୟ ପ୍ରଦାନ ପାଇଁ ହୋଇଥିବା ଶ୍ରମିକ ଙ୍କ ସଂଘର୍ଷ ମୟ ଇତିହାସ ଓ ବିଶ୍ୱର ପୁଞ୍ଜିପତି ଶ୍ରେଣୀ ଶ୍ରମଜୀବି ଙ୍କ କାମ ପାଇଁ 8 ଘଣ୍ଟା ସମୟ ନିର୍ଘଣ୍ଟ ସମ୍ପର୍କରେ ସରପଞ୍ଚ ଶ୍ରୀୟା କର୍ମୀ ଉପସ୍ଥିତ ଜନତା ଙ୍କୁ ବୁଝାଇ 1887 ମସିହା ଆଜିର ଦିନରୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ଆମେରିକା ରୁ ଆରମ୍ଭ ହେବା 34 ବର୍ଷ ପରେ 1912 ମସିହାରୁ ଅଦ୍ୟାବଧି ଭାରତ ବର୍ଷ କୋଣ ଅନୁକୋଣ ରେ ପାଳନ ହେଉଥିବା ସମ୍ପର୍କରେ ଆଲୋଚନା କରିଥିଲେ l ପି ଇ ଓ ମିତାଞ୍ଜଳୀ ରଥ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅନ୍ତର୍ଗତ ଯୁକ୍ତଧାରା ଜି ଆଇ ଏସ ପ୍ଲାନିଂ ପୋର୍ଟାଲ ପାଇଲଟ ତଥା ମଡେଲ ଗ୍ରାମ ପଂଚାୟତ ଭାବେ ଉଫୁଲା ଗ୍ରାମ ପଂଚାୟତ କୁ ଜିଲ୍ଲା ପରିଷଦ ସୁବର୍ଣ୍ଣପୁର ଚୟନ କରିଥିବା ଓ ସଫଳ ରୂପାୟନ ପାଇଁ ଏଇଇ, ଏପିଓ, ସି ପି, ଏସିପି, ପିଇଓ, ଜିଅରଏସ, ଜେ ଇ ଓ ଅନ୍ୟ ବିଭାଗୀୟ ଅଧିକାରୀ ତାଲିମ ନେଇଥିବା ଓ ଗ୍ରାମସଭା ମାଧ୍ୟମରେ ବିଭିନ୍ନ ପ୍ରକଳ୍ପ ଚୟନ ପ୍ରକ୍ରିୟା କରାଯିବା, ବାର୍ଷିକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି ସମ୍ପର୍କରେ ଅବଗତ କରି ଉପସ୍ଥିତ ୱାର୍ଡ ମେମ୍ବର, ସରପଞ୍ଚ, ସଭ୍ୟାସଭ୍ୟ ଙ୍କ ମତାମତ ଆଲୋଚନା ପର୍ଯ୍ୟାଲୋଚନା କ୍ରମେ ଗ୍ରାମ ସଭା ରେ ଗୃହୀତ କରାଇଥିଲେ l
ନିମନ୍ତ୍ରିତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ଦ୍ବିତିକୃଷ୍ଣ ପଣ୍ଡା ଯୋଗଦେଇ 1886 ମସିହା ଆଜିର ଦିନରେ ଆମେରିକା ଶ୍ରମଜୀବି ଙ୍କ ପାଇଁ ସମୟ ନିର୍ଘଣ୍ଟ ସ୍ଥିର କରି ଶ୍ରମିକ ଙ୍କ ଯୋଗଦାନ ସ୍ୱୀକୃତି ଦେଇଥିବା 3 ଲକ୍ଷ 80 ହଜାର ଶ୍ରମିକ ଙ୍କ ଆନ୍ଦୋଳନ ର ସଫଳତା ମୂଲ୍ୟ ଭାବରେ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ ହେଉଥିବା ସମ୍ପର୍କରେ ଅବଗତ କରିଥିଲେ l ୱାର୍ଡ ମେମ୍ବର ସୁଦାମ ଭୂଇ, ମିନତୀ ଭୋଇ, ରୁକ ସାନା ବିବି, ଧରିତ୍ରୀ ବାଘ, ଗୌର ହରି ସାହୁ, ଅକ୍ଷୟ କୁରକୁରିଆ, ଗୋପୀନାଥ ନାଏକ, ଶିବାନୀ ସାହୁ, ଯୋଗାଣ ସହାୟକ ଦେବେନ୍ଦ୍ର ପଣ୍ଡା ପ୍ରମୁଖ, ଗ୍ରାମ ସଭାର ସଭ୍ୟ ସଭ୍ୟା ଯୋଗ ଦେଇଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *