July 1, 2025
Home » ଅପରେସନ୍ ସିନ୍ଦୂର’ର ସଫଳତାରେ ଦେବଗଡ଼ ଠାରେ ଅନୁଷ୍ଠିତ ହେଲା ପରାକ୍ରମ ଶୋଭାଯାତ୍ରା

ଅପରେସନ୍ ସିନ୍ଦୂର’ର ସଫଳତାରେ ଦେବଗଡ଼ ଠାରେ ଅନୁଷ୍ଠିତ ହେଲା ପରାକ୍ରମ ଶୋଭାଯାତ୍ରା

0
deba relly

ଦେବଗଡ଼ :ଅପରେସନ୍ ସିନ୍ଦୂର’ର ସଫଳତା ପରେ ଏହାର ବୀର ଗାଥାକୁ ଲୋକ ଲୋଚନରେ ପ୍ରସାର କରି ଭାରତୀୟ ଯବାନ ମାନଙ୍କୁ ସମ୍ମାନ ଜଣାଇବାକୁ ଆଜି ଦେବଗଡ଼ ଠାରେ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଏହି ଅବସରରେ ତିନି ବାହିନୀର ବୀର ଯବାନଙ୍କୁ କୃତଜ୍ଞତା ଭାବ ପ୍ରକାଶ କରି ଜିଲ୍ଲାସ୍ତରୀୟ ତ୍ରିରଙ୍ଗା ମୋଟରସାଇକେଲ ଶୋଭାଯାତ୍ରା ଦେବଗଡ଼ ସହର ପରିକ୍ରମା କରିଥିଲା। ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ବିଜେପି ଜିଲ୍ଲା ସଭାପତି ତଥା ସମ୍ୱଲପୁର ସାଂସଦ ଙ୍କ ପ୍ରତିନିଧି ଶ୍ରୀ ଅରୁଣ କୁମାର ସାହୁ ମହୋଦୟ। ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର, ଅଧ୍ୟକ୍ଷ ପୌରପରିଷଦ ପ୍ରଜିତ ଭୋଜ, ପୂର୍ବତନ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ସବୁଜ ପତାକା ପ୍ରଦର୍ଶନ କରି ଏହି ତ୍ରିରଙ୍ଗା ବାଇକ୍ ଯାତ୍ରାର ଶୁଭାରମ୍ଭ କରିଥିଲେ।

ବୀର ଯବାନଙ୍କ ସମାନାର୍ଥେ ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀ ଜନସାଧାରଣଙ୍କ ସହ ବାଇକ‌ରେ ବସି ସହର ପରିକ୍ରମା କରିଥିଲେ। ଏହି ଶୋଭାଯାତ୍ରାଟି ସକାଳ ୮ଟାରେ ପୁରୁଣା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରୁ ବାହାରି ଗଣେଶ ଛକ, ଗୁରୁସାହି ଛକ, ଶାସନ ସାହି ଛକ, ପୋଲିସ ଷ୍ଟେସନ, ହସ୍ପିଟାଲ, ଜେଲ ଛକ, ଦୂର ସଂଚାର କାର୍ଯ୍ୟାଳୟ, ଓଲଟିବର ଛକ, ପୁରୁଣାଗଡ଼ ପେଟ୍ରୋଲ ପମ୍ପ, ତହସିଲ ଅଫିସ ଦେଇ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା। ବିଭିନ୍ନ ପ୍ରଶାସନିକ ଅଧିକାରୀ, ପୁଲିସ ବାହିନୀଙ୍କ ସମେତ ଶହ ଶହ ସଂଖ୍ୟାରେ ଜନସାଧାରଣ ଏହି ଶୋଭାଯାତ୍ରାରେ ସାମିଲ ହୋଇ ହାତରେ ତ୍ରିରଙ୍ଗା ପତାକା ଧରି ବନ୍ଦେ ମାତରମ୍ ନାରା ଦେଇ ସହର ପରିକ୍ରମା କରିଥିଲେ।। ଦେଶ ଦେଶବାସୀଙ୍କ ମର୍ଯ୍ୟାଦା ଓ ସଂକଳ୍ପ ରକ୍ଷା କରିଥିବା ଦେଶର ସ୍ଥଳ, ଜଳ ଓ ଆକାଶ ବାହିନାର ବୀର ଯବାନଙ୍କୁ ପ୍ରଣାମ ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ଉପ ଜିଲ୍ଲାପାଳ ପରକ୍ଷିତ ସାହୁ ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ସଭାଯାତ୍ରା ରେ ସାମିଲ ହେଉଥିଲେ।

ଦେବଗଡ ଇପିଏ ରୁ ଦେବାନନ୍ଦ ନାଏକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *