ଅବସର ନେଲେ କର୍ତ୍ତବ୍ୟ ପରାୟଣ ସବ ଇନ୍ସପେକ୍ଟର ସୁଶିଲ ସାହୁ
ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ର କର୍ତ୍ତବ୍ୟ ନିଷ୍ଟ ପୋଲିସ ଅଧିକାରୀ ଏସ ଆଇ ସୁଶିଲ ସାହୁ ନିଜର 37 ବର୍ଷ ଚାକିରି ଜୀବନ ରୁ ବିଭିନ୍ନ ପ୍ରକାର କଠିନ ଡିଉଟି ସମ୍ପାଦନ କରି ସେ ଚାକିରି ରୁ ଅବସର ଗ୍ରହଣ କରିଛନ୍ତି । ପ୍ରଥମେ ଫୁଲବାଣୀ ଜିଲ୍ଲା ରେ ପ୍ରଥମ ରେ ପୋଲିସ ର କନେଷ୍ଟବଳ ଭାବେ 1989 ରେ ଯୋଗଦାନ କରିଥିଲେ l ପରେ ମାଓ ଅଧିକୃତ ଚାରି ଛକ ଫାଣ୍ଡି ଓ ପରେ ବଲାଙ୍ଗୀର ମାଗୁର ବେଡା ଡେମ ରେ ବିସ୍ଥାପିତ ପରିବାରଙ୍କ ସହିତ ସୁ ସମ୍ପର୍କ ସ୍ଥାପନ କରିବାରେ ସୁଶିଲ ବାକୁ ଙ୍କ ଥିଲା ଏକ ମୁଖ୍ୟ ଭୂମିକା l

ଅନୁଷ୍ଠିତ ଏକ ଅବସର କାଳୀନ ସଭା ରେ ସୁବର୍ଣ୍ଣପୁର ଜିଲ୍ଲ ଆରକ୍ଷୀ ଅଧିକ୍ଷକ ନାରାୟଣ ନାଏକ , କେ ହରିପ୍ରସାଦ ଶ୍ରୀ ସାହୁ ଙ୍କ କାର୍ଯ୍ୟ ଦକ୍ଷତା ର ପ୍ରଶଂସା କରିବା ସହିତ ତାଙ୍କ ଅବସର ଜୀବନ ସୁଖମୟ ଓ ଶାନ୍ତି ମୟ ହେଉ ବୋଲି କହିଥିଲେ । ଶ୍ରୀ ସାହୁ ଜଣେ ମିଷ୍ଟଭାଷୀ ଓ ମେଲାପି ତଥା ଜଣେ ସାଧାରଣ ବ୍ୟକ୍ତି ବିଶେଷ ଥିଲେ । ନିଜର ଚାକିରୀ ଜୀବନ ରେ ପରୋପକାରୀ ଓ ଲୋକଙ୍କ ସେବା , କର୍ତ୍ତବ୍ୟ ହେତୁ ଚାକିରି ଜୀବନ ଅତ୍ୟନ୍ତ ସୁନ୍ଦର ଓ ସୁଖଦ ହୋଇଛି ବୋଲି ଅବସର ଗ୍ରହଣ କରିଥିବା ସବ ଇନ୍ସପେକ୍ଟର ସୁଶିଲ ସାହୁ କହିଛନ୍ତି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
