ଅର୍ଜୁନପୁର ଜଙ୍ଗଲ ରୁ ଚୋରି ଶାଳ କାଠ ସହ ବ୍ୟବହୃତ ଗାଡି ଓ ବାଇକ ଜବତ : ୨ ଅଭିଯୁକ୍ତ ଗିରଫ

ସୁବର୍ଣ୍ଣପୁର ବନ ବିଭାଗ କୌଣସି ସୂତ୍ର ରୁ ଖବର ପାଇ ଚୋରି ଶାଳ କାଠ ସହ ବ୍ୟବହୃତ ଗାଡି ଓ ବାଇକ ଜବତ କରିବା ସହ ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରିଛି l ରେଞ୍ଜର ସୁବାସ ମହାପାତ୍ର ବିଶ୍ଵସ୍ତ ସୂତ୍ରରୁ ଖବରପାଇ ତାଙ୍କ ନିର୍ଦ୍ଦେଶ କ୍ରମେ ଫରେଷ୍ଟ ଭକ୍ତ ବନ୍ଧୁ ମିଶ୍ର , ଫରେଷ୍ଟ ଗାର୍ଡ ସୁଜ୍ଞାନି ମିଶ୍ର, ପ୍ରୋଟେକ୍ସନ୍ ସ୍କ୍ୱାର୍ଡ ସହ ସୋନପୁର ଅର୍ଜୁନପୁର ଜଙ୍ଗଲ କୁ ଯାଇ ସେଠାରୁ ଶାଳ କାଠ ସହ ବ୍ୟବହୃତ ଗାଡି ଓ ବାଇକ କୁ ଜବତ କରିଛନ୍ତି । ଏଥିରେ ସଂମ୍ପୃକ୍ତ ଥିବା ଦୁଇ ଜଣ ବ୍ୟକ୍ତି କୁ ବନ ବିଭାଗ ଗିରଫ କରିଛି । ଏହି ଜବତ ହୋଇଥିବା କାଠ ପରିବହନ ରେ ବ୍ୟବହୃତ ଗାଡ଼ି ଯାହାର ନମ୍ବର OD- 07 D 5224 କୁ ମଧ୍ୟ ଜବତ କରାଯାଇଛି। ଉକ୍ତ ଗାଡ଼ି ର ଡ୍ରାଇଭର ଘଟଣା ସ୍ଥଳ ରୁ ଫେରାର ହେବାରେ ସଫଳ ହୋଇଥିବା ବେଳେ ଉକ୍ତ ଗାଡ଼ି ବିଷୟ ରେ ଅଧିକ ତଦନ୍ତ ପାଇଁ ସ୍ଥାନୀୟ ପରିବହନ ଅଧିକାରୀ ଙ୍କୁ ଏ ବିଷୟ ରେ ଅବଗତ କରା ହେଇଥିବା ନେଇ ରେଞ୍ଜର ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି। ଅଭିଯୁକ୍ତ ଦ୍ବୟ ସୋନପୁର ଥାନା ଜାମପାଲି ଗ୍ରାମ ର ଲିଙ୍ଗରାଜ ବାଘ୍ ଓ ବାଙ୍କବିଜା ଗ୍ରାମ ର କାହ୍ନୁ ବାଘ୍ ବୋଲି ଜଣାପଡିଛି । ଏହି କାଠ ଚାଲାନ ରେ ବ୍ୟବହୃତ ଏକ ବାଇକ୍ କୁ ମଧ୍ୟ ବନ ବିଭାଗ ଜବତ୍ କରିଥିବା ସୂଚନା ମିଳିଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..