July 6, 2025
Home » ଅଲ ଓଡ଼ିଶା ଏଲିମେଣ୍ଟାରୀ ରାୟଗଡା ଜିଲ୍ଲା ଶିକ୍ଷକ ସଂଘ ପକ୍ଷରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଅଲ ଓଡ଼ିଶା ଏଲିମେଣ୍ଟାରୀ ରାୟଗଡା ଜିଲ୍ଲା ଶିକ୍ଷକ ସଂଘ ପକ୍ଷରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

0
WhatsApp Image 2025-01-19 at 6.44.57 PM (2)

ରାମନାଗୁଡା:-୧୯-୦୧-୨୦୨୫-ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ସୁଣ୍ଡିଧାମୁଣି ପଞ୍ଚାୟତ ଅଧିନ ତାଣ୍ଡିକଣା ଠାରେ ରବିବାର ଦିନ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ଦ୍ଵାରା ପରିଚାଳିତ ଅଲ ଓଡ଼ିଶା ଏଲିମେଣ୍ଟାରୀ ରାୟଗଡା ଜିଲ୍ଲା ସ୍ତରୀୟ ଶିକ୍ଷକ ସଂଘ ପକ୍ଷରୁ ବନ୍ଧୁ ମିଳନ ଓ ବନ୍ଧୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ନୀଳ ମାଧବ ଶ୍ରୀରାମ ,ଜିଲ୍ଲା ଉପସଭାପତି ସନ୍ତୋଷ କୁସୁଲିଆ, ଜିଲ୍ଲା ସମ୍ପାଦକ ଅଜୟ ପାଣିଗ୍ରାହୀ, କୋଷାଧ୍ୟକ୍ଷ ଅନାମ ଧୀବର, ଉପଦେଷ୍ଟା ରାଜେନ୍ଦ୍ର ମହାଙ୍କୁଡ଼ ମଞ୍ଚାସୀନ ରହିଥିବା ବେଳେ ଏହି ସଙ୍ଘ ସହ ଯୋଡ଼ିତ ଥିବା ଜିଲ୍ଲାର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗ ଦେଇଥିଲେ।ଉକ୍ତ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ପ୍ରାଥମିକ ଶିକ୍ଷକ ଙ୍କ କ୍ୟାଡର ରୁଲ ସମ୍ବନ୍ଧେ, ବିଦ୍ୟାଳୟ ମାନଙ୍କ ରେ ଛାତ୍ର ଛାତ୍ରୀଙ୍କ ଅନୁପାତ ରେ ଶିକ୍ଷକ ନିଯୁକ୍ତି ନଥିବା, ଶିକ୍ଷକ ମାନଙ୍କ ଗ୍ରେଡ ପେ ଟଙ୍କା ଦୁଇ ହଜାର ଆଠ ଶହ ଟଙ୍କା ବୃଦ୍ଧି କରିବା ,ଦୀର୍ଘ ଦିନ ଧରି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ବିଭିନ୍ନ ସମସ୍ୟା ସମାଧାନ ନହେବା ଆଦି ବିଷୟରେ ଆଲୋଚନା କରାଯାଇଥିଲା ।ଏହି ସମସ୍ତ ପ୍ରକାର ସମସ୍ୟା କୁ ନେଇ ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସଂଘ ରେ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମ କୁ ରଶ୍ମି ରଞ୍ଜନ ଶବର ମଞ୍ଚ ପରିଚାଳନା କରିଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।କାର୍ଯ୍ୟକ୍ରମ ପରିଶେଷରେ ଚନ୍ଦ୍ର ଶେଖର ଶବର ଧନ୍ୟବାଦ ଅର୍ପଣ କରିଥିଲେ।ରାମନାଗୁଡାରୁ ନରସିଂହ ପରିଛା ଙ୍କ ରିପୋର୍ଟ ଇପିଏ ଉଇକ୍କି ଖବର

Leave a Reply

Your email address will not be published. Required fields are marked *