ଅଷ୍ଟମ ପୋଷଣ ମାସ ପାଳନର ଜିଲ୍ଲାସ୍ତରୀୟ ଶୁଭାରମ୍ଭ ସମାରୋହ

ବରଗଡ଼:ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ଅଷ୍ଟମ ପୋଷଣ ମାସ-୨୦୨୫ ପାଳନର ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସନ୍ଧ୍ୟାରାଣୀ ନେପାକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସମାରୋହରେ ଅତିଥି ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଲୋଚନ ଚନ୍ଦ୍ର ମାଝୀଙ୍କ ସମେତ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସରୋଜ କୁମାର ଭୋଇ, ଅତିରିକ୍ତ କୃଷି ଉଦ୍ୟାନ ଅଧିକାରୀ ଶ୍ରୀ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଡା. ବି. ଯୋଶୀ, ଡି ପି ଏଚ ଓ, ଅତିରିକ୍ତ କୃଷି ଅଧିକାରୀ ଡ଼ା ଅଞ୍ଜନ କୁମାର ନାୟକ ପ୍ରମୁଖ ମଞ୍ଚାସିନ ହୋଇ ଜିଲ୍ଲା ସ୍ତରୀୟ ପୋଷଣ ମାସ ଉପରେ ଆଲୋଚନା କରିବା ସହ ମେଦ ବହୁଳ ରୋଗ ଏବଂ ତାର ସମାଧାନ ଉପରେ ଆଲୋକପାତ କରିଥଲେ ।
ମାଁ ମାନେ ଶିଶୁ ମାନଙ୍କୁ କିପରି ଉତ୍ତମ ପୋଷଣ ଖାଦ୍ୟ ସହ ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରିବା ତା ଉପରେ ମାଁ ମାନେ କିପରି ସଚେତନ ରହିବେ ସେଥିପାଇଁ ଆବଶ୍ୟକ ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ। ଏବଂ ଏକ ପେଡ୍ ମାଁ କେ ନାମ ସଭାରେ ଉପସ୍ଥିତ ଜନସାଧାରଣ ଓ କର୍ମଚାରୀ ମାନଙ୍କୁ ଗଛ ଟିଏ ଲଗାଇବା ପାଇଁ ଆହ୍ୱ।ନ କରିଥିଲେ,ପୁଷ୍ଟିକର ଖାଦ୍ୟ ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ଏହି ସମାରୋହରେ ମାଣ୍ଡିଆରେ ତିଆରି ବିଭିନ୍ନ ପୃଷ୍ଟିକର ଖାଦ୍ୟ ପ୍ରଦର୍ଶିତ କରାଯାଇଥିଲା
ଏବଂ ପୋଷଣ ମାସର କାର୍ଯ୍ୟକ୍ରମ ଉପରେ ବିଭିନ୍ନ ସ୍କୁଲ କଲେଜ ଗୁଡିକୁ ନେଇ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଆଇସିଡିଏସ ସିଡିପିଓ, ଏଲଏସ, ପୋଷଣ କୋଡିନେଟର ଏବଂ ଅଙ୍ଗନୱାଡ଼ି କର୍ମୀ ଯୋଗଦାନ କରିଥିଲେ । ସଭା ପରିଶେଷରେ ଶ୍ରୀ ତରୁଣସେନ୍ ପୃସେଠ୍ ସିଡିସି ସଭାରେ ସମସ୍ତଙ୍କୁ ଧନ୍ୟବାଦ ଦେଇ ଥିଲେ ।
ଵରଗଡ଼ ଜିଲ୍ଲା ଇପିଏରୁ କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ(ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସୀ)