ଅହମଦିୟା ମହିଳା ସଂଗଠନ ପକ୍ଷରୁ ଶିଶୁ ଓ ବରିଷ୍ଠ ନାଗରିକଙ୍କୁ ସ୍ନେହ ସେବା
ଆନ୍ତର୍ଜାତିକ ଶାନ୍ତି ଦିବସ ଅବସରରେ ଅହମଦିୟା ମୁସଲିମ ମହିଳା ସଂଗଠନ (ଲଜନା ଇମାଇଲ୍ଲାହ୍) କରଡାପଲ୍ଲୀ, ତିଗିରିଆ ପକ୍ଷରୁ ଏକ ଅନୁପମ ସମାଜସେବା କାର୍ଯ୍ୟ ସଂପାଦିତ ହେଲା । ସଭାନେତ୍ରୀ ନରଗିସ ବାନୋଙ୍କ ନେତୃତ୍ବରେ ସହକର୍ମୀ ସଭ୍ୟାମାନେ ଗୋବିନ୍ଦପୁର ମହର୍ଷି ଦୟାନନ୍ଦ ସର୍ଭିସ୍ ମିଶନ ସଂଚାଳିତ ଶିଶୁ ପ୍ରଯତ୍ନ ଅନୁଷ୍ଠାନ ଏବଂ ବରିଷ୍ଠ ନାଗରିକ ଗୃହରେ ୩୦୦ ପ୍ୟାକେଟ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ ।
ସାଧାରଣ ବଣ୍ଟନରେ ସୀମିତ ନହୋଇ, ସେମାନେ ଶିଶୁ ଓ ବୃଦ୍ଧଙ୍କ ସହିତ ସମୟ କାଟି, ସେମାନଙ୍କୁ ହସି-ଖୁସି ଓ ମାନସିକ ଆଧାର ଦେଇଥିଲେ । ପ୍ରେମ, ମାୟା ଓ ସେବାରେ ଲଜନାଙ୍କ ଏହି ଉଦ୍ୟମ ସମାଜରେ ମାନବତାର ସଜୀବ ଦୃଷ୍ଟାନ୍ତ ।

ଏହି କାର୍ଯ୍ୟକ୍ରମରେ ଅହମଦିୟା ମୁସଲିମ ସମ୍ପ୍ରଦାୟ ଢେଙ୍କାନାଳ-କଟକ-କେନ୍ଦ୍ରାପଡା ଜିଲ୍ଲା ପ୍ରଭାରୀ ମୌଲବୀ ଶେଖ୍ ଇସହାକ୍, ତିଗିରିଆ ଯୁବ ସଂଗଠନର ଅଧ୍ୟକ୍ଷ ସରାଫତ ଅଲ୍ଲୀ, ମହମ୍ମଦ ସଫାକତ ପ୍ରମୁଖ ଯୋଗଦେଇଥିଲେ ।
ଲଜନା ସଂଗଠନର ସଭାନେତ୍ରୀ ନରଗିସ ବାନୋ କହିଥିଲେ, “ଦିନଦରିଦ୍ର ଓ ଅସହାୟଙ୍କୁ ସେବା କରିବା ହିଁ ପରମ ପୁଣ୍ୟ, ପ୍ରତ୍ୟେକ ଦାନରେ ଆମେ ଆଲ୍ଲାହଙ୍କ ସନ୍ତୋଷ ଓ ମାନବତାର କଲ୍ୟାଣକୁ ଲକ୍ଷ୍ୟ କରୁଛୁ ।”
ସୂଚନା ଯୋଗ୍ୟ, ଅହମଦିୟା ମୁସଲିମ ସମ୍ପ୍ରଦାୟ ସମଗ୍ର ବିଶ୍ୱର ୨୦୦ରୁ ଅଧିକ ଦେଶରେ “ପ୍ରେମ ସଭିଙ୍କ ପାଇଁ, ଘୃଣା କାହା ପ୍ରତି ନାହିଁ” (Love for All, Hatred for None) ଆଦର୍ଶକୁ ସାର୍ଥକ କରି, ପ୍ରେମ, ଶାନ୍ତି ଓ ମାନବତାର ପ୍ରତିଷ୍ଠାରେ ନିରନ୍ତର କାର୍ଯ୍ୟ କରୁଛି ।
KAMKHYANAGAR EPA RU RAJKISHOR ROUT NKA REPORT
