ଆଇନ ଶୃଙ୍ଖଳା ଫେରାଇବାକୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ
ରାୟଗଡ଼ା ବିଜେଡି ପକ୍ଷରୁ ରାଜ୍ୟ ବିଜେପିର ବିଫଳ ନୀତି ,ଧାନ ସଂଗ୍ରହକୁ ସୁରକ୍ଷିତ ରଖିବା ଏବଂ ଚାଷୀମାନଙ୍କୁ ସୁରକ୍ଷା ଦେବା ସହ ଆଇନ ଶୃଙ୍ଖଳା ଫେରାଇବାକୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ ରାୟଗଡ଼ରେ ବିଜେଡି ୧୦ ଫେବୃଆରୀ, ୨୦୨୬ ଦିନ ସକାଳ ୧୦:୦୦ ଟାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେବା ପରେ, ରାଜ୍ୟ ବିଜେପି ସରକାରଙ୍କ ଚାଷୀମାନଙ୍କୁ କ୍ଷତି ପହଞ୍ଚାଉଥିବା ନୀତି, ଆଇନ ଶୃଙ୍ଖଳାର ଦୁର୍ବଳତା ଏବଂ ପ୍ରତିଶ୍ରୁତି ଭଙ୍ଗ କରିବା ବିରୋଧରେ ଏକ ରାଲି ଏବଂ ପ୍ରତିବାଦ କରିଥିଲେ। ଉକ୍ତ ବିଷୟ ନେଇ ରାୟଗଡ଼ ବିଜେଡିର ରାୟଗଡ଼ା ଜିଲ୍ଲାପାଳଙ୍କ ମାଧ୍ୟମରେ ଓଡ଼ିଶା ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରିଥିଲେ।ବିଜୁ ଜନତା ଦଳ ଦ୍ବାରା ପ୍ରଦାନ କରାଯାଇଥିବା ଉକ୍ତ ସ୍ମାରକପତ୍ରରେ ଉଲ୍ଲେଖ ରହିଛି ଯେ ଓଡ଼ିଶାର ବିଜେପି ସରକାର ସମୟରେ ରାୟଗଡ଼ା ଜିଲ୍ଲାରେ ଚାଷୀମାନେ ସମ୍ମୁଖୀନ ହେଉଥିବା ଗମ୍ଭୀର ସମସ୍ୟା ଉପରେ ଆଲୋକପାତ କରାଯାଇଥିଲା,

ଯେଉଁଥିରେ ବିଶେଷ କରି ଧାନ ସଂଗ୍ରହରେ ଅସୁବିଧା ଯୋଗୁଁ ଚାଷୀମାନେ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ୭.୩ ନିୟୁତ ମେଟ୍ରିକ୍ ଟନ୍ ମଧ୍ୟରୁ ମାତ୍ର ୩୦.୪୯ ନିୟୁତ ମେଟ୍ରିକ୍ ଟନ୍ ପ୍ରାୟତଃ ସର୍ବନିମ୍ନ ସହାୟକ ମୂଲ୍ୟଠାରୁ କମ୍ ମୂଲ୍ୟରେ ବିକ୍ରୟ କରିବାକୁ ବାଧ୍ୟ ହୋଇଛନ୍ତି। କମ ଧାନ ଉତ୍ପାଦନ କରୁଥିବା ଛତିଶଗଡ଼ ପ୍ରାୟ ୧୨.୭ ନିୟୁତ ମେଟ୍ରିକ୍ ଟନ୍ ସଂଗ୍ରହ କରିସାରିଥିବା ବେଳେ ଯଦିଓ ରାଜ୍ୟ ସରକାର ଧାନ ସଂଗ୍ରହ କେନ୍ଦ୍ର ଖୋଲିବା ଘୋଷଣା କରିଥିଲେ, ତଥାପି ଅନେକ ସଂଗ୍ରହ କେନ୍ଦ୍ରଗୁଡ଼ିକ ବନ୍ଦ ରହିବା ଫଳରେ ବ୍ୟବସ୍ଥାର ତ୍ରୁଟିକୁ ସ୍ପଷ୍ଟ କରିଦେଇଛି। ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ସହ ଅପରାଧ କ୍ରମଶଃ ବୃଦ୍ଧି ହେବରେ ଲାଗିଛି, ଯାହା ସାଧାରଣ ଲୋକଙ୍କ ଚିନ୍ତା ଏବଂ କର୍ତ୍ତୃପକ୍ଷଙ୍କ ଉପରେ ଭରସା ହରାଇବାରେ ଲାଗିଛି। ରାୟଗଡାରେ ଧାନ ସଂଗ୍ରହରେ ଉନ୍ନତି ଆଣିବା, ଚାଷୀମାନଙ୍କୁ ସୁରକ୍ଷା ଦେବା ଏବଂ ଆଇନ ଶୃଙ୍ଖଳା ଫେରାଇ ଆଣିବା ପାଇଁ ଓଡ଼ିଶା ରାଜ୍ୟପାଳଙ୍କୁ ବିଜେଡି ତରଫରୁ ଅନୁରୋଧ କରାଯାଇଛି।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
