March 18, 2026
Home » ଆଇନ ସେବାରେ ନିୟୋଜିତ ପାରା ଲିଗାଲ ସ୍ବେଛାସେବୀ ମାନଙ୍କୁ ତାଲିମ କାର୍ଯ୍ୟକ୍ରମ l

ଆଇନ ସେବାରେ ନିୟୋଜିତ ପାରା ଲିଗାଲ ସ୍ବେଛାସେବୀ ମାନଙ୍କୁ ତାଲିମ କାର୍ଯ୍ୟକ୍ରମ l

0
WhatsApp Image 2026-03-17 at 5.48.56 PM

ସୁବର୍ଣ୍ଣପୁର– ଆଇନ ସେବାରେ ନିୟୋଜିତ ପାରା ଲିଗାଲ ସ୍ବେଛାସେବୀ ମାନଙ୍କୁ ଏକ ଦିବସୀୟ ତାଲିମ କାର୍ଯ୍ୟକ୍ରମ ଜିଲ୍ଲପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟକ୍ରମ ହୋଇଥିଲା l ଜିଲ୍ଲା ଶିଶୁ ସୁରକ୍ଷା ଅଧିକରୀ ଚତୁର୍ଭୁଜ ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲପାଳ ଅଞ୍ଜଳୀନl ପଧାନ, ସମ୍ମାନିତ ଅତିଥି ଭାବେ ସ୍ୱତନ୍ତ୍ର କିଶୋର ପୋଲିସ ୟୁନିଟ ର ରେଣୁକା ସୁନା, ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଶଙ୍କର୍ଷଣ ପଣ୍ଡା, କିଶୋର ନ୍ୟାୟ ବୋର୍ଡ ର ରଂଜିତା ସାହୁ, ଏ ପି ପି ଧନଞ୍ଜୟ ମିଶ୍ର ,ଜିଲ୍ଲା ଶ୍ରମ ଅଧିକାରୀ ଦିବ୍ୟ ଧରୁଆ, ପ୍ରୋଗ୍ରାମ ଅଫିସର ସୁଦେସ୍ନା ମେହେର , ଶିଶୁ ମଙ୍ଗଳ କମିଟି ସଭ୍ୟ ଶାନ୍ତନୁ କର୍ଣ୍ଣ, ଆଇନ ଅଧିକାରୀ କେଶବ ଚନ୍ଦ୍ର ମେହେର, ଅନୁଷ୍ଠାନ ସୁରକ୍ଷା ଅଧିକାରୀ ବିଜୟ ବିଶ୍ୱାଳ, ଯୋଗ ଦେଇ ଏହି କାର୍ଯ୍ୟକ୍ରମ ଉପରେ ନିଜ ନିଜ ବ୍ୟକ୍ତବ୍ୟ ରଖିଥିଲେ l ତାଲିମ ଦାତା ଭାବେ କନ୍ସଲଷ୍ଟାଣ୍ଟ ଶିଶୁ ସୁରକ୍ଷା ୟୁନିସେଫ,ଶ୍ରୀ ଘାସିରାମ ପଣ୍ଡା ତାଲିମ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ରେ ଥିବା ସମସ୍ତ ପାରା ଲିଗାଲ ସ୍ବେଛାସେବୀ ମାନେ ଯୋଗଦାନ କରିଥିବା ବେଳେ, ଶକ୍ତିସଦନ ସୋନପୁର କର୍ମଚାରୀ ଜ୍ୟୋତିମୟୀ ବେହେରା,ସଖୀ ସୋନପୁର ପ୍ରଶାସକ ଅନୁସ୍ମିତା ବେହେରା, କେଶ ୱରକର ସୁକେଶିନୀ ଏକା, ଚାଇଲଡ ହେଲ୍ପ ଲାଇନ ର ରୋଜି ସା ଉପସ୍ଥିତ ଥିବା ବେଳେ ସୁରକ୍ଷା ଅଧିକାରୀ ଅଣ ଅନୁଷ୍ଠାନିକ ଗୌତମ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ ଜିଲ୍ଲା ସୁରକ୍ଷା ବିଭାଗ ସୁବର୍ଣ୍ଣପୁର ର ଜିତେନ୍ଦ୍ର ମଣ୍ଡଳ, ଥବିର କାଲସେ, ପ୍ରଶାନ୍ତ ମହାକୁଡ଼, ରୁଦ୍ରପ୍ରସନ୍ନ ମିଶ୍ର, ମୃତୁଞ୍ଜୟ ସାହୁ , ସ୍ୱାଗତରାଜ ମିଶ୍ର, ସରିତା ସୁନା, ମାନିନୀ ମହାନ୍ତି ଓ ଅନିଲ ମହଲା ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *