July 4, 2025
Home » ଆଇନ ସେବାରେ ନିୟୋଜିତ ପ୍ରାରମ୍ଭିକ ସ୍ବେଛାସେବୀ ମାନଙ୍କୁ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ l

ଆଇନ ସେବାରେ ନିୟୋଜିତ ପ୍ରାରମ୍ଭିକ ସ୍ବେଛାସେବୀ ମାନଙ୍କୁ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ l

0
WhatsApp Image 2025-02-27 at 8.07.08 PM

ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ଯୋଜନା ସମ୍ମିଳନୀ କକ୍ଷ ଠାରେ ଆଇନ ସେବାରେ ନିୟୋଜିତ ପ୍ରାରମ୍ଭିକ ସ୍ବେଛାସେବୀ ମାନଙ୍କୁ ନେଇ ଏକ ଦିବସୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ପାଦିକା କୁମୁଦିନୀ ମୁଦୁଲି ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଶିଶୁ ମଙ୍ଗଳ କମିଟି ର ଅଧ୍ୟକ୍ଷ ଶଙ୍କର୍ଷଣ ପଣ୍ଡା, ଶ୍ରମ ଅଧିକାରୀ ସୁନୀତା ଦେବୀ, କିଶୋର ନ୍ୟାୟ ବୋର୍ଡ ର ଏ. ପି. ପି, ସୀତାରାମ ମିଶ୍ର, ପୋଲିସ ବିଭାଗର ଇନ୍ସପେକ୍ଟର ରାଜେଶ୍ୱରୀ ଭୋଇ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଆଇନ ଅଧିକାରୀ କେଶବ ଚନ୍ଦ୍ର ମେହେର, ଅନୁଷ୍ଠାନ ସୁରକ୍ଷା ଅଧିକାରୀ ବିଜୟ ବିଶ୍ୱାଳ ଯୋଗଦାନ କରି ନିଜ ନିଜର ବକ୍ତବ୍ୟ ଦେଇଥିଲେ। ତlଳିମଦlତା ଭାବେ କିଶୋଇ ନ୍ୟାୟ ବୋର୍ଡ ସଭ୍ୟର ରଂଜିତା ସାହୁ ତାଲିମ ଦାତା ଭାବେ ଯୋଗ ଦେଇ ତାଲିମ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଆଇନ ସେବାରେ ନିୟୋଜିତ ପ୍ରାରମ୍ଭିକ ସ୍ବେଛାସେବୀ ମାନେ ଯୋଗଦାନ କରି ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ l ଆଜିର ଏହି କର୍ଯ୍ୟକ୍ରମର ଶେଷରେ ଜିଲ୍ଲା ବାଲ୍ୟ ବିଭାଗ ସଂଯୋଜକ ଅକ୍ଷୟ କୁମାର ସିଂ ଧନ୍ୟବାଦ ଅର୍ପଣ କରି ଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଥବିର କାଲସେ, ପ୍ରଶାନ୍ତ ମହାକୁଡ଼, ସ୍ୱାଗତରାଜ ମିଶ୍ର, ସରିତା ସୁନା, ବିସ୍ମୟ ମୋହନ ସାହୁ, ମୃତ୍ୟୁଞ୍ଜୟ ସାହୁ,ଜିତେନ୍ଦ୍ର ମଣ୍ଡଳ, ମାନିନୀ ମହାନ୍ତି ଓ ଅନିଲ କୁମାର ମହଲା କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *