October 30, 2025
Home » ଆଇ ଏମ ଏ କେନ୍ଦୁଝର ଶାଖା ପକ୍ଷରୁ ସିପିଆର କର୍ମଶାଳା

ଆଇ ଏମ ଏ କେନ୍ଦୁଝର ଶାଖା ପକ୍ଷରୁ ସିପିଆର କର୍ମଶାଳା

0
WhatsApp Image 2025-10-30 at 1.47.43 PM

କେନ୍ଦୁଝର :ଇଣ୍ଡିଆନ ମେଡିକାଲ ଆସୋସିଏସନ କେନ୍ଦୁଝର ଶାଖା ପକ୍ଷରୁ ଜିଲ୍ଲା ସମ୍ପାଦକ ଡାକ୍ତର ମହେଶ ପ୍ରସାଦ ମହାନ୍ତ ଙ୍କ ନେତୃତ୍ୱ ରେ ସ୍ଥାନୀୟ ହୋଟେଲ ଶ୍ରୀକ୍ଷେତ୍ର ଇଣ୍ଟରନ୍ୟାସନାଲ ସମ୍ମିଳନୀ କକ୍ଷ ରେ ବେସିକ ଲାଇଫ ସପୋର୍ଟ ସିପିଆର ତାଲିମ କର୍ମଶାଳା ଜିଲ୍ଲାର ବହୁ ବରିଷ୍ଠ ଡାକ୍ତର ମାନଙ୍କୁ ନେଇ ଆୟୋଜିତ ହୋଇଯାଇଛି,ପ୍ରାରମ୍ଭରେ ସମ୍ପାଦକ ଡାକ୍ତର ମହାନ୍ତ ସୂଚନା ପ୍ରଦାନ କରିବା ପରେ ଜିଲ୍ଲା ସଭାପତି ଡାକ୍ତର ଉମେଶ ଚନ୍ଦ୍ର ସାହୁ ଏହି କର୍ମଶାଳା ର ଆଭିମୁଖ୍ୟ ସମ୍ପର୍କ ରେ କହିଥିଲେ ହାର୍ଟମେଟ ଫାଉଣ୍ଡେସନ ର ଅଧ୍ୟକ୍ଷ ରାଜ୍ୟ ର ସୁନାମଧନ୍ୟ ବରିଷ୍ଠ ହୃଦରୋଗ ବିଶେଷଜ୍ଞ ଡାକ୍ତର ଋଷିକାନ୍ତ ମହାନ୍ତ ସିପିଆର ବା କାର୍ଡିଓ ପଲମୋନାରୀ ରିସୁସିଟେସନ ସମ୍ପର୍କ ରେ ବିସ୍ତୃତ ଆଲୋଚନା କରିବା ସହିତ ପାୱାରପଏଣ୍ଟ ମାଧ୍ୟମରେ ତଥ୍ୟପୂର୍ଣ ଧାରଣା ପ୍ରଦାନ କରି ଡେମୋ ଦ୍ୱାରା ସିପିଆର ପ୍ରଦାନ ର ଶୈଳୀ ପ୍ରଦର୍ଶନ କରିଥିଲେ, ଆଜିର ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ହୃଦଘାତ ର ଆଶଙ୍କା ବୃଦ୍ଧି ପାଉଥିବା ପରିପେକ୍ଷୀ ରେ ତ୍ୱରିତ ଆଡ଼ଭାନ୍ସ ଲାଇଫ ସପୋର୍ଟ ସିଷ୍ଟମ ର ଆବଶ୍ୟକତା ଓ ଉପକାରିତା ସମ୍ପର୍କ ରେ ତଥ୍ୟ ପ୍ରଦାନ କରିଥିଲେ, ଡାକ୍ତର ଦିଲୀପ କୁମାର ମହାନ୍ତ ହୃଦୟ ରୋଗ ରୁ ଉପଶମ ପାଇଁ ସନ୍ତୁଳିତ ଜୀବନ ଯାପନ ପ୍ରଣାଳୀ ସମ୍ପର୍କ ରେ ସୂଚନା ଦେଇଥିଲେ, ଡାକ୍ତର ସଂଜୀବ ଓତା ଆଗାମୀ ସମୟରେ ରୋଟାରୀ କ୍ଲବ ସହଯୋଗ ରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଭିନ୍ନ ବର୍ଗ ର ଜନସାଧାରଣ ଙ୍କୁ ସିପିଆର ତାଲିମ କାର୍ଯ୍ୟକ୍ରମ ଦିଆଯିବ ବୋଲି କହିଥିଲେ, ଶେଷରେ ଜିଲ୍ଲା ସମ୍ପାଦକ ଡାକ୍ତର ମହେଶ ଧନ୍ୟବାଦ ଅର୍ପଣ କରିଥିଲେ,

Leave a Reply

Your email address will not be published. Required fields are marked *