April 28, 2025
Home » ଆଗକୁ ଦୁର୍ନୀତି ଓ ବାଲି ଚୋରଙ୍କୁ ନିସ୍ତାର ନାହିଁ l

ଆଗକୁ ଦୁର୍ନୀତି ଓ ବାଲି ଚୋରଙ୍କୁ ନିସ୍ତାର ନାହିଁ l

0
WhatsApp Image 2025-03-03 at 9.04.56 AM

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲାରେ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଜିଲ୍ଲାର ରାଜସ୍ଵ କାର୍ଯ୍ୟନ୍ୱୟନର ସ୍ଥିତି ଓ ଅଗ୍ରଗତିର ସମୀକ୍ଷା କରିଛନ୍ତି। ଗରିବଙ୍କୁ ଚିହ୍ନଟ କରି ବସୁନ୍ଧରା ଯୋଜନାରେ ତୁରନ୍ତ ଜମି ପଟ୍ଟା ପ୍ରଦାନ କରିବା, ଜିଲ୍ଲାର ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ ଗୁଡିକ ନାମରେ ଜମି ପଟ୍ଟା ସୁନିଶ୍ଚିତ କରାଇବା, ଜଳସେଚନ ର ଅଗ୍ରଗତି, ଏମଏସଏମଇ ଯୋଜନାରେ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି, ହାଇଟେକ୍ ସର୍ଭେ କୁ ତ୍ୱରାନ୍ୱିତ କରିବା, ସାଧାରଣ ଲୋକଙ୍କ ସେବା ପ୍ରଦାନରେ ଅବହେଳା ନେଇ ଅଭିଯୋଗ ହେଲେ ସରକାରୀ କର୍ମଚାରୀ (ସେବକ)ଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ, ସହର ତଥା ଜିଲ୍ଲାରେ ବଡ ବଡ ଜବରଦଖଲ କାରୀଙ୍କୁ ଉଚ୍ଛେଦ କରିବା ସହ ଖଣି ଓ ବାଲି ଚୋରୀ ରୋକିବାକୁ ଏନଫୋର୍ସମେଣ୍ଟ ପାଇଁ ସ୍ଵତନ୍ତ୍ର ବାହିନୀ ଗଠନ କରିବାକୁ, ବାଲି ଉତ୍ସରୁ ନୂଆଁ ସରକାର ଅଧିକ ରାଜସ୍ବ ବଢ଼ାଇଛି ତେଣୁ ବାଲି ଚୋର ଏବେ ବାଲି ବି ଦେଖିବେ, ନଦୀ ବି ଦେଖିବେ ଓ ଜେଲ୍ ବି ଦେଖିବେ ଏଥି ପାଇଁ ସରକାର ସବୁ ଯୋଜନା ପ୍ରସ୍ତୁତି କରିସାରିଛି ବୋଲି ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ସମୀକ୍ଷା ବୈଠକରେ ଯୋଗ ଦେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ସାମ୍ୱାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଜିଲ୍ଲାର ସମୀକ୍ଷା ବୈଠକରେ ଜିଲ୍ଲା ପ୍ରଶାସନକୁ ଏ ସମସ୍ତ ଟାକ୍ସ ଦେଇଛି ପୁଣି ଦୁଇ ମାସ ପରେ ମୁଁ ଆସି ଏ ସବୁ ସମୀକ୍ଷା କରିବି ବୋଲି ମନ୍ତ୍ରୀ ଶ୍ରୀ ପୁଜାରୀ କହିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା, ଜିଲ୍ଲାପାଳ ଅନ୍ୟା ଦାସ, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପ୍ରଦୀପ ସାହୁଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଏହି ବୈଠକରେ ଯୋଗ ଦେଇଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *