February 5, 2025
Home » ଆଜି ନୟାଗଡ଼ ଜିଲ୍ଲା ମହୋତ୍ସବ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ।

ଆଜି ନୟାଗଡ଼ ଜିଲ୍ଲା ମହୋତ୍ସବ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ।

0

ନୟାଗଡ଼ ଜିଲ୍ଲା ମହୋତ୍ସବ ଆଜି ଠାରୁ ୨୮ତାରିଖ ପର୍ଯ୍ୟନ୍ତ ପାଞ୍ଚଦିନ ବ୍ୟାପି ଧୁମଧାମରେ ପାଳନ ପାଇଁ ଜିଲ୍ଲା ପ୍ରଶାସନ ଜୋରସୋରରେ ଲାଗିପଡ଼ିଥିବା ଜଣାପଡ଼ିଛି ।ମଞ୍ଚରେ ବିଭିନ୍ନ ନାମକରା ସିନେ ଅଭିନେତା, ଅଭିନେତ୍ରୀ, କଣ୍ଠଶିଳ୍ପୀ ଓ ସାଂସ୍କୃତିକ ଦଳମାନଙ୍କ ଦ୍ଵାରା ଚିତ୍ତାକର୍ଷକ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ ହେବା ସହ ଦର୍ଶକମାନେ ଜର୍ମାନ ହ୍ୟାଙ୍ଗରରେ ବସି ମଜ୍ଜା ନେବାର ସୁବିଧା ପାଇବା ପ୍ରଶାସନ ପକ୍ଷରୁ ଏକ ସାମ୍ପାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ମହୋତ୍ସବ ଆସନ୍ତା ୨୪ ରୁ ୨୮ ପର୍ଯ୍ୟନ୍ତ ହେବାକୁ ଥିଲାବେଳେ ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୁଖ୍ୟ ଅତିଥ୍ ଭାବେ ଯୋଗଦେଇ ମହୋତ୍ସବକୁ ଉଦଘାଟନ କରିଛନ୍ତି ଅନ୍ୟପକ୍ଷରେ ମହୋତ୍ସବରେ ପାଖାପାଖି ୩୧୩ ଷ୍ଟଲ ପଡିବାକୁ ଥିବାବେଳେ ଓରମାସ ୧୧୬ଟି ଷ୍ଟଲ, ପୁସ୍ତକ ମେଳା –୨୦ଟି ଷ୍ଟଲ, କୃଷି ଯନ୍ତ୍ରପାତି ମେଳା – ୬୦ଟି ଷ୍ଟଲ,ଖାଦ୍ୟ ଷ୍ଟଲ-୫୦ଟି, ମିଶନ ଶକ୍ତି -୨୦ଟି ଷ୍ଟଲ, ହସ୍ତଶିଳ୍ପ – ୧୦ଟି ଷ୍ଟଲ, ପୋଲିସ, ଫାୟାର, ମେଡିକାଲ – ୬ଟି ଷ୍ଟଲ, ବିଭିନ୍ନ ବିଭାଗ-୨୪ଟି ଷ୍ଟଲ ବିଜ୍ଞାପନ -୭ଟି ଷ୍ଟଲ ପଡ଼ିବା ସ୍ଥିରୀକୃତ ହୋଇଛି ।

ଜଗନ୍ନାଥ ମନ୍ଦିର ଠାରୁ ଷ୍ଟାଡିୟମ ପଡ଼ିଆ ଏବଂ ପି.ଟି.ଏସ ରାସ୍ତାରୁ ଷ୍ଟାଡିୟମ ପର୍ଯ୍ୟନ୍ତ ରସ୍ତା ନିର୍ମାଣ ଓ ଆଲୋକିକରଣ କାର୍ଯ୍ୟ ମିଶନ୍ ମୋଡରେ ମହୋତ୍ସବ ପୂର୍ବରୁ ସମାପ୍ତ କରାଯିବ । ପୋଲିସ ଏବଂ ଗୃହରକ୍ଷୀ ବାହିନୀ ଆଇନ୍ ଶୃଙ୍ଖଳା ପାଇଁ ଜଗନ୍ନାଥ ମନ୍ଦିର ଠାରୁ ପି.ଟି.ଏସ. ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ମୃତୟନ ହେବେ । ନୟାଗଡ, ସ୍ଵୟଂ ଶାସିତ ମହାବିଦ୍ୟାଳୟର ଏନ.ସି.ସି. ଛାତ୍ରମାନେ ସ୍ୱେଚ୍ଛାକୃତ ଭାବେ ଆଇନ୍ ଶୃଙ୍ଖଳା ରକ୍ଷା କରିବାରେ ପୋଲିସଙ୍କୁ ସାହାଯ୍ୟ କରିବେ । ସମଗ୍ର ମହୋତ୍ସବ କାର୍ଯ୍ୟକ୍ରମକୁ ସି.ସି. ଟିଭି କଭରେଜ୍ ମଧ୍ୟରେ ରଖାଯିବା ପାଇଁ ସ୍ଥିର କରାଯାଇଛି । ଏଥୁ ନିମନ୍ତେ ଏକ କଣ୍ଟ୍ରୋଲ ରୁମର ବ୍ୟବସ୍ଥା କରାଯିବା, ପି.ଟି.ଏସ. ପଡ଼ିଆରେ ସମସ୍ତ ଦୁଇଚକିଆ ଓ ଚାରିଚକିଆ ଯାନ ସବୁ ପାର୍କିଂ ବ୍ୟବସ୍ଥା କରାଯାଇଛି । କେବଳ ଅତିଥିମାନଙ୍କର ଯାନଗୁଡ଼ିକ ଷ୍ଟାଡିୟମ ପର୍ଯ୍ୟନ୍ତ ଯାଇ ସମ୍ମୁଖରେ ରାସ୍ତାକଡ଼ରେ ଉଦ୍ଦିଷ୍ଟ ସ୍ଥାନରେ ପାର୍କିଂ କରାଯିବ । ସାମ୍ପାଦିକମାନଙ୍କର ଯାନଗୁଡ଼ିକ ମଧ୍ୟ ଷ୍ଟାଡିୟମ ସମ୍ମୁଖରେ ରଖାଯିବା ପାଇଁ ବ୍ୟବସ୍ଥା କରାଯାଇଛି ।ହସ୍ତଶିଳ୍ପ, ହସ୍ତତନ୍ତ ଓ ଶୁଖୁଲା ଖାଦ୍ୟ-ମସଲା ସାମଗ୍ରୀର କିଣାବିକା ଏବଂ ଟେରାକୋଟା ଓ କାର୍ପେଟ୍ ସହ ବାହାର ରାଜ୍ୟ ହସ୍ତଶିଳ୍ପ ସାମଗ୍ରୀର ଅପୂର୍ବ ସମ୍ଭାର ସହ ହାତ ତିଆରି ଜିନିଷର ପସରା ସହିତ ଓ ବିଭିନ୍ନ ଜିଲ୍ଲାର ଏସ.ଏଚ୍.ଜି. ମାନଙ୍କ ଦ୍ଵାରା ତିଆରି ଦ୍ରବ୍ୟର କିଣାବିକା ହେବ । ପିଲାଙ୍କ ମନୋରଂଜନ ପାଇଁ ନାଚ, ଗୀତ, ଦୋଳି, ଖେଳନା ଓ ମୀନାବଜାର ଖୋଲାଯିବ। ପ୍ରତି ସନ୍ଧ୍ୟାରେ ରାଜ୍ୟ ତଥା ରଜ୍ୟ ବାହାରର କଳାକାର ମାନଙ୍କୁ ନେଇ ସାଂସ୍କୃତ କାର୍ଯ୍ୟକ୍ରମ ପରିବେଷଣ ସହିତ ,ମହୋତ୍ସବ ଷ୍ଟଲଗୁଡ଼ିକ ଦିବା ୧୦ଘଟିକା ଠାରୁ ରାତ୍ର ୧୦ଘଟିକା ପର୍ଯ୍ୟନ୍ତ ଖୋଲା ରହିବା ଜିଲ୍ଲାପାଳ ଅକ୍ଷୟ ସୁନିଲ୍ ଅଗ୍ରୱାଲ ଓ ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ ସୁଚନା ଦେଇଛନ୍ତି ।

ନୟାଗଡ ଜିଲ୍ଲା ଇପିଏ ରୁ ଗୋକୁଳ ଷଡ଼ଙ୍ଗୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *