ଆଠଗଡ଼ ଓକିଲ ସଂଘ ନିର୍ବାଚନ
ଆଠଗଡ଼,: ଆଠଗଡ଼ ଓକିଲ ସଂଘ ନିର୍ବାଚନରେ ଜଗଦାନନ୍ଦ ତ୍ରିପାଠୀ ସଭାପତି ଏବଂ ବନବିହାରୀ ସାହୁ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି।ଉକ୍ତ ନିର୍ବାଚନରେ ସଭାପତି ପ୍ରାର୍ଥୀ ଜଗଦାନନ୍ଦ ତ୍ରିପାଠୀ ୮୦ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ପ୍ରମୋଦ କୁମାର ଜେନା ୫୯ ଖଣ୍ଡ ଭୋଟ ପାଇଥିଲେ।ସମ୍ପାଦକ ପ୍ରାର୍ଥୀ ବନବିହାରୀ ସାହୁ ୮୪ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ସରୋଜ ପଟ୍ଟନାୟକ ୫୫ ଖଣ୍ଡ ଭୋଟ ପାଇଥିଲେ।ଉପସଭାପତି ସୁବାସ ଚନ୍ଦ୍ର ସାହୁ,ଯୁଗ୍ମ ସମ୍ପାଦକ ରଞ୍ଜନ ନାୟକ,ସହ ସମ୍ପାଦକ ସୁପ୍ରଭା ଦୋରା, କୋଷାଧ୍ୟକ୍ଷ ଭାବେ ଶ୍ରୀନିବାସ ଦାସ, କାର୍ଯ୍ୟକାରିଣୀ କମିଟିର ସଭ୍ୟ ଭାବେ ଦିପାଳି ଦାଶ ଓ ରାଜେନ୍ଦ୍ର ମହାପାତ୍ର ନିର୍ବାଚିତ ହୋଇଛନ୍ତି।
