November 19, 2025
Home » ଆଡକଟାରେ କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଦ୍ୟୁତ୍ ଖୁଣ୍ଟ, ବିଦ୍ୟୁତ୍ ସରବରାହ ବନ୍ଦ

ଆଡକଟାରେ କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଦ୍ୟୁତ୍ ଖୁଣ୍ଟ, ବିଦ୍ୟୁତ୍ ସରବରାହ ବନ୍ଦ

0
WhatsApp Image 2025-04-20 at 8.22.09 PM

ଗଣିଆ – ଗଣିଆ ବ୍ଳକ ଆଡକଟାରେ ଆଜି ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ପବନ ସାଙ୍ଗକୁ କୁଆପଥର ମାଡ ଦେଖିବାକୁ ମିଳିଥିଲା । ଦିନ ୩ ଘଟିକା ପର୍ଯ୍ୟନ୍ତ ପ୍ରବଳ ଗୁଳୁଗୁଳି ସାଙ୍ଗକୁ ଡହଡହ ଖରା ହୋଇଥିବା ବେଳେ ୩ ଘଟିକା ପରେ ବର୍ଷା ପବନ ମାଡ଼ି ଆସିଥିଲା । ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ରୁଜି ପଡ଼ିଥିବା ବେଳେ ଆଡକଟାରେ ଏକ ବିଦ୍ୟୁତ୍ ଖୁଣ୍ଟ ସଂପୂର୍ଣ୍ଣ ଭାଙ୍ଗିରୁଜି ଚୁରମାର ହୋଇଯାଇଛି ।

ଅନେକ ସ୍ଥାନରେ ବିଦ୍ୟୁତ୍ ତାର ଛିଣ୍ଡି ଯାଇଥିବା ଜଣାପଡିଛି । ଫଳରେ ଗଣିଆରେ ବିଦ୍ୟୁତ ସରବରାହ ବନ୍ଦ ରହିଛି । ଘଟଣାସ୍ଥଳରେ ବିଦ୍ୟୁତ୍ କର୍ମଚାରୀ ପହଞ୍ଚି ମରାମତି ଜାରି ରଖିଛନ୍ତି ।

Leave a Reply

Your email address will not be published. Required fields are marked *