November 28, 2025
Home » ଆତଙ୍କବାଦୀ ଙ୍କ ବିସ୍ଫୋରଣ ପରେ ଏବେ ସାରା ଦେଶରେ ହାଇ ଆଲର୍ଟ

ଆତଙ୍କବାଦୀ ଙ୍କ ବିସ୍ଫୋରଣ ପରେ ଏବେ ସାରା ଦେଶରେ ହାଇ ଆଲର୍ଟ

0
WhatsApp Image 2025-11-14 at 12.28.58 PM

ଲାଲକିଲ୍ଲା ସମ୍ମୁଖ ର ଆତଙ୍କବାଦୀ ଙ୍କ ବିସ୍ଫୋରଣ ପରେ ଏବେ ସାରା ଦେଶରେ ହାଇ ଆଲର୍ଟ। ପର୍ଯ୍ୟଟନ ସହର ପୁରୀ କୁ ପ୍ରତିଦିନ ହଜାର ହଜାର ଲୋକ ଙ୍କ ଆଗମନ ହେଉଥିବାରୁ ଆତଙ୍କବାଦ କାର୍ଯ୍ୟକଳାପ ଆଶଙ୍କା କୁ ଦୃଷ୍ଟିରେ ରଖାଯାଇ ଶ୍ରୀ ମନ୍ଦିର ସମେତ ସମଗ୍ର ପୁରୀ ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି। ସବୁ ଆଡ଼େ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ପୁରୀ ପୋଲିସ୍ ପକ୍ଷରୁ କୁହାଯାଇଛି। ହେଲେ ବର୍ତ୍ତମାନ ସ୍ଥିତି ରେ ଶ୍ରୀ ମନ୍ଦିର ଓ ପୁରୀ ସହର ପାଇଁ ବଡ ହେଉଚି ବେଆଇନ ଲଜିଂ। ଶ୍ରୀ ମନ୍ଦିର ଚାରିପାଖ ରେ ଥିବା ସାହି ଗୁଡ଼ିକ ରେ ଛତୁ ଫୁଟିଲା ଭଳି ବେଆଇନ ଲଜିଂ ତଥା ହୋମ ଷ୍ଟେ ରହିଚି । ଏହି ଲଜିଂ ତଥା ହୋମ ଷ୍ଟେ ଗୁଡ଼ିକ ର ପୁରୀ ପୌରପଳିକା ପ୍ରଦାନ କରୁଥିବା ଟ୍ରେଡ୍ ଲାଇସେନ୍ସ ନାହିଁ। ବେଆଇନ ଭାବେ ଖୁଲମ ଖୁଲା ଯାତ୍ରୀ ଙ୍କୁ ଲଜିଂ ରେ ରଖାଯାଉଛି। ରହୁଥିବା ଯାତ୍ରୀ ଙ୍କ ଠାରୁ କୌଣସି ପରିଚୟ ପତ୍ର ରଖାଯାଉନାହିଁ। କେଉଁ ଯାତ୍ରୀ କେଉଁ ସ୍ଥାନ ରୁ ଆସିଛନ୍ତି କୌଣସି ସୂଚନା ରଖାଯାଉନାହିଁ। ଯାହାକି ଶ୍ରୀ ମନ୍ଦିର ସମେତ ପୁରୀ ସହର ପାଇଁ ବଡ ବିପଦ ସୃଷ୍ଟି କରୁଛି। ଯଦି କେହି ଦୁର୍ବୃତ୍ତ ଏହି ବେଆଇନ ଲଜ୍ ରେ ରହି କିଛି ଅଘଟଣ ପାଇଁ ଷଡ଼ଯନ୍ତ୍ର କରେ ଆଗାମୀ ଦିନରେ ଭୟଙ୍କର ଅଘଟଣ ଘଟିବାର ଆଶଙ୍କା ରହିଛି। ଅର୍ଥ ରୋଜଗାର ଲାଳସା ରେ ବେଆଇନ ଲଜ ବ୍ୟବସାୟ କରୁଛନ୍ତି ଅନେକ ବ୍ୟକ୍ତି। ନିଜ ଘର କୁ ହୋମ ଷ୍ଟେ ବ୍ୟବସାୟ ର ଲଗାଇ ଭଲ ରୋଜଗାର କରୁଛନ୍ତି। ଯାହାକି ସହର ପାଇଁ ବିପଦ ସୃଷ୍ଟି କରୁଛି। ଏହି ବେଆଇନ ଲଜ୍ ଓ ହୋମ ଷ୍ଟେ ଗୁଡ଼ିକୁ ପୋଲିସ ଓ ପ୍ରଶାସନ କଡାକଡି ଯାଞ୍ଜ କରି ଏହାକୁ ବନ୍ଦ କରିବାକୁ ବୁଦ୍ଧିଜୀବି ଦାବି କରିଛନ୍ତି। ଦୀପ ତଳ ଅନ୍ଧାର ଭଳି ସହର ରେ କଡା ସୁରକ୍ଷା ବ୍ୟବସ୍ଥା ଥିଲେ ମଧ୍ୟ ଏହି ବେଆଇନ ଲଜ ସାହାଯ୍ୟ ରେ ଆତଙ୍କୀ ମାନେ ଶ୍ରୀ ମନ୍ଦିର ଓ ପୁରୀ ସହର ରେ ଅଘଟଣ ଘଟାଇବା ଆଶଙ୍କା ରହିଚି।

ପୁରୀ ସହର ଛୋଟ ବଡ ହୋଟେଲ, ଗେଷ୍ଟ ହାଉସ, ଲଜିଂ, ଧର୍ମଶାଳା କୁ ହିସାବ କୁ ନେଲେ ଏହି ସଂଖ୍ୟା ଏକ ହଜାର ରୁ ଅଧିକ ହେବ। ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ, ଶ୍ରଦ୍ଧାଳୁ ଏହି ହୋଟେଲ, ଗେଷ୍ଟ ହାଉସ, ଲଜିଂ, ଧର୍ମଶାଳା ରେ ରୁହନ୍ତି। ତେବେ ଯାତ୍ରୀ ଙ୍କୁ ରଖିବାକୁ ବେଳେ ସବୁ ହୋଟେଲ, ଗେଷ୍ଟହାଉସ, ଲଜ୍ କୁ ପୁରୀ ପୌର ପାଳିକା ଠାରୁ ଟ୍ରେଡ ଲାଇସେନ୍ସ ଓ ପଞ୍ଜିକରଣ ବାଧ୍ୟତା ମୂଳକ। ପର୍ଯ୍ୟଟକ ଙ୍କ ସୁରକ୍ଷା ପାଇଁ ଫାୟାର ସେଫ୍ଟି, ପାର୍କିଂ ବ୍ୟବସ୍ଥା ବାଧ୍ୟତା ମୂଳକ। ଯେଉଁ ଯାତ୍ରୀ ମାନେ ରହିବେ ସେମାନଙ୍କ ସଠିକ୍ ବୈଧ ପରିଚୟ ପତ୍ର ରଖିବା ଓ ରେଜିଷ୍ଟର ରେ ନାମ ଲେଖା ସହ ଯିବା ଆସିବା ସମୟ ଲେଖିବା ବାଧ୍ୟତାମୂଳକ। କୌଣସି ବିଦେଶୀ ବ୍ୟକ୍ତି କିମ୍ବା ସନ୍ଦିଗ୍ଧ ବ୍ୟକ୍ତି ଆସିଲେ ତୁରନ୍ତ ସ୍ଥାନୀୟ ପୋଲିସ କୁ ଖବର ଦେବାର ନିୟମ ରହିଛି। ନିୟମ ଉଲଘଂନ କଲେ ଲାଇସେନ୍ସ ବାତିଲ ସହ ଜରିମାନା ଓ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ମଧ୍ୟ ରହିଛି। ହେଲେ ଏହାକୁ ଭ୍ରୁପେକ୍ଷ ନ କରି କେତେକ ବ୍ୟକ୍ତି ନିଜର ଆବାସିକ ଘର କୁ ବେଆଇନ ଭାବେ ବିନା ପଞ୍ଜିକରଣ ରେ ହୋମ ଷ୍ଟେ ତଥା ଲଜ୍ ରେ ପରିଣତ କରି ବେପାର ଚଳାଇଛନ୍ତି। ପଞ୍ଜିକରଣ କରିନଥିବା ହେତୁ ଏହି ବେଆଇନ ଲଜ୍ ରେ କେଉଁ ବ୍ୟକ୍ତି ଆସି ରହିଛନ୍ତି ସେ ନେଇ ପୋଲିସ କି ପ୍ରଶାସନ ନିକଟ ର ସୂଚନା ରହୁନାହିଁ। ଯାହାକୁ ନେଇ ବୁଦ୍ଧିଜୀବି ଉଦବେଗ ପ୍ରକାଶ କରିଛନ୍ତି। ଏହି ବେଆଇନ କାର୍ଯ୍ୟ କୁ ରୋକା ନ ଗଲେ ଆଗାମୀ ଦିନରେ ଏହା ସୁରକ୍ଷା ବ୍ୟବସ୍ଥା କୁ ବଡ ବିପଦ ହେବ ବୋଲି ପୋଲିସ କୁ ବୁଦ୍ଧିଜୀବି ସତର୍କ କରାଇଚନ୍ତି।

ବୁଦ୍ଧିଜୀବି ଶରତ ରାୟଗୁରୁ ନିଜ ପ୍ରତିକ୍ରିୟାରେ କୁହନ୍ତି, ପୁରୀ ସହର ରେ ଯେଉଁ ଲଜ୍ ବ୍ୟବସାୟ ଚାଲିଚି ବହୁତ୍ ଗୁଡ଼ିକ ର ଟ୍ରେଡ ଲାଇସେନ୍ସ ନାହିଁ କି ପ୍ରଶାସନ ନିକଟ ରେ ପଞ୍ଜିକରଣ ହୋଇନି। ଅନେକ ଲୋକ ନିଜ ଘର କୁ ହୋମ ଷ୍ଟେ କରିଛନ୍ତି ଯାହାକି ବହୁତ୍ ବିପଦଜନକ। ଏହି ବେଆଇନ ଲଜ୍, ହୋମ ଷ୍ଟେ ବିଷୟରେ ପୋଲିସ, ପ୍ରଶାସନ ନିକଟ ରେ ମଧ୍ୟ ଖବର କି ସୂଚନା ନାହିଁ। ସବୁଠୁ ବଡ କଥା ହେଉଛି ଶ୍ରୀ ମନ୍ଦିର ଚାରିପାଖ ରେ ବହୁ ବେଆଇନ ଲଜ୍ ରହିଚି। ତାଙ୍କର କିଛି ବି ଲାଇସେନ୍ସ ନାହିଁ। ସେଠାରେ ଯେଉଁ ସନ୍ଧିଗ୍ଧ ବ୍ୟକ୍ତି ମାନେ ରହିବେ ସେମାନେ ଶ୍ରୀ ମନ୍ଦିର ପାଇଁ ବିପଦ। ବିନା ବୈଧ କାଗଜ ପତ୍ର ଓ ବିନା ଲାଇସେନ୍ସ ଯେଉଁ ବେଆଇନ ଲଜ୍ ରହିଛି ସେଗୁଡିକ ପ୍ରତି ପ୍ରଶାସନ ଓ ପୋଲିସ ର ନିଘା ରହିବା ଉଚିତ୍। ଯଦି ଏହି ବେଆଇନ ଲଜ ଉପରେ ନଜର ନ ରହେ ବହୁତ୍ ବିପଦ ଆଶଙ୍କା ରହିଛି। ପୁରୀ ପୌର ପାଳିକା ର ସ୍କ୍ୱାର୍ଡ କେବଳ ଗରୀବ ଲୋକ ଟିଏ ଯଦି କିଏ କେବିନ୍ ପକାଇଛି ତାଙ୍କ ଉପରେ ଜୁଲମ କରୁଛି। କିନ୍ତୁ ବେଆଇନ ଲଜ କରିଥିବା ବ୍ୟକ୍ତି ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ନେବାରେ ଚୁପ୍ ବସିଛି। କେବଳ ଧର୍ମ କୁ ଆଖିଠାର ଭଳି କାର୍ଯ୍ୟାନୁଷ୍ଠାନ ହେଉଚି। ତୁରନ୍ତ ପୁରୀ ପୋଲିସ୍ ଓ ପ୍ରଶାସନ ଲଜ ଗୁଡିକ ପାଇଁ ଗାଇଡ ଲାଇନ କଡାକଡି କରନ୍ତୁ। ନହେଲେ ଏହା ଆଗାମୀ ଦିନରେ ବଡ ବିପଦ ସୃଷ୍ଟି କରିବ।

ଯୁବ ଆଇନଜିବି ଅନିଲ କୁମାର ସାହୁ ନିଜ ପ୍ରତିକ୍ରିୟାରେ କୁହନ୍ତି, ଶ୍ରୀ ମନ୍ଦିର ଚାରିପାଖରେ ଥିବା ସାହି ଗୁଡ଼ିକ ରେ ଓ ପୁରୀ ସହର ରେ ଅନେକ ବେଆଇନ ଲଜ କରାଯାଇଛି। ତାହାର ସୂଚନା ପୁରୀ ଜିଲା ପ୍ରଶାସନ ପାଖରେ ନାହିଁ। କିଛି ମାସ ତଳେ ପାକିସ୍ଥାନ ର ଗୁପ୍ତଚର ଜ୍ୟୋତି ମାଲହୋତ୍ରା ପୁରୀ ଆସିଥିଲେ। ଏଣୁ ବିଭିନ୍ନ ସନ୍ଧିଗ୍ଧ ବ୍ୟକ୍ତି ଆସି ଏହି ବେଆଇନ ଲଜ ରେ ରହି ଅଘଟଣ ଘଟାଇବା ଆଶଙ୍କା ରହିଛି। ଏଣୁ କେବଳ ହାଇ ଆଲର୍ଟ ଘୋଷଣା କରିଦେଲେ କେବଳ ହେବ ନାହିଁ। ହୋଟେଲ, ଲଜ ଗୁଡ଼ିକୁ କଡା ଯାଞ୍ଜ କରାଯାଉ। ବେଆଇନ ଲଜ୍ କରିଥିବା ବ୍ୟକ୍ତି ଙ୍କ ବିରୁଦ୍ଧ ରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। କେବଳ ଗରୀବ ଦୋକାନୀ ଙ୍କୁ କେବଳ ପୌରପାଳିକା ଉଚ୍ଛେଦ କରୁଚି ହେଲେ ପ୍ରକୃତ ର ଯେଉଁ ମାନେ ବେନିୟମ କାର୍ଯ୍ୟ କରୁଛନ୍ତି ସେମାନଙ୍କ ବିରୋଧ ରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି। ଯଦି ସାମଗ୍ରିକ ଭାବେ ଦେଖିବା ପୁରୀ ସହର ରେ ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ ଲୋକ ଦେଖାଣିଆ ସହିତ ସମ୍ପୂର୍ଣ ଢିଲା। ପୁରୀ ସହର ର ସୁରକ୍ଷା ପାଇଁ ପୋଲିସ ପ୍ରଶାସନ ସମ୍ପୂର୍ଣ ସଜାଗ ହେବା ଦରକାର। ସରକାର ଏ ନେଇ ମଧ୍ୟ ପଦକ୍ଷେପ ନେବା ଦରକାର। ପୁରୀ ରେ ଛତୁ ଫୁଟିଲା ଭଳି ବେଆଇନ ଲଜ ଥିବା ବେଳେ ଏ ନେଇ ପ୍ରଶାସନ ପାଖରେ କୌଣସି ସୂଚନା ନାହିଁ। ଏଣୁ ଆମେ ପ୍ରଶାସନ କୁ ଅନୁରୋଧ କରୁଚୁ ପୁରୀ ସହର ରେ କେତେ ହୋଟେଲ, ଲଜ୍ ରହିଚି ତାହାର ଏକ ସବିଶେଷ ତଥ୍ୟ ରଖୁ।

ପୁରୀ ଏସପି ପ୍ରତୀକ ସିଂ ନିଜ ପ୍ରତିକ୍ରିୟାରେ କୁହନ୍ତି, ପୁରୀ ରେ ଥିବା ସବୁ ହୋଟେଲ, ଲଜ ମାଲିକ ଙ୍କ ସହ ଆମର ବୈଠକ ହୋଇଚି। ଯାହା ନିୟମ ରହିଛି ତାହା ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରହୁଥିବା ଯାତ୍ରୀ ଙ୍କ ସମ୍ପୂର୍ଣ ଠିକଣା ଓ ପରିଚୟ ଦେଇ ରଖିବା ପାଇଁ କୁହାଯାଇଛି। କୌଣସି ସନ୍ଧିଗ୍ଧ ବ୍ୟକ୍ତି ନଜର କୁ ଆସିଲେ ପୋଲିସ କୁ ଖବର ଦେବାକୁ କୁହାଯାଇଛି। ମଝିରେ ଥିବା ଆମ ପୋଲିସ ଟିମ ମଧ୍ୟ ସରପ୍ରାଏଜ୍ ଭିଯିଟ କରି ଚେକ୍ କରୁଛନ୍ତି। ତେବେ ବିନା ପଞ୍ଜିକରଣ ରେ ହୋଇଥିବା ଲଜ ଉପରେ କାର୍ଯ୍ୟନୁଷ୍ଠାନ ନିଆଯାଉଛି। ତେବେ ହୋମ ଷ୍ଟେ ଓ ଲଜ୍ କୁ ନେଇ ଏକ ନୂଆ ଏସଓପି ଆଣିବାକୁ ଚିନ୍ତା କରାଯାଉଛି । ଏ ନେଇ ଖୁବ୍ ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ।

 

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *