March 1, 2026
Home » ଆତ୍ମରକ୍ଷା କୌଶଳ ଶିବିର ଉଦଯାପିତ

ଆତ୍ମରକ୍ଷା କୌଶଳ ଶିବିର ଉଦଯାପିତ

0
WhatsApp Image 2026-03-01 at 12.34.04 PM

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆମେଚର ତାଇକୋଣ୍ଡ ଆସୋସିଏସନ୍ ଆନୁକୂଲ୍ୟରେ କେନ୍ଦୁଝର ଷ୍ଟାଡିୟମ ଠାରେ ରବିବାର ଦିନ ଟାଇକୋଣ୍ଡୋ ଟ୍ରେନିଂ ସେଣ୍ଟର ପକ୍ଷରୁ ଓଡିଶାରେ ବଢ଼ୁଥୁବା ଅପରାଧକୁ ରୋକିବା ପାଇଁ ମହିଳା ଓ ସ୍କୁଲ କଲେଜର ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ସ୍ବତନ୍ତ୍ର ଆତ୍ମରକ୍ଷା କୌଶଳ ଶିବିର ରବିବାର ଉଦଯାପିତ ହୋଇଯାଇଛି। ଶିବିରରେ ଯୋଗ ଦେଇଥିବା ପ୍ରଶିକ୍ଷାର୍ଥୀଙ୍କୁ ପୁମ୍ପି ଓ ଆଡଭାନ୍ସ ଫାଇଟିଂ ଟେକନିକ୍ ମହିଳାମାନଙ୍କ ପାଇଁ ସ୍ଵତନ୍ତ୍ର ଆତ୍ମରକ୍ଷା କୌଶଳ ସମ୍ପର୍କରେ ତାଲିମ ଦିଆଯାଇ ଥିଲା । ଏଥିସହିତ ଓଡ଼ିଶା ତାଇକୋଣ୍ଡ ଆସୋସିଏସନର ସମ୍ପାଦକ ତଥା ସେଭେନ ଡାନ୍ ଇଣ୍ଟରନ୍ୟାସନାଲ ଗ୍ରାଣ୍ଟମାଷ୍ଟର ଗୋପାଳ ଚନ୍ଦ୍ର ରାୟଙ୍କ ଦ୍ବାରା କଲର ବେଲ୍‌ ବଲ୍ଲ ଟେଷ୍ଟ ଦେଇ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ତ୍ରୀଙ୍କୁ ମାନପତ୍ର ଓ କଲର ବେଲ୍‌ ପ୍ରଦାନ କରାଯାଇଥିଲା। । କଲର ବେଲ୍‌ ଟେଷ୍ଟରେ ପାସ କରିଥିବା ଛାତ୍ରଛାତ୍ରୀମାନେ ହେଲେ ସ୍ବର୍ଣ୍ଣ ପୁଷ୍ପଶ୍ରୀ ସାହୁ , ଏଆର୍ ରୁଦ୍ରାଶି , ଶୁଭ୍ରଂଶ ସାହୁ , ଲିପୁନ କୁମାର ନାଏକ , ଅମିତ ନାଏକ , ବିଷ୍ଣୁପ୍ରିୟା ଦତ୍ତ , ଗୁଞ୍ଜନ ପୃଷ୍ଟି , ପ୍ରତ୍ୟୁଷା ପ୍ରିୟଦର୍ଶିନୀ ପ୍ରଧାନ ଓ ଅର୍ପିତା ଅରୁନ୍ଧତୀ ପ୍ରଧାନ I ଏହି କଯ୍ୟକ୍ରମରେ ଟାଇକୋଣ୍ଡୋ ଟ୍ରେନିଂ ସେଣ୍ଟର ପକ୍ଷରୁ ସିନିୟର ବ୍ଲାକବେଲ୍ଟ ହୋଲଡର ତଥା ଓଟିଏ ସ୍ୱୀକୃତିପ୍ରାପ୍ତ ପ୍ରଶିକ୍ଷିକ ଟଙ୍କଧର ଟଙ୍କ ନାଏକ , ଦିଗବିଜୟ ବେହେରା ଓ ପାର୍ଥସାରଥୀ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା କେନ୍ଦୁଝର ଜିଲ୍ଲା ଆମେଚର ତାଇକୋଣ୍ଡ ଆସୋସିଏସନର ସଭାପତି ପ୍ରଦୀପ ମହାନ୍ତି, ସମ୍ପାଦକ ନିର୍ମଳ ଚନ୍ଦ୍ର ନାୟକ, ସିନିୟର ବ୍ଲାକବେଲ୍ଟ ହୋଲଡର ମନୋଜ ପାତ୍ର, ଏମ୍ମି ସାକିଲ, ଜିତେନ୍ଦ୍ର ଓରାମ, ମାନସ ରଞ୍ଜନ ବାରିକ, ଦେବରାଜ ସାହୁ, ରିଧୂମା ଲାୟକ, ସ୍ଥିତିପ୍ରଜ୍ଞା ଗିରି , ସ୍ମୃତିଲବ୍ଧ। ନାୟକ , ଆସ୍ଥାମଣି ମଝି ଓ ଅମ୍ବିତ ହାଁସଦା ପ୍ରମୁଖ ତାଲିମ ଶିବିରକୁ ପରିଚାଳନାରେ ସହ ସହଯୋଗ କରିଥିଲେ।
କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *