ଆନ୍ତଃ ଜିଲ୍ଲା ଯୁବ ବିନିମୟ ପ୍ରଶିକ୍ଷଣ ଶିବିର
ବରଗଡ଼: ଭାରତ ସରକାରଙ୍କ ଯୁବ ଏବଂ ଖେଳ ମନ୍ତ୍ରଣାଳୟର ଅଧୀନରେ କାର୍ଯ୍ୟ କରୁଥିବା ମେରା ଯୁବ ଭାରତ ବରଗଡ, ଦ୍ବାରା ଏକ ପାଞ୍ଚ ଦିନିଆ ଆନ୍ତଃ ଜିଲ୍ଲା ଯୁବ ବିନିମୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଭିଡ଼ି ପ୍ଲେସ ବରଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଅଛି l ଏହି ଶିବିରରେ ଗଞ୍ଜାମ ଜିଲ୍ଲା ର ୧୦ ଜଣ ଯୁବତୀ ଓ ୨୭ ଜଣ ଯୁବକ ଅଂଶଗ୍ରହଣ କରିଛନ୍ତି l ଏହି ଶିବିର ୦୨/୦୨/୨୦୨୬ ରୁ ୦୬/୦୨/୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ l ଶିବିରର ପ୍ରଥମ ଦିବସରେ ଜିଲ୍ଲା ଯୁବ ଅଧିକାରୀ ଶ୍ରୀ କମଳ ସା ସ୍ବାମୀ ବିବେକାନନ୍ଦ ଙ୍କ ଫଟୋ ଚିତ୍ରରେ ଦୀପ ପ୍ରଜ୍ଜ୍ୟଲନ ପୂର୍ବକ ପୁଷ୍ପମାଲ୍ୟ ଦେଇ ଶିବିରକୁ ଉତଘାଟନ କରିଥଲେ l ଦ୍ୱିତୀୟ ଦିନରେ ବରଗଡ଼ ଜିଲ୍ଲା ଅର ସି ଟି , ଆଇ ଆଇ ଏଚ୍ ଟି ଏବଂ ସାଇନ୍ସ ପାର୍କ ରେ ଜିଲ୍ଲାପାଳ ବରଗଡ ଶ୍ରୀ ଆଦିତ୍ୟ ଗୋୟଲ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏବଂ ପ୍ରାକୃତିକ ବିପର୍ଯୟ ପରିଚାଳନା ଉପରେ ଜିଲ୍ଲା ଅଗ୍ନିସମ ଅଧିକାରୀ ପ୍ରଶିକ୍ଷଣ ଦେଇଥିଲେ ।
ଇପିଏରୁ ବରଗଡ଼ ଜିଲ୍ଳା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସୀ)
