ଆନ୍ତର୍ଜାତୀୟ ଚାରଣଗୋଷ୍ଠୀ ସାନଗୋରଡ଼ା ଶାଖାର ତ୍ରୟୋବିଂଶ ବାର୍ଷିକ ଉତ୍ସବ ଓ ସମ୍ମିଳନୀ ଉଦଯାପିତ।

ନୟାଗଡ଼: ନୟାଗଡ଼ ଜିଲ୍ଲା ଶରଣକୁଳ ନିକଟବର୍ତ୍ତୀ ସାନଗୋରଡ଼ା ଚାରଣ ଶାଖାର ଆଜି ବାର୍ଷିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ଅନୁଷ୍ଠାନ ପକ୍ଷରୁ ଉକ୍ତ ଗ୍ରାମରେ ସପ୍ତାହ ବ୍ୟାପୀ ଅନୁଷ୍ଠିତ ଆଧ୍ୟାତ୍ମିକ ପରିବେଶରେ ଭାଗବତ ସପ୍ତାହର ଉଦଯାପନ ହୋଇଯାଇଛି। ଆଜି ସକାଳୁ ନୟାଗଡ଼ ଜିଲ୍ଲାର ବିଭିନ୍ନ ଚାରଣ ଶାଖାରୁ ପ୍ରାୟ ୨୦୦ ଚାରଣ ଗୋଷ୍ଠୀର ଭକ୍ତଗଣ ଯୋଗ ଦେଇ ନଗର କୀର୍ତ୍ତନରେ ବାହାରିଥିଲେ। ନଗର କୀର୍ତ୍ତନରୁ ଫେରିବା ପରେ ଅନୁଷ୍ଠାନର ବ୍ୟାସ ମହାରାଜ ଭାଗବତ ପାରାୟଣ ମହାଯଜ୍ଞାର ପରିସମାପ୍ତି କରିଥିଲେ। ଦିବା ୧୧ଟା ସମୟରେ ବିଷ୍ଣୁ ସହସ୍ର ନାମ ଯଜ୍ଞ ଆରମ୍ଭ ହୋଇଥିଲା। ବିଷ୍ଣୁ ସହସ୍ର ନାମ ପାଠ ଓ ସମ୍ପୁଟକ ଶ୍ଳୋକ ସହ ଆହୂତି ପ୍ରଦାନ କରାଯାଇଥିଲା। ତତ୍ପରେ ଗୀତାର ପଞ୍ଚଦଶ ଅଧ୍ୟାୟ ଏବଂ ହନୁମାନ ଚାଳିଶା ପାଠ କରାଯାଇଥିଲା। ଅପରାହ୍ଣ ୪ଘଣ୍ଟା ସମୟରେ ଚାଲୁରହିଥିବା ଘୃତ ଯଜ୍ଞର ପୂର୍ଣ୍ଣାହୁତି ପଣ୍ଡିତ ମାନଙ୍କଦ୍ୱରା ସମାପନ କରାଯାଇଥିଲା ।ନୟାଗଡ଼ ଜିଲ୍ଲା ଚାରଣ ଗୋଷ୍ଠୀର ସାଂଗଠନିକ ବୈଠକରେ ଜିଲ୍ଲା ସଂଗଠକ ରାମକୃଷ୍ଣ ସାହୁ ସଂଚାଳକ ଦାୟିତ୍ଵ ନିଭାଇଥିଲେ। ଆନ୍ତର୍ଜାତୀୟ ଚାରଣଗୋଷ୍ଠୀର ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ବେହେରା, ଦିଲ୍ଲୀପ ମାର୍ଥା, ବୈକୁଣ୍ଠ ନାଥ ପ୍ରଧାନ, ବନମାଳୀ ସାହୁ,ଅଭିମନ୍ୟୁ ବେହେରା ମନୋରଂଜନ ମହାପାତ୍ର, ପ୍ରମୁଖଙ୍କ ସହୋଯୋଗରେ ଉକ୍ତ ବୈଠକର ସଂଗଠନକୁ ଆଗକୁ କିପରି ପ୍ରଚାର ପ୍ରସାର ହେବା ପାଇଁ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ସଂନ୍ଧ୍ୟାରେ ପ୍ରବଚକ ଗୋପାଳ ଚନ୍ଦ୍ର ରାଇଗୁରୁ ସୁନ୍ଦର ଭାବେ “ପରିକ୍ଷିତଙ୍କର ଜୀବନ୍ମୁକ୍ତି” ପ୍ରସଙ୍ଗ ଆଧାରିତ ପ୍ରବଚନ ପ୍ରଦାନ କରିଥିଲେ। ଚାରଣ ଶାଖାର ଆଜି ବାର୍ଷିକ ସମ୍ମିଳନୀ ଓ ସପ୍ତାହ ବ୍ୟାପୀ ଭାଗବତ ପାରାୟଣର ସମସ୍ତ ଦାୟିତ୍ଵ ସାନଗୋରଡ଼ା ଚାରଣ ଶାଖାର ଦଳପତି ତଥା ସଂଗଠକ ସତ୍ୟନାରାୟଣ କର ଭକ୍ତ ମାନଙ୍କୁ ନେଇ ସୁନ୍ଦର ଭାବରେ ସୁପରିଚାଳନା କରିଥିବାରୁ ଭକ୍ତଗଣଙ୍କ ମନରେ ଆନନ୍ଦ ପ୍ରକାଶ ପାଇଥିଲା ।ପ୍ରବଚନ ଶେଷରେ ବ୍ୟାସପୂଜନ କାର୍ଯ୍ୟକ୍ରମ ସମ୍ପାଦନ କରାଯାଇଥିଲା
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।