ଆନ୍ତର୍ଜାତୀୟ ବାଣିଜ୍ୟ ମେଳା – ୨୦୨୪”
ବ୍ରହ୍ମପୁର ୟୁସିପି ଇଞ୍ଜିନିରିଂ ସ୍କୁଲ ପଡିଆ ମଇଦାନରେ “ପ୍ରଥମ ବ୍ରହ୍ମପୁର ଆନ୍ତର୍ଜାତୀୟ ବାଣିଜ୍ୟ ମେଳା – ୨୦୨୪” ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପ୍ରିଲି ପକ୍ଷରୁ ଶୁଭ ଉଦଘାଟନ ହୋଇଛି । କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁଜିତ କୁମାର ଗୁପ୍ତା ଏବଂ ଶ୍ରୀମତୀ ପାୟଲ ଆଚାର୍ଯ୍ୟ ଗୁପ୍ତାଙ୍କ ନେତୃତ୍ବରେ ଆୟୋଜିତ ଏହି ପ୍ରଦର୍ଶନୀ ମେଳାର ଉଦ୍ଘାଟନ ଦିନରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ମହାନଗର ନିଗମ ମେୟର ଶ୍ରୀମତୀ ସଂଘମିତ୍ରା ଦଳାଇ ଯୋଗଦାନ କରିଥିବା ବେଳେ, ସମ୍ମାନିତ ଅତିଥି ରୂପେ ଶିଳ୍ପପତି ସବ୍ୟସାଚୀ ଦାସ, ସମାଜସେବୀ ସୁଶାନ୍ତ ସାବତ, ସାମ୍ବାଦିକ ବିଶ୍ଵନାଥ ପଟ୍ଟନାୟକ, ଅଶୋକ ବ୍ରହ୍ମା, ସମୀର ଆଚାର୍ଯ୍ୟ, ନାରାୟଣ ମହାଙ୍କ ପ୍ରମୁଖ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ।
ଏହି ଅବସରରେ ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ ଏହି ପ୍ରଦର୍ଶନୀ ମେଳାକୁ ପ୍ରଶଂସା କରିଥିଲେ। ଏନେଇ ସଂସ୍ଥାର ମୁଖ୍ୟ ସୁଜିତ୍ ଗୁପ୍ତା କହିଛନ୍ତି ଯେ, ଏହି ମଲ୍ଟି ସେକ୍ଟର B2B ଏବଂ B2C ପ୍ରଦର୍ଶନୀ ଭୁବନେଶ୍ବରରେ ଏକ ମାଇଲଖୁଣ୍ଟ ଇଭେଣ୍ଟ, ଯାହା ୨୦ଟି ରାଜ୍ୟ ଏବଂ ୫ଟି ଦେଶରୁ ଅଂଶ ଗ୍ରହଣ କରିଛନ୍ତି । ଏହି ମେଳା ଉଭୟ ଗ୍ରାହକ ଏବଂ ବ୍ୟବସାୟୀଙ୍କ ପାଇଁ ଅର୍ଥପୂର୍ଣ୍ଣ ସଂଯୋଗ ଏବଂ ବ୍ୟବସାୟିକ ସୁଯୋଗ ସୃଷ୍ଟି କରିବ ବୋଲି ଲକ୍ଷ୍ୟ ରଖାଯାଇଛି ବୋଲି ପରିଚାଳକ ସହଯୋଗୀ ଶ୍ରୀମତୀ ପାୟଲ ଆଚାର୍ଯ୍ୟ ଗୁପ୍ତା ମତ ପ୍ରକାଶ କରିଛନ୍ତି। ତେବେ ସୂଚନା ଅନୁସାରେ ଏହି ବିସ୍ବବ୍ୟାପୀ ବାଣିଜ୍ୟ ଏବଂ ଉପଭୋକ୍ତା ଯୋଗାଯୋଗ ପାଇଁ ଅତୁଳନୀୟ ପ୍ଲାଟଫର୍ମ ସୃଷ୍ଟି କରାଯାଇଛି ବୋଲି ବହୁ ଜନ ସାଧାରଣ ମେଳା ପରିଦର୍ଶକ ପ୍ରେମୀ ମାନେ ମତ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ରଶ୍ମି, ଆକାଶ, ଜ୍ୟୋତି, ଆଦିତ୍ୟ, ଅନୁପ ଏବଂ ଅନନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ଶେଷରେ ସୁଜୀତ ଗୁପ୍ତା ଧନ୍ୟବାଦ ଦେଇଥିଲେ ।
ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )