July 6, 2025
Home » ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଅପୋଷ ବୁଝାମଣା ମାଧ୍ଯମରେ ଏକତ୍ରିତ ହେଲେ ଅଲଗା ହୋଇଥିବା ପରିବାର*

ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଅପୋଷ ବୁଝାମଣା ମାଧ୍ଯମରେ ଏକତ୍ରିତ ହେଲେ ଅଲଗା ହୋଇଥିବା ପରିବାର*

0
WhatsApp Image 2025-03-08 at 9.28.56 PM

ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୫ ଏହି ଦିବସରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ କୋରାପୁଟ ଜୟପୁର ଆନୁକୁଲ୍ୟରେ ଜିଲ୍ଲା କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ମଧ୍ୟ ଅନୁଷ୍ଠିତ ହୋଇଯାଇ ଅଛି। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ବିଭିନ୍ନ କୋର୍ଟରେ ଥିବା ଦେବାନୀ,ଫୌଜଦାରୀ, ମୋଟର ଦୁର୍ଘଟଣା, ରାଜସ୍ୱ,ସାଲିସ ଯୋଗ୍ୟ ଫୌଜଦାରୀ, ଭଳି ବିବାଦର ସମାଧାନ ସହିତ ଅନ୍ଯାନ୍ଯ ମୋକୋଦ୍ଦମା ର ଫଇସଲା କରାଯାଇଥିବା ସଙ୍ଗେ ସଙ୍ଗେ ବିଭିନ୍ନ ପ୍ରକାର ପ୍ରି ଲିଟିଗେଶନ ମାମଲାର ମଧ୍ୟ ଅପୋଷ ବୁଝାମଣା ମାଧ୍ଯମରେ ସମାଧାନ କରଯାଇଥିଲା ।

ଏହି ପରିପ୍ରେକ୍ଷିରେ ଆଜି ମହିଳା ଦିବସ ଅବସରରେ ଫୈସଲା କରାଯାଇଥିବା ଉକ୍ତ ବିବାଦ ମଧ୍ୟରୁ ଅନ୍ଯତମ ଗୋଟିଏ ପାରିବାରିକ ବିବାଦ ଯେଉଁ ବିବାଦରେ ସମ୍ପୂର୍ଣ ପରିବାର ସ୍ଵାମୀ (୬୦ ବର୍ଷ),ସ୍ତ୍ରୀ (୫୦ ବର୍ଷ) ଓ ଗୋଟିଏ ପୁଅ ଓ ଗୋଟିଏ ଝିଅ ଯେଉଁମାନେ କି ଉଚ ଶିକ୍ଷିତ ଓ ଦାୟିତ୍ଵ ପୂର୍ଣ ସରକାରୀ ଚାକିରିରେ ଅବସ୍ଥାପିତ କିନ୍ତୁ ପାରିବାରିକ ବିବାଦ ଯୋଗୁଁ ଗତ ୮ ବର୍ଷ ଧରି ଅଲଗା ଅଲଗା ରହି ଆସୁଥିଲେ। କିନ୍ତୁ ଆଜି ରାଷ୍ଟ୍ରୀୟ ଲୋକ ଅଦାଲତ ଅବସରରେ ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତର ପ୍ରଚେଷ୍ଟା ଦ୍ଵାରା ଅପୋଷ ବୁଝାମଣା ଯୋଗୁଁ ଏକାଠି ହୋଇ ପାରିଛନ୍ତି। ସ୍ଥାୟୀ ଲୋକ ଅଦାଲତର ବିଚାରପତି ତଥା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀ ସୁମନ ଜେନା , ବୁଝାମଣାକରି ଓକିଲ ଶ୍ରୀ ଶାସନନ୍ଦ ମିଶ୍ର, ଓ କୁମାରୀ ମନୋଜ ମାଳା ଦୀନବନ୍ଧୁ ପ୍ରମୁଖ ଏହି ବିବାଦର ଅପୋଷ ସମାଧାନ ପାଇଁ ସମ୍ପୂର୍ଣ ସୋହଯୋଗ କରିଥିଲେ । ସମାଧାନ ପରେ ପୁରା ପରିବାର ସମସ୍ତଙ୍କୁ ଧନ୍ୟବାଦ ଦେଇ ଭବିଷ୍ୟତରେ ସେମାନେ ମିଳିମିଶି ଖୁସିରେ ରହିବେ ବୋଲି ବ୍ୟକ୍ତ କରିଥିଲେ। ଏହି ପାରିବାରିକ ବିବାଦ ସହିତ ଅନ୍ଯାନ୍ଯ ପାରିବାରିକ,ବୈବାହିକ ଓ ଜମିଜୁମା ବିବାଦର ମଧ୍ୟ ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତରେ ସମାଧାନ ହୋଇଥିଲା। ଆଜି ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବର୍ଷ ବର୍ଷ ଧରି ଅଲଗା ହୋଇଥିବା ପରିବାର ଏକାଠି ହୋଇ ପାରିଥିବାରୁ ସାଧାରଣରେ ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତର ପ୍ରଚେଷ୍ଟାକୁ ପ୍ରଶଂସା କରାଯାଇଛି।

ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *